/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698756306.jpg)
Cash Damage
ବନ୍ୟା ଜଳରେ ବୁଡ଼ିଗଲା କୋଟି କୋଟି ଟଙ୍କା । ହଜାର କି ଲକ୍ଷେ ନୁହେଁ ବରଂ ୪୦୦ କୋଟି ଟଙ୍କା । ମହାରାଷ୍ଟ୍ର ନାଗପୁରର ଏକ ବ୍ୟାଙ୍କର ୪୦୦ କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଛି । ୨୩ ସେପ୍ଟେମ୍ବରରେ ଆସିଥିବା ବନ୍ୟା ପାଣିରେ ଏହି ଟଙ୍କା ନଷ୍ଟ ହୋଇଯାଇଥିବା କୁହାଯାଉଛି।
ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର(BOM) ର ୪୦୦ କୋଟି ଟଙ୍କା ବନ୍ୟା ଜଳରେ ନଷ୍ଟ ହୋଇଯାଇଛି । ସୂଚନାନୁଯାୟୀ ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ବନ୍ୟା ଆସିଥିଲା । ଏକାଧିକ କୋଠାବାଡ଼ି ଜଳମଗ୍ନ ହୋଇଥିଲା । ଏଥିରେ ସୀତାବୁଲଦି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର(BoM) ଶାଖା ମଧ୍ୟ ପ୍ରଭାବିତ ହୋଇଥିଲା । ବ୍ୟାଙ୍କରେ ନୋଟ୍ ରହୁଥିବା ଷ୍ଟ୍ରଙ୍ଗ୍ ରୁମ୍ରେ ମଧ୍ୟ ପାଣି ପସିଯାଇଥିଲା । ଫଳରେ ନୋଟ୍ ରହିଥିବା ବାକ୍ସ ପାଣିରେ ବୁଡ଼ି ଯାଇଥିଲା ।
ଜାତୀୟ ଗଣମାଧୟମ ରିପୋର୍ଟ ଅନୁଯାୟୀ ପୂରା ଗୋଟିଏ ଦିନ ପରେ ଜଳ ନିଷ୍କାସନ ହୋଇଥିଲା । କିନ୍ତୁ ନୋଟ୍ ଥିବା ବାକ୍ସଟି ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିଲା । ଏଥିରେ ଥିବା ଟଙ୍କାଗୁଡିକ୍ ଏକ ପ୍ରକାର ନଷ୍ଟ ହୋଇଯାଇଥିଲା । ଏନେଇ ବ୍ୟାଙ୍କ୍ ପକ୍ଷରୁ RBIକୁ ସୂଚନା ଦିଆଯାଇଥିଲା । ଆରବିଆଇ ଟିମ୍ ବ୍ୟାଙ୍କରେ ପହଞ୍ଚି ନୋଟ୍ଗୁଡ଼ିକ ଯାଞ୍ଚ କରିଥିଲେ ଓ କ୍ଷତିଗ୍ରସ୍ତ ନୋଟକୁ ସଂଗ୍ରହ କରିଥିଲେ । RBI ର ଅଧିକାରୀମାନେ ଅଧିକ ନଷ୍ଟ ହୋଇଯାଇଥିବା ନୋଟଗୁଡିକୁ ବାଦ୍ ଦେଇ ଅନ୍ୟ ନୋଟଗୁଡ଼ିକୁ ସାବଧାନତାର ସହ ଗଣିବା ସହ ସ୍କାନ୍ ମଧ୍ଯ କରିଥିଲେ ।
୧୯୬୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବସନ୍ତରାଓ ନାଏକ ଏହି ବ୍ୟାଙ୍କର ଉଦଘାଟନ କରିଥିଲେ। ମିଳିଥିବା ସୂଚନାନୁଯାୟୀ ପ୍ରକୃତରେ କେତେ ଟଙ୍କା ନଷ୍ଟ ହୋଇଛି, ତାହା ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ବିଶେଷ ସୂତ୍ର ଅନୁଯାୟୀ ପାଖାପାଖି ୪୦୦ କୋଟି ଟଙ୍କା ନଷ୍ଟ ହୋଇଥିବା କୁହାଯାଉଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)