• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରଖେ ହରି ତ ମାରେ କିଏ । ମାଟି ତଳୁ ଜୀବନ୍ତ ବାହାରିଲା ନୀରିହ ନିଷ୍ପାପ ଶିଶୁ । ବିହାରର ଛପରାରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ନିଜ ଝିଅକୁ ଜୀବନ୍ତ ପୋତିଦେବା ପରେ ଅଭିଯୁକ୍ତ ମା ଫେରାର ମାରିଛି । ତେବେ ପୋତି ଦେବା ପରେ ମଧ୍ୟ ଝିଅଟି ବଞ୍ଚିଥିଲା ଓ ତା’ର ନିଶ୍ୱାସପ୍ରଶ୍ୱାସ ଚାଲିଥିଲା । ଭୂମି ତଳେ ପୋତା ହେବା ଅବସ୍ଥାରେ ହଲଚଲ ହେବାରୁ ଭୂମି ଥରି ଉଠୁଥିଲା । ଏକଥା ଦେଖିବା ପରେ ଗାଁ ଲୋକେ ଝିଅଟିକୁ ମାଟି ଭିତରୁ ଉଦ୍ଧାର କରିଥିଲେ ।

ଉଦ୍ଧାର ପରେ ମୃତ୍ୟୁକୁ ମାତ୍‌ ଦେଇଥିବା ତିନି ବର୍ଷର ନିରୀହ କୁନି ଝିଅ ବଖାଣିଛି ଲୋକଟାଙ୍କୁରା କାହାଣୀ । ତାକୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ମଣିଷ ଆଉ କେହି ନୁହଁ ବରଂ ଖୋଦ୍‌ ତା’ର ଜନ୍ମଦାତ୍ରୀ । ମା ଏବଂ ଜେଜେମା ତାକୁ ପୋତି ଉପରେ ମାଟି ପକାଇ ଦେଇଥିବା ସେ କହିଛି । ବର୍ତ୍ତମାନ ଗ୍ରାମବାସୀ ତଥା ସ୍ଥାନୀୟ ମହିଳାଙ୍କ ସହାୟତାରେ ତାର ଜୀବନ ରକ୍ଷା ହୋଇଯାଇଛି । କିଛି କାମ ପାଇଁ ସ୍ଥାନୀୟ ମହିଳାମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଦେଖିଲେ ହଠାତ୍ ଗୋଟିଏ ଜାଗାର ମାଟି ଥରି ଉଠୁଛି । ଏହା ଦେଖି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ।

ସ୍ଥାନୀୟ ଲୋକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍‌ ଏବଂ ଝିଅଟିକୁ ଉଦ୍ଧାର କରିଥିଲା । ତେବେ କୁନି ଝିଅଟି ନିଜ ଗାଁର ନାମ ପୋଲିସକୁ କହିପାରୁ ନାହିଁ ।

ପୋଲିସ ସୂଚନା ଅନୁସାରେ ପୋତିବା ପରେ ତୁରନ୍ତ ଗାଁ ଲୋକ ପହଞ୍ଚି ଯାଇଥିବାରୁ ଝିଅଟି ବଞ୍ଚିଯାଇଛି । ବର୍ତ୍ତମାନ ପୂରା ଘଟଣାର ତଦନ୍ତ କରାଯାଉଛି । ସ୍ଥାନୀୟ SHO ଏବଂ ASI ରବିନ୍ଦ୍ର ସିଂ ଝିଅକୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଇ ଦେଇଛନ୍ତି ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛନ୍ତି ।