Advertisment

Pamban Bridge Inauguration: ଭାରତର ଏହି ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍, ଉପରେ ଯିବ ହାଇସ୍ପିଡ୍ ଟ୍ରେନ୍, ତଳେ ଯିବ ଜାହାଜ

ପବିତ୍ର ରାମ ନବମୀରେ ରାମସେତୁର ମାଟି ରାମେଶ୍ବରମରେ ଆଉ ଏକ ଅଦ୍ବିତୀୟ ସେତୁର ଶୁଭାରମ୍ଭ। ଭାରତୀୟ ମୂଳ ଭୂଖଣ୍ଡରୁ ରାମେଶ୍ବରମକୁ ଯୋଡ଼ୁଥିବା ନୂଆ ପାମ୍ବନ ବ୍ରିଜ୍ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ଟେକନୋଲୋଜିରେ ନିର୍ମିତ ଏହି ସେତୁ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍ ।

ram setu

ram setu

Advertisment

ପବିତ୍ର ରାମ ନବମୀରେ ରାମସେତୁର ମାଟି ରାମେଶ୍ବରମରେ ଆଉ ଏକ ଅଦ୍ବିତୀୟ ସେତୁର ଶୁଭାରମ୍ଭ। ଭାରତୀୟ ମୂଳ ଭୂଖଣ୍ଡରୁ ରାମେଶ୍ବରମକୁ ଯୋଡ଼ୁଥିବା ନୂଆ ପାମ୍ବନ ବ୍ରିଜ୍ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ ଟେକନୋଲୋଜିରେ ନିର୍ମିତ ଏହି ସେତୁ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍ । ଯାହା ଉପରଦେଇ ଅନାୟାସରେ ହାଇସ୍ପିଡ୍ ଟ୍ରେନ୍ ଏବଂ ତଳଦେଇ ବଡ଼ ବଡ଼ ଜାହାଜ ଚଳାଚଳ କରିପାରିବ।

Advertisment

ଭାରତୀୟ ମୂଳ ଭୂଖଣ୍ଡ ସହ ପବିତ୍ର ପାମ୍ବନ୍ ଦ୍ବୀପକୁ ଯୋଡ଼ୁଥିବା ସଂପର୍କର ସେତୁବନ୍ଧ। ୪ ଧାମ ମଧ୍ୟରୁ ଅନ୍ୟତମ ରାମେଶ୍ବରମକୁ ଲମ୍ବିଥିବା ଶ୍ରଦ୍ଧା ଓ ଆସ୍ଥାର ସେତୁବନ୍ଧ। ଏ ହେଉଛି ତାମିଲନାଡ଼ୁର ନୂଆ ପାମ୍ବନ୍ ବ୍ରିଜ୍। ଭାରତର ଏହି ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସି-ବ୍ରିଜ୍ କୁ ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଇଏ ଏମିତି ଏକ ବ୍ରିଜ୍, ଯାହା ଉପର ଦେଇ ଟ୍ରେନ୍ ଯାଇପାରିବ, ଆଉ ତଳ ଦେଇ ବଡ଼ ବଡ଼ ଜାହାଜ। ଏହାର ଲୋକାର୍ପଣ ବେଳେ, ସେତୁ ଉପର ଦେଇ ପ୍ରଥମ ଥର ପାଇଁ ଗଡ଼ଥିଲା ରାମେଶ୍ବରମ୍-ତାମ୍ବରମ୍ 'ପାମ୍ବନ୍ ଏକ୍ସପ୍ରେସ୍'। ପତାକା ହଲାଇ ଶୁଭାରମ୍ଭ କରିଥିଲେ ପିଏମ୍ ମୋଦି। ଉପସ୍ଥିତ ଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଉ ତା ପରେ, ବ୍ରିଜ୍ ତଳେ ଯାଇଥିଲା ନୂଆ କୋଷ୍ଟଗାର୍ଡ ସିପ୍। ଦେଖିବାକୁ ମିଳିଥିଲା ଅତ୍ୟାଧୁନିକ ଟେକନୋଲୋଜିର କରିସ୍ମା। ରିମୋଟ୍ ଚିପିବା ମାତ୍ରେ, କେଇ ମିନିଟ୍ ଭିତରେ ଉପରକୁ ଉଠିଯାଇଥିଲା ସେତୁର ଗୋଟିଏ ବିଶାଳ ଅଂଶ। ଆଉ ତଳ ଦେଇ ଅନାୟାସରେ ଯାଇଥିଲା ତଟରକ୍ଷୀ ବାହିନୀର ଜାହାଜ। ଏହି ଅବସରରେ ନୂଆ ପାମ୍ବନ୍ ବ୍ରିଜ୍ ଟେକ୍ନୋଲୋଜି ଓ ଟ୍ରାଡିସନକୁ ଏକାଠି କରିପାରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ପ୍ରଚଣ୍ଡ ତାତିରୁ ମିଳିପାରେ ଆଶ୍ୱସ୍ତି; ୪୮ ଘଣ୍ଟାରେ ଲଘୁଚାପ !

ଆମେରିକାର ଗୋଲଡେନ୍ ଗେଟ୍ ବ୍ରିଜ୍ ହେଉ କି ଲଣ୍ଡନର ଟାୱାର୍ ବ୍ରିଜ୍। ଏହାଠୁ କୌଣସି ଗୁଣରେ କମ୍ ନୁହେଁ ଆମ ଦେଶର ଅଦ୍ବିତୀୟ କରିସ୍ମା। ତ୍ରେତୟା ଯୁଗରେ ଯେଉଁ ରାମେଶ୍ବରମ ମାଟିରୁ ପ୍ରଭୁ ଶ୍ରୀରାମଚନ୍ଦ୍ର ସେତୁବନ୍ଧ ନିର୍ମାଣ କରିଥିଲେ, ସେଇ ମାଟିରେ ୧୯୧୪ରେ ଇଂରେଜ ଅମଳରେ ତିଆରି ହୋଇଥିଲା ଭାରତର ପ୍ରଥମ ରେଳ ସମୁଦ୍ର ସେତୁ ପାମ୍ବନ୍ ବ୍ରିଜ୍। ତଳେ ଜାହାଜ ଆସିଲେ ଏହି କାଣ୍ଟିଲିଭର୍ ବ୍ରିଜ୍ ୨ ଭାଗ ହୋଇ ଉପରକୁ ଉଠୁଥିଲା। ୧୧୧ ବର୍ଷ ଭିତରେ ପୁରୁଣା ବ୍ରିଜର ସ୍ଥିତି ଜୀର୍ଣ୍ଣଶୀର୍ଣ୍ଣ ହେବା ସହ, ଉଠିବାକୁ ଲାଗୁଥିଲା ୪୫ ମିନିଟ୍ ସମୟ। ତେଣୁ ୨୦୧୯ରେ ନୂଆ ପାମ୍ବନ ବ୍ରିଜ୍ ର ଶିଳାନ୍ୟାସ କରିଥିଲେ ମୋଦି। ୨ କିଲୋମିଟର ୮୦ ମିଟର ଦୀର୍ଘ ଏହି ନୂଆ ସେତୁରେ ରହିଛି ୧୮.୩ ମିଟରର ୯୯ଟି ସ୍ପାନ୍। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହାର ୭୨.୫ ମିଟର ଭର୍ଟିକାଲ୍ ଲିଫ୍ଟ ସ୍ପାନ୍। ଯାହାକୁ ୧୭ ମିଟର୍ ଉଚ୍ଚତାକୁ ଉଠିବା ପାଇଁ ଲାଗୁଛି ମାତ୍ର ୫ ମିନିଟ୍। RVNL ନିର୍ମିତ ଏହି ସେତୁ ପାଇଁ ଖର୍ଚ୍ଚ ହୋଇଛି ୫୫୦ କୋଟି ଟଙ୍କା। ପୁରୁଣା ବ୍ରିଜଠାରୁ ନୂଆ ବ୍ରିଜର ଉଚ୍ଚତା ୩ ମିଟର ଅଧିକ ହୋଇଥିବାରୁ, ତଳ ଦେଇ ବଡ଼ ବଡ଼ ଜାହାଜ ଓ ବୋଟ୍ ଯାଇପାରିବ। ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ସେତୁ ଉପର ଦେଇ ଗଡ଼ିପାରିବ ହାଇସ୍ପିଡ୍ ଟ୍ରେନ୍। ଲୁଣା ପାଣି ଓ ପବନ ଜନିତ କ୍ଷତିରୁ ସୁରକ୍ଷା ପାଇଁ ସ୍ବତନ୍ତ୍ର କୋଟିଂ କରାଯାଇଥିବା ବେଳେ, ଅତିକମରେ ୧୦୦ ବର୍ଷ ଯାଏଁ ଏହାର ଆୟୁଷ ସୁନିଶ୍ଚିତ କରାଯାଇଛି।

Advertisment

ନୂଆ ପାମ୍ବନ୍ ବ୍ରିଜ୍ ଉଦଘାଟନ ପାଇଁ ଶ୍ରୀଲଙ୍କା ଗସ୍ତରୁ ତାମିଲନାଡ଼ୁ ଆସିବା ବେଳେ, ଦିବ୍ୟ ଅନୁଭୂତି ଲାଭ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ରାମ ନବମୀରେ ଆକାଶମାର୍ଗରୁ ସେ ଯେତେବେଳେ ରାମସେତୁର ଦିବ୍ୟଦର୍ଶନ କରୁଥିଲେ, ଠିକ୍ ସେତିକି ବେଳେ ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟତିଳକ ଦର୍ଶନର ମଧ୍ୟ ଅଲୌକିକ ସଂଯୋଗ ପ୍ରାପ୍ତ ହୋଇଥିଲା। ଏଥିସହ ଆଜି ରାମେଶ୍ବରମ ସ୍ଥିତ ରାମନାଥସ୍ବାମୀ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଛନ୍ତି ମୋଦି।

ଅଧିକ ପଢ଼ନ୍ତୁ: ରାମନାମରେ ମୁଖରିତ ସବୁ ରାମମନ୍ଦିର, ସବୁଠି ରାମମୟ ପରିବେଶ

Narendra Modi Ram Setu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ