Advertisment

୩୪ ବର୍ଷ ତଳର ଏକ ରୋଡ୍ ରେଜ୍ ମାମଲାରେ ସିଦ୍ଧୁଙ୍କୁ ଜେଲ୍‌

ଗତକାଲି ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ ହୋଇଥିବାବେଳେ ଆଜି ଜେଲ୍ ସେ ଜେଲ୍‌ ଯାଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Navjot Singh Sidhu surrenders in court, to be lodged in to be lodged in Patiala jail

Navjot Singh Sidhu surrenders in court, to be lodged in to be lodged in Patiala jail

ଜେଲ୍ ଗଲେ ନବଜୋତ ସିଂ ସିଦ୍ଧୁ । ୩୪ ବର୍ଷ ତଳର ଏକ ରୋଡ୍ ରେଜ୍ ମାମଲାରେ ଜେଲ ଗଲେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଗତକାଲି ଗୋଟିଏ ବର୍ଷ ଜେଲ ଦଣ୍ଡାଦେଶ ଘୋଷଣା କରିବା ପରେ ସିଦ୍ଧୁ ଆଜି ପଞ୍ଜାବ ପଟିଆଲାରେ ଏକ ଅଦାଲତରେ ଆତ୍ମସମର୍ପଣ କରିଥିଲେ ।

Advertisment

ଏହା ପୂର୍ବରୁ ଗତକାଲି ସିନ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବେ ବୋଲି ଟ୍ୱିଟ୍‌ କରିଥିଲେ । ୧୯୮୮ ଡିସେମ୍ବର ୨୭ ତାରିଖରେ ଗାଡ଼ି ପାର୍କିଂକୁ ନେଇ ସିଦ୍ଧୁଙ୍କ ସହ ଗୁରନାମ ସିଂ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ସିନ୍ଧୁ ଓ ତାଙ୍କର ଜଣେ ବନ୍ଧୁ ରୁପିିନ୍ଦର ସିଂ ସାନ୍ଧୁ ମିଶି ଗୁରନାମଙ୍କୁ ଗାଡ଼ିରୁ ଟାଣିବା ସହ ତାଙ୍କୁ ପିଟିଥିଲେ ।

ପରବର୍ତ୍ତୀ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ୧୯୯୯ ମସିହାରେ ଏକ ତଳ କୋର୍ଟ ସିଦ୍ଧୁଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଥିଲେ । ହେଲେ ୨୦୦୬ରେ ଚଣ୍ଡିଗଡ଼ ହାଇକୋର୍ଟ ସିଦ୍ଧୁଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଦେଇଥିଲେ ।

Advertisment

ସୂଚନା ଅନୁସାରେ, ଏହି ଦଣ୍ଡାଦେଶ କୋହଳ ପାଇଁ ସିଦ୍ଧୁ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବାରୁ ସର୍ବୋଚ୍ଚ ଅଦାଲତ ମାମଲାକୁ ୩୦ ବର୍ଷ  ତଳର ବୋଲି କହିବା ସହ ସିଦ୍ଧୁ କୌଣସି ହତିଆର ପ୍ରୟୋଗ କରିନଥିବା କହି ମାତ୍ର ୧୦୦୦ ଟଙ୍କା ଫାଇନ କରି କେସକୁ ବରଖାସ୍ତ କରିଥିଲେ ।

୨୦୧୮ରେ ମୃତକଙ୍କ ପରିବାର ଲୋକେ ସୁପ୍ରିମକୋର୍ଟରେ ଆଉ ଏକ ରିଭ୍ୟୁ ପିଟିସନ ଦାଏର କରିଥିଲେ । ଏହି ମାମଲାରେ ବିଚାର କରି ସୁପ୍ରିମକୋର୍ଟ ଗତକାଲି ତାଙ୍କ ପୂର୍ବ ରାୟ ବଦଳାଇ ସିଦ୍ଧୁଙ୍କୁ ଗୋଟିଏ ବର୍ଷର ଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ଦୋଷୀଙ୍କୁ ଅପେକ୍ଷାକୃତ କମ୍ ଦଣ୍ଡାଦେଶ କିମ୍ବା ଦୋଷୀ ଆଦୌ ଦଣ୍ଡିତ ନହେଲେ ପୀଡ଼ିତଙ୍କ ହତାଶା ଭାବେ ବଢ଼ିବ ବୋଲି କୋର୍ଟ କହିଥିଲେ । 

Road Rage Case Navjot Singh Sidhu Navjot Sidhu
Advertisment
Advertisment