Advertisment

ବେକାବୁ କରୋନା : ସ୍କୁଲ ଛୁଟି ଘୋଷଣା କଲେ ସରକାର

ବଢ଼ି ଚାଲିଥିବା କରୋନା ସଂକ୍ରମଣ ପାଇଁ ମହାରାଷ୍ଟ୍ରରେ କଡ଼ା କଟକଣା; ମୁମ୍ବାଇ ମହାନଗରରେ ଜାନୁଆରୀ ୩୧ ଯାଏ ସ୍କୁଲ ବନ୍ଦ ଘୋଷଣା, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ନେଇ ପ୍ରଶାସନର ଘୋଷଣା

author-image
Sarbeswar
ଅଦ୍ୟତନ ହୋଇଛି
School

School

କାୟା ମେଲାଉଛି କରୋନା। ପରିସ୍ଥିତିକୁ ନଜରରେ ରଖି ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ମହାରାଷ୍ଟ୍ର ସରକାର। ମୁମ୍ବାଇ ମହାନଗରରେ ଜାନୁଆରୀ ୩୧ ଯାଏ ସ୍କୁଲ ବନ୍ଦ ଘୋଷଣା କଲେ ସରକାର। ସଂକ୍ରମଣ ବଢୁଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ବନ୍ଦ ନେଇ ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ମୁମ୍ବାଇରେ କରୋନା ସଂକ୍ରମଣ ଅହେତୁକ ଭାବରେ ବୁଦ୍ଧି ପାଇବାରେ ଲାଗିଛି । ଗତକାଲି ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। BMC(Brihanmumbai Municipal Corporation)ର ତଥ୍ୟ ଅନୁସାରେ, ଆକ୍ରାନ୍ତଙ୍କ ମଧ୍ୟରୁ ୮୯% ଲକ୍ଷଣବୀହିନ ରହିଛନ୍ତି ଯାହାକୁ ନେଇ ଚିନ୍ତା ବଢିଛି। ମୁମ୍ବାଇର ସଂକ୍ରମଣକୁ ମିଶାଇ ମହାରାଷ୍ଟ୍ରରେ ଗତକାଲି ଦୈନିକ ସଂକ୍ରମଣ ୧୧ ହଜାର ପାର୍ କରିଛି।

Advertisment

କୁହାଯାଉଛି, ଦିଲ୍ଲୀ ପରେ କରୋନାର ହଟ୍‌ସ୍ପଟ୍ ପାଲଟିଛି ମୁମ୍ବାଇ। ସେହିପରି ମହାରାଷ୍ଟ୍ରରେ ଗତକାଲି ଆଉ ୫୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେପଟେ ହରିୟାଣାରେ ସମସ୍ତ ସ୍କୁଲ୍‌ ଓ କଲେଜ୍ ବନ୍ଦ ଘୋଷଣା କରାଯାଇଛି। ହରିୟାଣାରେ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ଓ ଜିମ୍ ମଧ୍ୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି।

ଏପଟେ, ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କରୋନା ଟିକାକରଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ପଞ୍ଜିକରଣ କରିଥିବା କିଶୋରମାନଙ୍କୁ ଟିକା ଦିଆଯାଉଛି। ଏଥିପାଇଁ ଆମ ରାଜ୍ୟରେ ୯୩୯ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲାଯାଇଛି। ସମସ୍ତ ଟିକାଦାନ କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯାଉଛି। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ୧୨ରୁ ୧୮ ବର୍ଷ ବର୍ଗର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

Advertisment
COVID19 Corona Virus School Close
Advertisment
Advertisment