• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଲଗାତର ଦୁଇ ବର୍ଷ ହେଲା ନେଉ ନାହାନ୍ତି ଦରମା । ଅରବପତି ମୁକେଶ ଆମ୍ବାନୀ ଗତ ଦୁଇ ବର୍ଷ ହେଲା କମ୍ପାନୀରୁ ନେଉ ନାହାନ୍ତି ଦରମା । ଗତ ବର୍ଷ ତାଙ୍କର ପ୍ରମୁଖ କମ୍ପାନୀ ରିଲାଏନ୍ସ ଇଣ୍ଡେଟ୍ରିଜ୍‌ରୁ ନିଜ ଦରମା ଉଠାଇ ନଥିବା ବେଳେ ଏଥର ବି ଦରମା ନେଇ ନାହାନ୍ତି । କରୋନା ମହାମାରୀ ଯୋଗୁଁ ବ୍ୟବସାୟ ଏବଂ ଅର୍ଥନୀତିରେ ଅନେକ ପ୍ରଭାବ ପଡ଼ିଥିଲା, ତେଣୁ ସେ ସ୍ୱେଚ୍ଛାକୃତ ଭାବେ କମ୍ପାନୀକୁ ନିଜର ପାରିଶ୍ରମିକ ଛାଡିଦେଇଥିଲେ । ରିଲାଏନ୍ସ କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅମ୍ବାନୀଙ୍କ ପାରିଶ୍ରମିକ "ଶୂନ୍ୟ" ରହିଥିଲା ।

ଜୁନ୍ ୨୦୨୦ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ସ୍ୱେଚ୍ଛାକୃତ ଭାବେ ୨୦୨୦-୨୧ର ନିଜ ଦରମା ଛାଡିବାକୁ ନିଷ୍ପତ୍ତି ନେଇଥିଲେ । କରୋନା ଭାଇରସ୍‌ ସୃଷ୍ଟି କରିଥିବା ମହାମାରୀ ସ୍ଥିତି ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିଲେ । କାରଣ ଏହି ସମୟରେ କମ୍ପାନୀର ବ୍ୟବସାୟ ଏବଂ ଆର୍ଥିକ ସ୍ଥିତି ଖୁବ୍‌ ପ୍ରଭାବିତ ହୋଇଥିଲା । ଏହାପରେ ୨୦୨୧-୨୨ରେ ମଧ୍ୟ ମୁକେଶ ଅମ୍ବାନୀ ନିଜ ଦରମା ନେଇ ନଥିଲେ ।

ଏହି ଦୁଇ ବର୍ଷରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ତାଙ୍କର ଭୂମିକା ପାଇଁ ସେ ରିଲାଏନ୍ସରୁ କୌଣସି ପକାର ଭତ୍ତା କିମ୍ବା ଅବସର କାଳିନ ସୁବିଧା, କମିଶନ କିମ୍ବା ଷ୍ଟକ୍ ବିକଳ୍ପର ପାଇଦା ମଧ୍ୟ ନେଇ ନାହାନ୍ତି ।

ଏହାପୂର୍ବରୁ ସେ ଏକ ବ୍ୟକ୍ତିଗତ ଉଦାହରଣ ସୃଷ୍ଟି କରି ୨୦୦୮-୦୯ ରୁ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ବେତନକୁ ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ସୀମିତ କରିଥିଲେ । ୨୦୧୯-୨୦ ପର୍ଯ୍ୟନ୍ତ ସେ ଲଗାତାର ଭାବେ ୧୧ ବର୍ଷ ପର୍ଯ୍ୟନ୍ତ ୧୫ କୋଟି ଟଙ୍କା ବେତନ ନେଇଥିଲେ ।

ତାଙ୍କର ଜଣେ ସମ୍ପର୍କୀୟ ଭାଇ ନିଖିଲ ଏବଂ ହିତଲ ମେସୱାନୀଙ୍କ ଦରମା ୨୪ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିଛି । କିନ୍ତୁ ଏଥର ୧୭.୨୮ କୋଟି ଟଙ୍କା କମିଶନ ଏଥିରେ ସାମିଲ ଥିଲା ।

କାର୍ଯ୍ୟକାରୀ ନିର୍ଦ୍ଦେଶକ ପିଏମଏସ ପ୍ରସାଦ ଏବଂ ପୱନ କୁମାର କପିଲଙ୍କ ପାରିଶ୍ରମିକରେ ସାମାନ୍ୟ ହ୍ରାସ ଘଟିଛି । ଗତ ବର୍ଷ ପ୍ରସାଦ ୧୧.୯୯ କୋଟି ଟଙ୍କା ବେତନ ଉଠାଇଥିବା ବେଳେ ଏଥର ୧୧.୮୯ କୋଟି ଟଙ୍କା ବେତନ ନେଇଛନ୍ତି । ଅନ୍ୟପଟେ କପିଲଙ୍କ ଦରମା ଚଳିତ ବର୍ଷ ୪.୨୨ କୋଟି ଟଙ୍କା ଥିଲା ।