/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684318555.jpg)
Supreme Court On Divorce Case
ଅଧିକାଂଶ ଛାଡ଼ପତ୍ର ମାମଲା, ପ୍ରେମ ବିବାହ କରିଥିବା ଦମ୍ପତ୍ତିଙ୍କ କ୍ଷେତ୍ରରେ ଦେଖାଯାଉଛି । ଏକଥା ଆମେ ନୁହେଁ, ବୁଧବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି । ସୁପ୍ରିମ୍କୋର୍ଟ ସିଧାସିଧା କହିଛନ୍ତି ଯେ, ଅଧିକାଂଶ ଛାଡପତ୍ର ମାମଲା ପ୍ରେମ ବିବାହରୁ ଆସୁଛି । ଜଷ୍ଟିସ୍ ବି.ଆର ଗୱାଇ ଏବଂ ସଞ୍ଜୟ କାରୋଲଙ୍କ ଖଣ୍ଡପିଠ ଏକ ବିବାହ ବିବାଦକୁ ନେଇ ଟ୍ରାନ୍ସଫର ଆବେଦନର ଶୁଣାଣି ବେଳେ ଏହି ଟିପ୍ପଣି ଦେଇଛନ୍ତି । ସେ ଏକଥା ସେତେବେଳେ କହିଥିଲେ ଯେତେବେଳେ ଓକିଲ କୋର୍ଟଙ୍କୁ ଜଣାଇଲେ ଯେ, ଏହି ଦମ୍ପତ୍ତିଙ୍କର ପ୍ରେମ ବିବାହ ହୋଇଛି ।
ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ ନ୍ୟାୟାଧିଶ ଗୱାଇ କହିଛନ୍ତି, ପ୍ରେମ କରି ବିବାହ କରିଥିବା ଦମ୍ପତ୍ତିଙ୍କ କ୍ଷେତ୍ରରେ ହିଁ ଛାଡ଼ପତ୍ର କଥା ଉଠୁଛି । ସେମାନେ କିଛି ଦିନ ଏକାଠି ରହିବା ପରେ ଅଲଗା ହୋଇଯାଉଛନ୍ତି । ତେବେ ଉକ୍ତ ମାମଲାର ଶୁଣାଣି ବେଳେ କୋର୍ଟ ମଧ୍ୟସ୍ତି ଦ୍ୱାରା ବୁଝାସୁଝା କରିବାର ପରାମର୍ଶ ମଧ୍ୟ ଦେଇଥିଲେ । ହେଲେ ଏହାର ସ୍ୱାମୀ ଏହାର ବିରୋଧ କରିଥିଲେ । ଅନ୍ୟପଟେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଏକ ମାମଲା ଶୁଣାଣି ହୋଇଥିଲା । ଯେଉଁଥରେ ଅନ୍ୟ ଜଣକର ଅନିଚ୍ଛା ସତ୍ତ୍ୱେ ତାଙ୍କୁ ଛାଡ଼ପତ୍ର ଦେଇହେବ ବୋଲି ରାୟ ପ୍ରକାଶ ପାଇଥିଲା ।
ସୁପ୍ରିମ୍କୋର୍ଟ ଚଳିତ ମାସ ଆରମ୍ଭରୁ ଏକ ମାମଲାର ଶୁଣାଣି କରି କହିଥିଲେ ଯେ, ଜୀବନସାଥିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଯଦି ପୁରଣ ନହୋଇପାରେ ତେବେ ସେମାନଙ୍କ ଛାଡ଼ପତ୍ର ଆବେଦନ ତୁରନ୍ତ ଗ୍ରହଣ କରିବା ଉଚିତ୍ । କାରଣ ଏହା ସେମାନଙ୍କର ଅଧିକାର ନୁହେଁ ବିଶେଷାଧିକାର । ଏଥିରେ କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ଏଭଳି ମାମଲାର ତୁରନ୍ତ ସମାଧାନ ହେବା ଆବଶ୍ୟକ ।
ଖାଲି ସେତିକି ନୁହେଁ, ଉଭୟ ପକ୍ଷ ଯେଭଳି ନ୍ୟାୟ ପାଇବେ ସେହିଭଳି ରାୟ ଶୁଣାଇବାକୁ ହେବ ବୋଲି କୋର୍ଟ କହିଥିଲେ । ଏହାସହ ପାରିପାର୍ଶ୍ୱିକ ପରିସ୍ଥିତି ତଥା ତଥ୍ୟ ପ୍ରମାଣକୁ ଆଧାର କରି ଏହି ରାୟ ଶୁଣାଇବାକୁ ହୋଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)