• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୂର୍ବତନ କ୍ରିକେଟର ତଥା ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟରୁ ଝଟକା  । ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ବଡ଼ ଝଟକା ଲାଗିଛି । ସୁପ୍ରିମକୋର୍ଟ ତାଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି । ୧୯୮୮ ରୋଡ୍‌ରେଜ୍‌ ମାମଲାରେ ନବଜୋତ ସିଂ ସିଦ୍ଧୁଙ୍କୁ ପୂର୍ବରୁ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ସେହି ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ବର୍ତ୍ତମାନ ସେହି ମାମଲାର ଶୁଣାଣି ସମୟରେ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଦିଆଯାଇଛି ।

IPC ର ଧାର ୩୨୩ ଅଧୀନରେ ୩୪ ବର୍ଷ ପୂର୍ବେ ସିଦ୍ଧୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ସୂଚନା ଅନୁସାରେ, ବର୍ତ୍ତମାନ ପଞ୍ଜାବ ପୋଲିସ ସିଦ୍ଧୁଙ୍କୁ ଗିରଫ କରିବ ।

୩୩ ବର୍ଷ ପୂର୍ବ ସିଦ୍ଧୁଙ୍କ ଆକ୍ରମଣରେ ଗୁରୁନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସିଦ୍ଧୁ ଏହି ମାମଲାରେ ପୂର୍ବରୁ ମୁକୁଳି ସାରିଥିଲେ । ମୃତକଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସିନ ଦାଖଲ ହୋଇଥିଲା । ମାମଲାର ଶୁଣାଣି ବେଳେ କୋର୍ଟ ଆଜି ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଆଇପିସିର ଧାରା ୩୨୩ ଅନୁସାରେ ୩୪ ବର୍ଷ ତଳେ ମାମଲା ରୁଜୁ ହୋଇଥିଲା ।

ମୃତକଙ୍କ ପରିବାର ପକ୍ଷରୁ ସିଦ୍ଧୁଙ୍କ ବିରୋଧରେ ଧାରା ୩୦୪ ଅନୁସାରେ ମାମଲା ଦାଏର କରିବାକୁ ଦାବି କରିଥିବା ବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । ୨୭ ଡିସେମ୍ବର ୧୯୮୮ରେ ସଂଧ୍ୟାରେ ନିଜ ବନ୍ଧୁ ଋପିନ୍ଦର ସିଂହ ସନ୍ଧୁଙ୍କ ସହ ପଟିଆଲା ଶେରାବାଲେ ଗେଟ୍ ମାର୍କେଟରେ ପହଞ୍ଚିଥିଲେ । ସେଠାରେ କାର୍ ପାର୍କିଂକୁ ନେଇ ଗୁରନାମଙ୍କ ସହ ବଚସା ହୋଇଥିଲା । ଯୁକ୍ତିତର୍କ ଧିରେ ଧିରେ ହାତାହାତି ଯାଏ ଯାଇଥିଲା, ସିଦ୍ଧୁଙ୍କ ମାଡ଼ରେ ଗୁରୁନାମ୍ ଆହତ ହୋଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ହୃତଘାତରେ ଗୁରୁନାମ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ଆସିବା ପରେ ମାମଲା ରଫାଦଫା ହୋଇଥିଲା । ପରେ ପରିବାର ଉପର କୋର୍ଟକୁ ଯାଇଥିଲେ । ସେପଟେ ଆଜି ଆସିଥିବା କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଥିବା ଟୁଇଟ କରି କହିଛନ୍ତି ସିଦ୍ଧୁ । ସିଦ୍ଧୁଙ୍କୁ ଖୁବଶୀଘ୍ର ପଞ୍ଜାବ ପୋଲିସ ଗିରଫ କରିବ ବୋଲି ଜଣାପଡ଼ିଛି ।