• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଭିନ୍ନ ସହର ଓ ଗାଁରେ ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଆତଙ୍କ ଭିତରେ ଜୀବନ କାଟୁଛନ୍ତି ଲୋକେ । କେଉଁଠି ମାଙ୍କଡ଼ କାହାର ଚଷମା ନେଇଗଲାଣି ତ ପୁଣି କେଉଁଠି କାହା ପିଲା ଚୋରି କଲାଣି । ମାଙ୍କଡ଼କୁ ଜନବସତି ଠାରୂ ଦୂରେଇ ରଖିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପ୍ରୟାସ ମଧ୍ୟ କରାଯାଉଛି । ହେଲେ ଏପରି ଏକ ଗାଁ ଅଛି, ଯେଉଁଠି ମାଙ୍କଡ଼ ପ୍ରେମରେ ଲୋକେ ଏପରି କାମ କରୁଛି, ସମସ୍ତେ ସାବାସୀ ଦେଉଛନ୍ତି । ଏକ ମାଙ୍କଡ଼ର ମୃତ୍ୟୁ ପରେ ଶୁଦ୍ଧିକ୍ରିୟା କରିବା ସହ ଗାଁ ଲୋକ ଲଣ୍ଡା ହୋଇଛନ୍ତି । ଏପରିକି ମଣିଷ ପରି ମାଙ୍କଡ଼ର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ହାଣ୍ଡିଘର ମଧ୍ୟ କରାଯାଇଛି । ଉତ୍ତର ପ୍ରଦେଶରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଆଗ୍ରା ତାଜଗଞ୍ଜ ଅନ୍ତର୍ଗତ ଶ୍ୟାମୋ ଗାଁରେ ଲୋକେ ମାଙ୍କଡମାନଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିବାର ନିଆରା ଉପାୟ ଅବଲମ୍ବନ କରିଛନ୍ତି । ଗୁରୁବାର ଦିନ ଆହତ ମାଙ୍କଡ଼ର ମୃତ୍ୟୁ ପରେ ମନ୍ଦିର ପରିସରରେ ତା’ର ସମାଧି ନିର୍ମାଣ କରାଯାଇଛି । କେବଳ ଏତିକି ନୁହେଁ, ଶୁକ୍ରବାର ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ହୋଇଥିବାବେଳେ ଗାଁ ଲୋକେ ଲଣ୍ଡା ମଧ୍ୟ ହୋଇଛନ୍ତି । ମାଙ୍କଡ ପ୍ରତି ଗାଁ ଲୋକଙ୍କ ଏହି ପ୍ରେମର ଭିଡିଓ ଇଣ୍ଟରନେଟ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୁରୁବାର ଦିନ ତାଜଗଞ୍ଜର ଶ୍ୟାମୋ ଗାଁରେ ମାଙ୍କଡମାନଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା । ଯେଉଁଥିରେ ଏକ ମାଙ୍କଡ଼ ଗୁରୁତର ଆହତ ହୋଇଥିଲା । ଆଉ କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା । ଗୁରୁବାର ନିଜେ ଗାଁର ଲୋକମାନେ ପଞ୍ଚାୟତ ଘରର ମନ୍ଦିର ପରିସରରେ ଥିବା ମାଙ୍କଡକୁ ସମାଧିଙ୍କୁ ଦେଇଥିଲେ ।

ତେବେ ଏହା ନୂଆ କଥା ନୁହେଁ ୨୦୦୪-୦୫ ମସିହାରେ ମଧ୍ୟ ଏହି ଗାଁର ଲୋକ ସଂପୂର୍ଣ୍ଣ ରୀତିନୀତି ସହିତ ଏକ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଥିଲେ । ତ୍ରୟୋଦଶର ଭୋଜି ମଧ୍ୟ ଆୟୋଜିତ ହୋଇଥିଲା । ମାଙ୍କଡଙ୍କୁ ପ୍ରଥମେ ଖାଇବା ଦେବା ପରେ ଗାଁ ଲୋକ ଖାଦ୍ୟ ଗ୍ରହଣ କରିଥିଲେ ।