/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658117509.jpg)
Monkey Throws 4-Month-Old Baby Off Building In UP
୪ ମାସର ଶିଶୁକୁ ୩ ମହଲାରୁ ଫିଙ୍ଗି ଦେଲା ମାଙ୍କଡ଼। ଉତ୍ତରପ୍ରଦେଣ ବରେଲିରେ ଏହି ଅଭାବନୀୟ ଘଟଣା ଘଟିଛି। ତଦନ୍ତ ପାଇଁ ଘଟଣାସ୍ଥଳକୁ ବନ ବିଭାଗ ପକ୍ଷରୁ ଏକ ଟିମ୍ ପଠାଯାଇଥିଲା। ଏନେଇ ବନ ସଂରକ୍ଷଣ ମୁଖ୍ୟ ଲଳିତ ବର୍ମା ସୂଚନା ଦେଇଛନ୍ତି।
Advertisment
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବରେଲିର ଡୁଙ୍କା ଗାଁର ନିର୍ଦେଶ ଉପାଧ୍ୟୟ(୨୫) ଓ ତାଙ୍କ ପତ୍ନୀ ୩ ମହଲାର ଟେରାସ୍ରେ ବୁଲୁଥିଲେ। ୪ ମାସର ଶିଶୁ ମଧ୍ୟ ସେମାନଙ୍କ ସହ ଥିଲେ। ହଠାତ୍ ଛାତ ଉପରକୁ ମାଙ୍କଡ଼ ପଲ ଚାଲି ଆସି ନିର୍ଦେଶଙ୍କୁ ଘେରି ଯାଇଥିଲେ।
ଯେତେବେଳେ ନିର୍ଦେଶ ପାହାଚ ଆଡ଼କୁ ଦୌଡ଼ି ପଳାଉ ଥିଲେ ଏହି ସମୟରେ ଶିଶୁଟି ତାଙ୍କ ହାତରୁ ଖସି ଯାଇଥିଲା। ତେବେ ଶିଶୁଟିକୁ ଧରିବା ପୂର୍ବରୁ ଏକ ମାଙ୍କଡ଼ ଶିଶୁଟିକୁ ଧରି ୩ ମହଲାରୁ ତଳକୁ ଫିଙ୍ଗି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ଘଟିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)