• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୪ ମହାସଂଗ୍ରାମର ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଦାଖଲ । ଶେଷ ଦିନରେ ଲଗାତର ତୃତୀୟ ଥର ପାଇଁ ଆଜି ବାରାଣସୀରୁ ନାମାଙ୍କନ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜିଲ୍ଲାପାଳଙ୍କ ଅଫିସକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଶିଷ୍ଟ ଜ୍ୟୋତିଷ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ୍ ଉପସ୍ଥିତ ଥିଲେ ।

ତୃତୀୟ ଥର ଲାଗି ଉତ୍ତର ପ୍ରଦେଶ ବାରାଣସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ବାରଣାସୀରେ ବିରାଟ ରୋଡ୍ ଶୋ ପରେ ଆଜି ବିଜେପି ନେତାଙ୍କ ସହ ଯାଇ ଉତ୍ତର ପ୍ରଦେଶ ବାରାଣସୀରୁ ଲୋକସଭା ପ୍ରାର୍ଥୀ ଭାବେ ଭରିଛନ୍ତି ନାମାଙ୍କନ । ଏହି ଅବସରରେ ମୋଦି କହିଛନ୍ତି, କାଶୀ ସହିତ ତାଙ୍କର ସଂପର୍କ ବହୁତ ନିବିଡ଼ ।

ନିର୍ବାଚନ ତ ଆସିବ, ଯିବ । କିନ୍ତୁ କାଶୀ ସହିତ ତାଙ୍କର ସଂପର୍କ ହୃଦୟର । ଗଙ୍ଗା ମାତା ତାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରିଥିବା ମୋଦି କହିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଥିଲେ । ଏଥିସହ କାଳ ଭୈରବ ମନ୍ଦିର ଯାଇ ମଧ୍ୟ ଦେବଦେବ ମହାଦେବଙ୍କୁ ପୂଜା କରିଥିଲେ ମୋଦି ।

ମୋଦିଙ୍କ ନାମାଙ୍କନ ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଅନ୍ୟ ବିଜେପି ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ଜଣେ ବିଶିଷ୍ଟ ବିଦ୍ୱାନଙ୍କୁ ଦେଖିବାକୁ ମିଳିଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେ ମୋଦିଙ୍କ ସାଙ୍ଗରେ ସେ ଜିଲ୍ଲାପାଳଙ୍କ ଅଫିସକୁ ମଧ୍ୟ ଯାଇଥିଲେ ।

ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ବିଶିଷ୍ଟ ଜ୍ୟୋତିଷ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ଼ । ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଜଣେ ବଡ଼ ଜ୍ୟୋତିଷ । ଧର୍ମ ଶାସ୍ତ୍ର, ବେଦରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଅଛି । ଅଯୋଧ୍ୟା ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ମୁହୂର୍ତ୍ତ ବାହାର କରିଥିଲେ ଗଣେଶ୍ୱର ଶାସ୍ତ୍ରୀ । ଏପରିକି ତାଙ୍କ ଦ୍ୱାରା ନିର୍ଦ୍ଧାରିତ ମାହେନ୍ଦ୍ର ବେଳାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଥିଲା ।

ପୁରା ମହୋତ୍ସବର ସେ ଥିଲେ ସଂଯୋଜକ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଦିଗଦର୍ଶନରେ ଏତେ ବଡ଼ ବିରାଟ କାମ ସଂପନ୍ନ ହୋଇଥିଲା । ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ମୂଳତଃ ଦକ୍ଷିଣ ଭାରତୀୟ । କିନ୍ତୁ ବହୁ ଦିନ ହେଲା ସେ କାଶୀରେ ରହି ଆସୁଛନ୍ତି । ନାମାଙ୍କନ ପୂର୍ବରୁ ଗତକାଲି ପ୍ରଧାନମନ୍ତ୍ରୀ ବାରାଣସୀରେ ବିରାଟ ରୋଡ୍ ସୋ କହିଥିଲେ ।

୨୦୧୪ରେ ମୋଦି ୩ ଲକ୍ଷ ୭୦ ହଜାରରୁ ଅଧିକ ଭୋଟରେ ଜିତିଥିବା ବେଳେ ୨୦୧୯ରେ ପ୍ରାୟ ୪ ଲକ୍ଷ ୮୦ ହଜାର ଭୋଟରେ ଜିତିଥିଲେ । ଆସନ୍ତା ଜୁନ ୧ରେ ବାରଣାସୀରେ ଭୋଟ୍ ପଡିବାକୁ ଯାଉଛି।

OTV is now on Whatsapp

Join and get latest news update delivered to you via whatsapp

Join Now