Advertisment

Munir Ahmad Suspended By Army: ପାକିସ୍ତାନୀ ମହିଳାଙ୍କୁ ବିବାହ କରି ତଥ୍ୟ ଲୁଚାଇଥିଲେ, ମୁନିରଙ୍କୁ ବାସନ୍ଦ କଲା ସିଆରପିଏଫ

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ସେନା ନିକଟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ବିଏସଏଫର ଯବାନ ମୁନିର ଅହମଦଙ୍କୁ ବହିଷ୍କୃତ କରାଯାଇଛି। ମୁନିର ଭାରତୀୟ ସେନାରେ ୪୧ ବାଟାଲିୟନରେ କାର୍ଯ୍ୟ କରିଥିଲେ। ପାକିସ୍ତାନୀ ମହିଳାଙ୍କୁ ବିବାହ ତଥ୍ୟ ଲୁଚାଇବା ଅଭିଯୋଗ।

ଅଦ୍ୟତନ ହୋଇଛି
munir

munir

Advertisment

ପାକିସ୍ତାନୀ ମହିଳାଙ୍କୁ ବିବାହ କରି ସେନା ନିକଟରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ବିଏସଏଫର ଯବାନ ମୁନିର ଅହମଦଙ୍କୁ ବହିଷ୍କୃତ କରାଯାଇଛି। ମୁନିର ଭାରତୀୟ ସେନାରେ ୪୧ ବାଟାଲିୟନରେ କାର୍ଯ୍ୟ କରିଥିଲେ। ପାକିସ୍ତାନୀ ମହିଳାଙ୍କୁ ବିବାହ ତଥ୍ୟ ଲୁଚାଇବା ଅଭିଯୋଗ। ସର୍ଭିସ ରୁଲ୍ ଉଲ୍ଲଙ୍ଘନ ଓ ଜାତୀୟ ସୁରକ୍ଷା ପ୍ରତି ବିପନ୍ନ ଦର୍ଶାଇ କାର୍ଯ୍ୟାନୁଷ୍ଠାନ। ପତ୍ନୀଙ୍କ ଭିସାର ବୈଧତା ଶେଷ ହୋଇଥିଲେ ମଧ୍ୟ ମୁନିର ଏହାକୁ ଲୁଚାଇଥିଲେ। ପାକିସ୍ତାନ ପଞ୍ଜାବର ଝିଅ ମିନାଲ୍ ଖାନ୍ ଓ କାଶ୍ମୀରର ପୁଅ ମୁନିର ଖାନଙ୍କ ମଧ୍ୟରେ ଅନଲାଇନରେ ଦେଖାଚାହାଁ ହେଲା । ଦୁଇଜଣ ଯାକ ପରସ୍ପରର ନିକଟତର ହେଲେ । ୨୦୨୪ ମେ’ ରେ ଉଭୟଙ୍କର ଅନଲାଇନରେ ନିକାହ (ବିବାହ) ହେଲା ।

Advertisment

ଅଧିକ ପଢ଼ନ୍ତୁ: ନିଜ ନାଗରିକଙ୍କ ପ୍ରବେଶକୁ ବନ୍ଦ କଲା ପାକିସ୍ତାନ !

୨୦୨୫ ମାର୍ଚ୍ଚରେ ମିନାଲ୍ ଭାରତ ଆସିଲେ । ସିଆରପିଏଫ୍ ଯବାନ ସ୍ୱାମୀ ମୁନିରଙ୍କ ସହ ରହିଲେ । ତାଙ୍କର ସର୍ଟ ଟର୍ମ ଭିସା ଗତ ମାର୍ଚ୍ଚ ୨୨ ତାରିଖରେ ସରିଯାଇଛି । ଭିସା ଅବଧି ଶେଷ ହେବା ପରେ ସେ କେମିତି ରହିଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ପହଲଗାମ୍ ଆକ୍ରମଣ ପରେ ତାଙ୍କୁ ଭାରତ ଛାଡିବା ପାଇଁ ନୋଟିସ୍ ହୋଇଥିଲା । ଏପ୍ରିଲ ୨୯ ତାରିଖ ସୁଦ୍ଧା ସେ ଭାରତ ଛାଡିବା ପାଇଁ କୁହାଯାଇଥିଲା । ସେ ମଧ୍ୟ ପାକିସ୍ତାନ ଯିବା ପାଇଁ ବସରେ ଚଢ଼ିଥିଲେ । ଜମ୍ମୁରୁ ବସରେ ଅଟ୍ଟାରି-ୱାଘା ବର୍ଡର ଅଭିମୁଖେ ଆସୁଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଓକିଲ ଅଙ୍କୁର ଶର୍ମା ତାଙ୍କୁ ଆଶ୍ୱସ୍ତ କରିଦେଲେ । କହିଲେ, ତୁମେ ପାକିସ୍ତାନ ଯିବା ଦରକାର ନାହିଁ । ସ୍ଥାନୀୟ କୋର୍ଟ ତୁମକୁ କାଶ୍ମୀରରେ ରହିବା ପାଇଁ ଅନୁମତି ଦେଇଛନ୍ତି ।

ମିନାଲ ଖାନଙ୍କ ଭିସା ଅବଧି ବଢ଼ାଇବା ପାଇଁ ସେ ପହଲଗାମ୍ ଆକ୍ରମଣ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଆବେଦନ କରିଥିଲେ । ମିନାଲଙ୍କ ସ୍ୱାମୀ ମୁନିର ଖାନ ଜଣେ ସିଆରପିଏଫ୍ ଯବାନ । ପରିବାର ସହ ଏକାଠି ରହିବାକୁ ମିନାଲ୍ ଭାରତ ସରକାରଙ୍କୁ ଆବେଦନ କରିଥିଲେ । ଦେଶ ଛାଡିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ପରେ ମିନାଲ୍ କହିଥିଲେ, ପହଲଗାମ ଘଟଣାକୁ ମୁଁ ନିନ୍ଦା କରୁଛି । ଦେଷୀଙ୍କୁ ଦଣ୍ଡ ମିଳୁ । ଆମକୁ ପରିବାର ସହ ରହିବାର ସୁଯୋଗ ବି ମିଳୁ ।

Advertisment

ପାକିସ୍ତାନ ପଞ୍ଜାବର ଝିଅ ମିନାଲ୍ ଖାନ୍ ଓ କାଶ୍ମୀରର ପୁଅ ମୁନିର ଖାନଙ୍କ ମଧ୍ୟରେ ଅନଲାଇନରେ ଦେଖାଚାହାଁ ହେଲା । ଦୁଇଜଣ ଯାକ ପରସ୍ପରର ନିକଟତର ହେଲେ । ୨୦୨୪ ମେ’ ରେ ଉଭୟଙ୍କର ଅନଲାଇନରେ ନିକାହ (ବିବାହ) ହେଲା । ୨୦୨୫ ମାର୍ଚ୍ଚରେ ମିନାଲ୍ ଭାରତ ଆସିଲେ । ସିଆରପିଏଫ୍ ଯବାନ ସ୍ୱାମୀ ମୁନିରଙ୍କ ସହ ରହିଲେ । ତାଙ୍କର ସର୍ଟ ଟର୍ମ ଭିସା ଗତ ମାର୍ଚ୍ଚ ୨୨ ତାରିଖରେ ସରିଯାଇଛି । ଭିସା ଅବଧି ଶେଷ ହେବା ପରେ ସେ କେମିତି ରହିଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ପହଲଗାମ୍ ଆକ୍ରମଣ ପରେ ତାଙ୍କୁ ଭାରତ ଛାଡିବା ପାଇଁ ନୋଟିସ୍ ହୋଇଥିଲା । ଏପ୍ରିଲ ୨୯ ତାରିଖ ସୁଦ୍ଧା ସେ ଭାରତ ଛାଡିବା ପାଇଁ କୁହାଯାଇଥିଲା । ସେ ମଧ୍ୟ ପାକିସ୍ତାନ ଯିବା ପାଇଁ ବସରେ ଚଢ଼ିଥିଲେ । ଜମ୍ମୁରୁ ବସରେ ଅଟ୍ଟାରି-ୱାଘା ବର୍ଡର ଅଭିମୁଖେ ଆସୁଥିଲେ । କିନ୍ତୁ ଏହି ସମୟରେ ତାଙ୍କ ଓକିଲ ଅଙ୍କୁର ଶର୍ମା ତାଙ୍କୁ ଆଶ୍ୱସ୍ତ କରିଦେଲେ । କହିଲେ, ତୁମେ ପାକିସ୍ତାନ ଯିବା ଦରକାର ନାହିଁ । ସ୍ଥାନୀୟ କୋର୍ଟ ତୁମକୁ କାଶ୍ମୀରରେ ରହିବା ପାଇଁ ଅନୁମତି ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଅମିତ ଶାହଙ୍କ କଡ଼ା ଚେତାବନୀ; କହିଲେ, ପ୍ରତିଟି ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବୁ

Advertisment
BSF Jawan BSF CRPF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ