Advertisment

ମା’ଙ୍କୁ ଚାଲିଛି ଜେରା, ବାହାରେ ଅପେକ୍ଷା କରିଛନ୍ତି ପୁଅ ଓ ଝିଅ

ନ୍ୟାସନାଲ୍‌ ହେରାଲ୍ଡ ନ୍ୟୁଜ୍‌ପେପର୍‌ରେ ହୋଇଥିବା ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି।

author-image
Rajalaxmi Sahoo
National Herald Case: Sonia Gandhi Questioned By ED

National Herald Case: Sonia Gandhi Questioned By ED

ନ୍ୟାସନାଲ୍‌ ହେରାଲ୍ଡ ନ୍ୟୁଜ୍‌ପେପର୍‌ରେ ହୋଇଥିବା ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଜେରା ଚାଲିଥିବା ବେଳେ ବାହାରେ ରାହୁଲ ଓ ପ୍ରିୟଙ୍କା ତାଙ୍କୁ ଅପେକ୍ଷା କରିଛନ୍ତି। ପୁଅ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧିଙ୍କ ସହ ଇଡି ଅଫିସରେ ସୋନିଆ ଗାନ୍ଧି ପହଞ୍ଚି ଥିଲେ।

Advertisment

ଆସୋସିଏଟେଡ୍ ଜର୍ଣ୍ଣାଲ ଓ ନ୍ୟାସନାଲ୍‌ ହେରାଲ୍ଡ କାରବାରରେ ଭୂମିକା ନେଇ ଇଡି ଅଧିକାରୀ ସୋନିଆଙ୍କୁ ପଚରାଉଚରା କରୁଛନ୍ତି। ଅନ୍ୟପକ୍ଷେ, ସୋନିଆଙ୍କୁ ସମର୍ଥନ ଜଣାଇ ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଉଛି।

କଂଗ୍ରେସର ବହୁ ବରିଷ୍ଠ ନେତା ଆଜି ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚି ସୋନିଆଙ୍କୁ ସମର୍ଥନ ଜଣାଇଥିଲେ। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟରୁ ଇଡି ଅଫିସ୍ ଯାଏ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।  

Advertisment
Sonia Gandhi Priyanka Gandhi Rahul Gandhi National Herald Case
Advertisment
Advertisment