• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶରେ 5G ସେବା କେବେ ଆରମ୍ଭ ହେବ ବୋଲି ସମସ୍ତେ ଅପେକ୍ଷା କରିଛନ୍ତି । ସବୁ ଅପେକ୍ଷାକୁ ଅନ୍ତ କରି ସୋମବାର ଦିନ ରିଲାଏନ୍ସ ଜିଓ ପକ୍ଷରୁ 5G ସମ୍ପର୍କରେ ଏକ ବଡ ଘୋଷଣା କରାଯାଇଛି । ଦେଶରେ ଜିଓର 5G ସେବା କେବେ ଆରମ୍ଭ ହେବ ସ୍ପଷ୍ଟ କରିଛନ୍ତି ମୁକେଶ ଅମ୍ବାନୀ । ଦିପାବଳୀ ଅବସରରେ ଏହି ସେବା ଚାରୋଟି ମେଟ୍ରୋରୁ ଆରମ୍ଭ ହେବ ।

ସବୁ ଥର ପରି ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ପକ୍ଷରୁ ବାର୍ଷିକ ସାଧାରଣ ସଭାର ଆୟୋଜନ ହୋଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁକେଶ ଅମ୍ବାନୀ କମ୍ପାନୀର ୪୫ ତମ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସଭାରେ ସେ Jio 5Gର ସମ୍ପର୍କରେ କହିଛନ୍ତି । 

Jio 5G ଲଂଚ ପରେ ସେ କହିଛନ୍ତି ବ୍ରଡବ୍ୟାଣ୍ଡ ଗତି ପୂର୍ବ ଅପେକ୍ଷା ଅଧିକ ଦ୍ରୁତ ହେବ । ଲୋକଙ୍କୁ ଅଳ୍ପ ମୂଲ୍ୟରେ 5G ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯିବ । ଏହା ସହିତ ଏକ କନେକ୍ଟେଡ୍‌ ସଲ୍ୟୁସନ୍ ମଧ୍ୟ ଦିଆଯିବ । 

ସେ ଆହୁରି କହିଛନ୍ତି,ଏହା ବିଶ୍ୱର ସବୁଠାରୁ ଉନ୍ନତ 5G ଟେକ୍ନୋଲୋଜି ହେବ । SA ଟେକ୍ନୋଲୋଜି ଉପରେ ଆଧାରିତ ହେବ । କାରଣ କମ୍ପାନୀ ଅତ୍ୟାଧୁନିକ 5G ସେବା ନେଇକି ଆସୁଛି । ଅନ୍ୟ କମ୍ପାନୀଗୁଡିକ ପୁରୁଣା ସଲ୍ୟୁସନ୍‌ ବ୍ୟବହାର କରି 5G ଲଞ୍ଚ କରିବେ, କିନ୍ତୁ ଜିଓ ସ୍ୱତନ୍ତ୍ର 5G ସେବା ବ୍ୟବହାର କରିବେ ବୋଲି ଅମ୍ବାନୀ କହିଛନ୍ତି । ତେବେ ମେଟ୍ରୋ ସହରରୁ ଆରମ୍ଭ ହେବ ଏହି ସେବା ।