Advertisment

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂ ସିଦ୍ଧୁ

ଆଜି ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ନିକଟକୁ ପଠାଇଥିବା ଟ୍ୱିଟ୍‌ କରି କହିଛନ୍ତି।

author-image
Prangyan Parimita
Navjot Singh Sidhu

Navjot Singh Sidhu

ଚଣ୍ଡିଗଡ଼ : ପଞ୍ଜାବ ସମେତ ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି । ପରାଜୟ ପରେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପାଞ୍ଚଟି ରାଜ୍ୟର କଂଗ୍ରେସ ମୁଖିଆଙ୍କ ଇସ୍ତଫା ଦାବି କରିଥିଲେ । ଏଭଳି ସ୍ଥିତିରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନବଜୋତ ସିଂ ସିଦ୍ଧୁ ବୁଧବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତାଫା ପତ୍ରରେ ମାତ୍ର ପାଞ୍ଚଟି ଶବ୍ଦ ଲେଖିଛନ୍ତି ସିଦ୍ଧୁ । I Hairby Resign as President (PPCC) । ଏହାର ଅର୍ଥ ହେଉଛି କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଉଛି । ଏହା ପରେ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିକଟକୁ ପଠାଇଥିବା ଟ୍ୱିଟ୍‌ କରି କହିଛନ୍ତି।

Advertisment

ପଞ୍ଜାବ ବିଧାନସଭା ନିର୍ବାଚନରେ ​​କଂଗ୍ରେସର ଅପମାନଜନକ ପରାଜୟ ପରେ ପ୍ରଦେଶ ପ୍ରଭାରୀ ଦାୟିତ୍ୱରେ ଥିବା ହରିଶ ଚୌଧୁରୀ ମଙ୍ଗଳବାର ପ୍ରାର୍ଥୀମାନଙ୍କର ଏକ ବୈଠକ ଡକାଇ ଅନୁଧ୍ୟାନ କରିଥିଲେ । ଏହା ପରେ କଂଗ୍ରେସ ହାଇକମାଣ୍ଡ ମତାମତ ନେଇଥିଲେ ଏବଂ ପାଞ୍ଚଟି ରାଜ୍ୟର କଂଗ୍ରେସ ସଭାପତିଙ୍କ ଇସ୍ତଫା ଦାବି କରାଯାଇଥିଲା । ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ସିଦ୍ଧୁ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଥିଲେ, କିନ୍ତୁ ସେତେବେଳେ କଂଗ୍ରେସ ହାଇକମାଣ୍ଡ ତାଙ୍କ ଇସ୍ତଫା ଗ୍ରହଣ କରିବା ସ୍ଥିତିରେ ନଥିଲେ ।

Advertisment

ତେବେ ପଞ୍ଜାବରେ କଂଗ୍ରେସ ମାଟିକାମୁଡ଼ି ପଡ଼ିବା ପରେ ସିଦ୍ଧୁ କହିଥିଲେ, ପଞ୍ଜାବର ଲୋକେ ସବୁଠୁ ଭଲ ନିଷ୍ପତ୍ତି ନେଇଛନ୍ତି । ଲୋକେ ଆପକୁ କ୍ଷମତା ଦେଇ ଉଚିତ ନିଷ୍ପତ୍ତି ନେଇଥିବା କହିଥିଲେ। ରାଜନୀତିରେ ପରିବର୍ତ୍ତନ ହୋଇଛି । ପଞ୍ଜାବ ଜନତାଙ୍କ ଭଲ ଏବଂ ଉଚିତ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ନବଜୋତ ସିଂ ସିଦ୍ଧୁଙ୍କ ବାରମ୍ବାର ବିରୋଧ ଯୋଗୁଁ କ୍ୟାପଟେନ ଅମରିନ୍ଦରଙ୍କୁ ପଦରୁ ହଟାଇ ଦିଆଯାଇଥିଲା । ଆଉ ଏନେଇ ରାଜ୍ୟରେ ବିବାଦ ଲାଗି ରହିଥିଲା । ଦଳିତ ଭୋଟ୍ ବ୍ୟାଙ୍କର କାର୍ଡ ଖେଳିବାବେଳେ ସିଦ୍ଧୁଙ୍କ ଇଚ୍ଛା ବିରୋଧରେ କଂଗ୍ରେସ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ସରକାରରେ ଅଧିକାରୀଙ୍କ ପଦବୀକୁ ନେଇ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା ।

Navjot Singh Sidhu
Advertisment
Advertisment