୮ରେ ଶପଥ ନେବେ ମୋଦି; କ’ଣ ରହିଛି ଏହି ସଂଖ୍ୟା ପଛର କାରଣ ? 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଜୁନ୍‌ ୮ ତାରିଖରେ କାହିଁକି ଶପଥ ନେବେ ମୋଦି ? ୮ ତାରିଖ ପଛରେ କଣ ରହିଛି ରହସ୍ୟ ? 

Narendra Modi

ଚଳିତ ଲୋକସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି NDA । ଯାହାଫଳରେ କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ତେବେ ନୂଆ ସରକାର ଶପଥ ଗ୍ରହଣ ତାରିଖ ଓ ସମୟ ମଧ୍ୟ ସ୍ଥିର କରାଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଜୁନ୍ ୮ ତାରିଖ ସନ୍ଧ୍ୟାରେ ହୋଇପାରେ । ତେବେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଜୁନ୍‌ ୮ ତାରିଖରେ କାହିଁକି ଶପଥ ନେବେ ମୋଦି ?  ୮ ତାରିଖ ପଛରେ କଣ ରହିଛି ରହସ୍ୟ ? 

ଜ୍ୟୋତିଷଙ୍କ ଅନୁଯାୟୀ, ‘ସଂଖ୍ୟା ୮କୁ ସାଂଖ୍ୟ ଗଣିତରେ ଶନି ଗ୍ରହକୁ ସୂଚିତ କରେ ଏବଂ ୮ ମଧ୍ୟ ନ୍ୟାୟର ପ୍ରତୀକ ବୋଲି କୁହାଯାଏ । ସଂଖ୍ୟା ୮ ମଧ୍ୟ ରାଜଯୋଗର ପ୍ରତୀକ ବୋଲି ମଧ୍ୟ କୁହାଯାଏ  । ( ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ‘ରାଜଯୋଗ’ ଲାଭ ସହ ଜଡିତ ଏକ ପ୍ରକାର ଯୋଗ ) । ଏହା ଦ୍ବାରା ବଡ଼ ବଡ଼ ଶତ୍ରୁ ମଧ୍ୟ ପରାସ୍ତ ହୋଇଥାନ୍ତି । ’

ଅଧିକ ପଢ଼ନ୍ତୁ:  ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷର ନିରଙ୍କୁଶ ଯାତ୍ରାର ଅନ୍ତ; ଇତିହାସ ପାଲଟିଗଲେ ନବୀନ...

ସଂଖ୍ୟା ୮କୁ ମହତ୍ତ୍ୱପୂର୍ଣ୍ଣ ବିଷୟରୁ ଦେଖିବାକୁ ଗଲେ ମୋଦିଙ୍କ ପ୍ରଥମ ପାଳିରେ ସବୁଠାରୁ ବଡ ନିଷ୍ପତ୍ତି ମଧ୍ୟରୁ ବିମୁଦ୍ରୀକରଣ ନଭେମ୍ବର ୮ରେ ରାତି ୮ ଟାରେ ଘୋଷଣା କରାଯାଇଥିଲା । ସେହିପରି ୨୬ ସେପ୍ଟେମ୍ବର ୨୦୧୫ରେ ଡିଜିଟାଲ୍ ଇଣ୍ଡିଆ ଡ୍ରାଇଭ୍ ମଧ୍ୟ ଲଞ୍ଚ କରିଥିଲେ ମୋଦି । ତାରିଖ ସଂଖ୍ୟା  ୨ + ୬କୁ ମିଶାଇଲେ ଓ ମସିହା ସଂଖ୍ୟା ୨+୦+୧+୫କୁ ମିଶାଇଲେ ସଂଖ୍ୟା ୮ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ତାରିଖ ମଧ୍ୟ ୧୭ ସେପ୍ଟେମ୍ବର । ଯାହାକୁ ମିଶାଇଲେ ମଧ୍ୟ ୮ ହେଉଛି । ୨୬ ଜାନୁଆରୀ ଭାରତର ଗଣତନ୍ତ୍ର ଦିବସ, ଯାହାକୁ ମିଶାଇଲେ (୨ + ୬ ) ମଧ୍ୟ ୮ ହେଉଛି । ୨୦୨୪ ସହିତ ଏକ ଅଦ୍ଭୁତ ସଂକେତ ମଧ୍ୟ ଅଛି: ବର୍ଷର ସଂଖ୍ୟା (୨ + ୦ + ୨ + ୪) ଯାହାକୁ ମିଶାଇଲେ ମଧ୍ୟ ୮ ହେଉଛି ।

ଆହୁରି ମଧ୍ୟ ଜ୍ୟୋତିଷଙ୍କ ଅନୁଯାୟୀ, "ଯେହେତୁ ସଂଖ୍ୟା ୮ ନ୍ୟାୟର ପ୍ରତୀକ, ତେଣୁ ଏହାର ପ୍ରଭାବରେ ଥିବା ଲୋକମାନେ ନିଜ କାର୍ଯ୍ୟରେ ନୈତିକ ଭାବରେ ଦୃଢ ହେବା ଆବଶ୍ୟକ । ଯଦି ସେମାନେ ଅନୈତିକ କାର୍ଯ୍ୟ କରନ୍ତି, ତେବେ ଶନି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାନ୍ତି ।

ତେବେ ଶପଥ ଗ୍ରହଣ ଉତ୍ସବ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହେଲାଣି । ସେହିପରି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ମଧ୍ୟ ବିଜେପିର ସହଯୋଗୀ ଦଳମାନଙ୍କ ସହ ଘନଘନ ଆଲୋଚନା ଓ ବୈଠକ ଜାରି ରହିଛି । ଆସନ୍ତା ୨-୩ ଦିନ ମଧ୍ୟରେ ନାଁ ଚୁଡ଼ାନ୍ତ ହେବ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ: କୁଆଡ଼େ ଗଲେ ପାଣ୍ଡିଆନ୍ ? BJD ର ବିପର୍ଯ୍ୟୟ ପରେ ଗାଏବ୍ ଦ୍ୱିତୀୟ ସର୍ବଶକ୍ତିମାନ୍ ନେତା