Advertisment

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ: MVAକୁ ଝଟ୍‌କା ଦେଲା ଏକନାଥ ଗୋଷ୍ଠୀ

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଶିବସେନା ନେତା ଏକନାଥ ସିନ୍ଧେ, MVA(Maha Vikas Aghadi)କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MVA alliance lost majority as 38 members of the Shiv Sena Legislature Party withdrawn their support

MVA alliance lost majority as 38 members of the Shiv Sena Legislature Party withdrawn their support

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଭିତରେ ଶିବସେନା ନେତା ଏକନାଥ ସିନ୍ଧେ, MVA(Maha Vikas Aghadi)କୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଏକନାଥ ଗୋଷ୍ଠୀରେ ଥିବା ବିଧାୟକମାନେ MVA ସରକାରରୁୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି। ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ଦାବି କରି ଏକନାଥ ଗୋଷ୍ଠୀ ସମର୍ଥନ ପ୍ରତ୍ୟାହାର କରିଛନ୍ତି। 

Advertisment

ସମର୍ଥନ ପ୍ରତ୍ୟାହାର ନେଇ ପିଟିସନ୍‌ରେ ଏକନାଥ ସିନ୍ଧେ ସୁପ୍ରିମକୋର୍ଟଙ୍କୁୁ ଜଣାଇଛନ୍ତି। ପିଟିସନ୍‌ରେ ଉଲ୍ଲେଖ କରାଯାଇଛି, ଗୃହରେ MVA ମିଳିତ ମେଣ୍ଟ ଏହାର ସଂଖ୍ୟା ଗରିଷ୍ଠତା ହରାଇଛି। କାରଣ ଶିବସେନା ବିଧାୟକ ଦଳର ୩୮ ଜଣ ସଦସ୍ୟ ସେମାନଙ୍କର ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି।  

Advertisment

ସୂଚନା ଅନୁସାରେ, ଗୋଟିଏ ପଟେ ଏକନାଥ ସିନ୍ଧେ ତାଙ୍କ ଶକ୍ତି ବଢାଉଥିବା ବେଳେ ଅନ୍ୟପଟେ ରାଜରାସ୍ତାରେ ଶକ୍ତି ଦେଖାଉଛନ୍ତି ଶିବ ସୈନିକ । ଆଜି ଶିବ ସୈନିକମାନେ ରାଜ୍ୟବ୍ୟାପୀ ଆରମ୍ଭ କରିଛନ୍ତି ଜୁତାମାରୋ ଆନ୍ଦୋଳନ । ମୁମ୍ବାଇ, ନାଗପୁର, ଥାଣେ ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକନାଥ ସିନ୍ଧେଙ୍କୁ ବିରୋଧ କରି ବାଇକ୍ ରାଲିର ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିନ୍ତା ବଢାଇଛନ୍ତି ରାଜ୍ୟର ଆଉ ଜଣେ ମନ୍ତ୍ରୀ ଉଦୟ ସାଓ୍ୱନ୍ତ । ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବା ପାଇଁ ମୁମ୍ବାଇରୁ ଗୌହାଟି ଅଭିମୁଖେ ଯାତ୍ରା କରିଛନ୍ତି ଉଦୟ । 

ଜାଣନ୍ତୁ, ମହାରାଷ୍ଟ୍ରରେ ବର୍ତ୍ତମାନର ସଂଖ୍ୟା ଗଣିତ ଉପରେ... 

ଶାସନାଧିନ ଥିବା ମହା ଅଘାଡ଼ି ମେଣ୍ଟ ଏବେ ଅଳ୍ପ ସଂଖ୍ୟକ ହୋଇପଡ଼ିଛି। ବିଦ୍ରୋହୀ ବିଧାୟକଙ୍କୁ ବାଦ୍ ଦେବା ପରେ ଶିବସେନା ପଖରେ ରହିଛନ୍ତି ମାତ୍ର ୧୬ ଜଣ। ଏହାବାଦ୍ ଏନ୍‌ସିପି ପାଖରେ ୫୩, କଂଗ୍ରେସ ପାଖରେ ୪୪ ଏବଂ ଅନ୍ୟାନ୍ୟ ୧୩ ଜଣ ବିଧାୟକ ରହିଛନ୍ତି। ଏମାନଙ୍କୁ ମିଶାଇଲେ ମୋଟ୍ ସଂଖ୍ୟା ୧୨୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ ମୋଟ୍ ସଂଖ୍ୟା ୨୮୮। ସେଥିରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ ସିଟ୍ ଆବଶ୍ୟକ। ହେଲେ ମହା ଅଘାଡ଼ି ପାଖରେ ରହିଛି ୧୨୬ ସିଟ୍।

ଅନ୍ୟପକ୍ଷେ, ଉଦ୍ଧବଙ୍କ ବିରୋଧୀ ଗୋଷ୍ଠୀଙ୍କ ଉପରେ ଯଦି ନଜର ପକାଇବା ତେବେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ଏବେ ୩୯। ଏହାସହ ମେଣ୍ଟରୁ ବାହାରିଥିବା ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୯ ରହିଛି। ସେହିପରି ବିଜେପିର ୧୦୬ ବିଧାୟକ ଓ ଅନ୍ୟାନ୍ୟ ଯେଉଁମାନେ ବିଜେପିକୁ ସମର୍ଥନ କରୁଛନ୍ତି ସେମାନଙ୍କ ସଂଖ୍ୟା ୭ ରହିଛି। ଏହି ସମସ୍ତଙ୍କୁ ମିଶାଇଲେ ଉଦ୍ଧବ ସରକାରଙ୍କ ବିରୋଧରେ ୧୬୧ ବିଧାୟକ ରହିଛନ୍ତି। 

Udhav Thackrey MVA Eknath Shinde Maharashtra Political Crisis
Advertisment
Advertisment