Advertisment

‘ସବୁ ଦେଖୁଥିଲେ, ହେଲେ କେହି ବଞ୍ଚାଇବାକୁ ଆସିଲେନି’....ଜବରଦଖଲ ଉଚ୍ଛେଦ ବେଳେ ଘରେ ନିଆଁ ଲାଗି ମା’-ଝିଅ ମୃତ

ବେଆଇନ୍‌ ଉଚ୍ଛେଦ ଅଭିଯାନ ବେଳେ ଘରେ ନିଆଁ ଲଗାଇ ଦେବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମା’ ଓ ଝିଅକୁ ହତ୍ୟା କରାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mother-Daughter Die In Fire During Demolition Drive

Mother-Daughter Die In Fire During Demolition Drive

ଜବରଦଖଲ ଉଚ୍ଛେଦ ବେଳେ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲେ, ଏତିକିରେ ମନ ବୁଝିଲାନି ଯେ ଚାଳ ଘରେ ନିଆଁ ମଧ୍ୟ ଲଗାଇଦେଲେ। ଫଳରେ ଘର ଭିତରେ ଥିବା ମା’ଝିଅ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ନିଜ ଆଖି ସାମ୍ନାରେ ସ୍ତ୍ରୀ ଓ ଝିଅ ଜଳି ଯାଉଥିବା ଦେଖି ଘରର ମୁଖିଆ ସେମାନଙ୍କୁ ବଞ୍ଚାଇବାକୁ ଚାହିଁଥିଲେ ମଧ୍ୟ ବଞ୍ଚାଇ ପାରି ନଥିଲେ। ଶେଷରେ ବହୁ କାକୁତି ମିନତି କରିବା ସହ ସ୍ତ୍ରୀ ଓ ଝିଅର ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ହେଲେ  କେହିବି ତାଙ୍କ କଥା ଶୁଣି ନଥିଲେ। ଓଲଟା ସେଠାରେ ଉପସ୍ଥିତ ଲୋକ ନିଆଁ ଲଗାଇ ସମସ୍ତଙ୍କୁ ମାରି ଦେବା ପାଇଁ କହିଥିଲେ। ଉତ୍ତରପ୍ରଦେଶ କାନପୁରରେ ଏହି ଦୃଦୟବିଦାରକ ଘଟଣା ଘଟିଛି। କାନପୁର ଦେହାତରେ ବେଆଇନ୍‌ ଉଚ୍ଛେଦ ଅଭିଯାନ ବେଳେ ଘରେ ନିଆଁ ଲଗାଇ ଦେବାରୁ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ମା’ ଓ ଝିଅକୁ ହତ୍ୟା କରାଯାଇଥିବା ସମାଜବାଦୀ ପାର୍ଟି ଅଭିଯୋଗ କରିଛି। 

Advertisment

ସୂଚନା ଅନୁସାରେ, ରୁରା ଥାନା ଅନ୍ତର୍ଗତ ମଣ୍ଡୋଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁରେ ବେଆଇନ୍‌ ଉଚ୍ଛେଦ ଅଭିଯାନ ବେଳେ ବେଳେ ତହସିଲ ପ୍ରଶାସନ କୃଷ୍ଣ ଗୋପାଳ ଦୀକ୍ଷିତଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ କରିଥିଲେ। ଚାଳ ଘରେ ଯେତେବେଳେ ଗୋପାଳଙ୍କ ପତ୍ନୀ ପ୍ରମିଳା ଦୀକ୍ଷିତ ଓ ୨୩ ବର୍ଷୀୟ ଝିଅ ନେହା ଦୀକ୍ଷିତ ଥିଲେ, ସେହି ସମୟରେ ପ୍ରଶାସନ ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ଥିଲେ। ଏହି ସମୟରେ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ମା’ ଓ ଝିଅ ଜୀଅନ୍ତା ଜଳି ଯାଇଥିଲେ। ସ୍ତ୍ରୀ ଓ ଝିଅକୁ ବଞ୍ଚାଇବାକୁ ଯାଇ ଗୋପାଳ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ।

ଗୋପାଳଙ୍କ କହିବା ଅନୁସାରେ, ତାଙ୍କ ଘରକୁ ଆସି ରୁରା ଥାନାର ୨୦ ଜଣ ପୋଲିସ୍‌ କର୍ମୀଙ୍କ ସହ ଏସ୍‌ଡିଏମ୍‌, ତହସିଲଦାର ଧମକ ଦେଇଥିଲେ। ଆମେ ସେମାନଙ୍କୁ ଅନୁରୋଧ କରିଥିଲୁ ଯେ, ରହିବା ପାଇଁ ଆମ ପାଖରେ ଜାଗା ଖଣ୍ଡିଏ ନାହିଁ ଓ ମାମଲା କୋର୍ଟରେ ଚାଲିଛି। ଏହାଶୁଣି ପ୍ରଶାସନିକ ଅଧିକାରୀ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ଘର ଉପରେ ବୁଲ୍‌ଡୋଜର ଚଢ଼ାଇ ଦେଇଥିଲେ। ଏହି ସମୟରେ ଘରେ ଭିତରେ ମୋ ସ୍ତ୍ରୀ ଓ ଝିଅ ଥିଲେ ବୋଲି ଗୋପାଳ କହିଛନ୍ତି। 

Advertisment

ଗୋପାଳ ଆହୁରି ଅଭିଯୋଗ କରିଛନ୍ତି, ‘ଉଚ୍ଛେଦ ବେଳେ ଘଟଣାସ୍ଥଳରେ ୮-୧୦ ଜଣ ଲୋକ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ବଞ୍ଚାଇବା ବଦଳରେ ସମସ୍ତଙ୍କୁ ଜାଳି ଦେବା ପାଇଁ କହିଥିଲେ ଓ ଏହାପରେ ନିଆଁ ଲଗାଇ ଦେଇଥିଲେ। ଫଳରେ ମୋ ଝିଅ ଓ ସ୍ତ୍ରୀ ଜୀଅନ୍ତା ଜଳି ଯାଇଥିଲେ।’

Demolition Drive
Advertisment
Advertisment