• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁକେଶ ଅମ୍ବାନୀଙ୍କ ବଡ଼ ଘୋଷଣା । ଝିଅ ଈଶାଙ୍କୁ ଦେଲେ ବଡ଼ ଦାୟିତ୍ୱ । ରିଲାଏନ୍ସ ରିଟେଲ ବ୍ୟବସାୟର ଲିଡର ଭାବେ କଲେ ଘୋଷଣା । ଏନେଇ ସୋମବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି । ଅନ୍ୟପଟେ ଏଥିରୁ ଏକ ନୂଆ ସଙ୍କେତ ମିଳୁଛି ଯେ, ଏସିଆର ଏକ ବଡ଼ ଧନୀ ପରିବାରର ଉତ୍ତରାଧିକାରୀ ହେବା ଦିଗରେ ସେ ଆଗକୁ ବଢ଼ୁଛନ୍ତି ।

ଜୁନ୍‌ ମାସରେ ଟେଲିକମ୍ ୟୁନିଟ୍‌ ଏବଂ ରିଲାଏନ୍ସ ଜିଓ ଇନଫୋକମ୍‌ର ଚେୟାରମ୍ୟାନ୍‌ ଭାବେ ଆକାଶ ଅମ୍ବାନୀ ନିଯୁକ୍ତ ହେବା ପରେ ଏହି ଘୋଷଣା କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୫ତମ ଆନୁଆଲ ଜେନେରାଲ ମିଟିଂରେ ଲିଡର ଭାବରେ ଘୋଷିତ ହେଲେ ଈଶା ଅମ୍ବାନୀ । ଆଉ ଏହା ପରେ ଏକ ବଡ଼ ଘୋଷଣା କଲେ । ସେ କହିଲେ ରିଲାଏନ୍ସ ରିଟେଲ ଏକ FMCG ଆରମ୍ଭ କରିବାକୁ ଯାଉଛି । ହ୍ୱାଟସ୍‌ଆପ୍ ମାଧ୍ୟମରେ କିଭଳି ଗ୍ରୋସରୀ ଅର୍ଡର ଦେଇହେବ ଏବଂ ଏହାର ପେମେଣ୍ଟ ରିସିଭ୍‌ କରିହେବ ସେନେଇ ଏକ ପ୍ରଜେଣ୍ଟେସେନ୍‌ ମଧ୍ୟ ଦେଇଥିଲେ ଈଶା ।

ତେବେ ଏହି କାର୍ଯ୍ୟକ୍ରମରୁ ସ୍ପଷ୍ଟ ବାରି ହେଉଛି ଯେ, ମୁକେଶ ଅମ୍ବାନୀ ଧିରେ ଧିରେ ଏବେ ନିଜଠାରୁ ଦାୟିତ୍ୱ ହସ୍ତାନ୍ତର କରିବା ପ୍ରକ୍ରିୟା ଆମ୍ଭ କରିସାରିଛନ୍ତି । ପ୍ରଥମେ ପୁଅ ଆକାଶ ଅମ୍ବାନୀଙ୍କୁ  ରିଲାଏନ୍ସ ଟେଲିକମ୍‌ ବିଭାଗ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଏବେ ଝିଅ ଈଶାକୁ ବି ଦେଲେ ଦାୟିତ୍ୱ । ୩୦ ବର୍ଷୀୟ ଈଶା ୟେଲ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରୀ । ଏହାସହ ସେ ପିରାମଲ ଗ୍ରୁପର ଅଜୟ ଓ ସ୍ୱାତୀ ପିରାମଲଙ୍କ ପୁଅ ଆନନ୍ଦ ପିରାମଲଙ୍କୁ ବିବାହ କରିଛନ୍ତି ।

ତେବେ ଏହି ନୂଆ ବ୍ୟବସାୟର ମୂଳ ଲକ୍ଷ୍ୟ ହେଲା, ପ୍ରତ୍ୟେକ ଭାରତୀୟ ଯେଭଳି ଘରେ ବସି ନିଜର ଦୈନନ୍ଦିନ ବ୍ୟବହାର ସାମଗ୍ରୀ ପାଇପାରିବେ । ଆଉ ପ୍ରତ୍ୟେକ ସାମଗ୍ରୀର କ୍ୱାଲିଟି ଭଲ ରହିବା ସହ ଲୋକଙ୍କୁ ସୁହାଇଲା ଭଳି ଦାମ୍ ରହିବ ବୋଲି କହିଛନ୍ତି ଈଶା ।

ଅନ୍ୟପଟେ ଭାରତୀୟ କାରିଗରଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ମାର୍କେଟିଂ ଆରମ୍ଭ କରିବ ରିଲାଏନ୍ସ ରିଟେଲ ।

ଈଶା ଅମ୍ବାନୀ କହିଛନ୍ତି ଯେ, ଭାରତର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ପ୍ରତି ଆମର ପ୍ରତିବଦ୍ଧତା ରହିଛି । ତେଣୁ ଆମେ ଖୁବ୍ ଶୀଘ୍ର ଆଦିବାସୀ ତଥା ଅନ୍ୟ ବର୍ଗର ସମ୍ପ୍ରଦାୟଙ୍କ ଦ୍ୱାରା ଉତ୍ପାଦିତ ଗୁଣାତ୍ମକ ସାମଗ୍ରୀର ମାର୍କେଟିଂ ଆରମ୍ଭ କରିବୁ ।

ଏହା କେବଳ ରୋଜଗାର ଏବଂ ନିଯୁକ୍ତି ଯୋଗାଇବ ନାହିଁ । ଏହା କେବଳ ଏକ ଲାଭଜନକ ବ୍ୟବସାୟ ନୁହେଁ ବରଂ ଭାରତୀୟ କାରିଗର, ବିଶେଷ କରି ମହିଳାମାନଙ୍କ ପ୍ରତିଭା, ଦକ୍ଷତା ଏବଂ ଜ୍ଞାନ କୌଶଳକୁ ଏକ ନୂଆ ଦିଗ ଦେବ ।

ତେବେ ପୂର୍ବରୁ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଟେଲିକମ୍‌ ବିଭାଗ ହସ୍ତାନ୍ତର କରିସାରିଥିବା ବେଳେ ଏବେ ଝିଅ ଈଶାଙ୍କୁ ରିଲାଏନ୍ସ ରିଟେଲ୍‌ ଦାୟିତ୍ୱ ଦେଇଛନ୍ତି । ଅନ୍ୟପଟେ ସାନ ପୁଅ ଅନନ୍ତ ଅମ୍ବାନୀଙ୍କୁ ନ୍ୟୁ ଏନର୍ଜୀ ଦାୟିତ୍ୱ ଦେଇଛନ୍ତି ମୁକେଶ ।

ସୋମବାର ଏହି ଘୋଷଣା ଅମ୍ବାନୀଙ୍କ ସାମ୍ରାଜ୍ୟରେ ପରିବର୍ତ୍ତନର ଏକ ସଙ୍କେତ । କାରଣ ଗତ ବର୍ଷ ମୁକେଶ ଅମ୍ବାନୀ କହିଥିଲେ ଯେ, ତାଙ୍କ ପିଲାମାନେ ଏହି ବ୍ୟବସାୟରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ।