• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କର ଜନ୍ମଦିନ । ୭୨ ବର୍ଷ ବୟସରେ ମଧ୍ୟ ସେ ଯୁବଗୋଷ୍ଠୀଙ୍କ ପାଇଁ ୟୁଥ୍‌ ଆଇକନ୍‌ । ତେବେ ଅନେକ ହୁଏତ ଜାଣି ନଥିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସମସ୍ତ ବଡ ନିଷ୍ପତ୍ତିରେ ୮ ଅଙ୍କର ବିଶେଷ ସଂଯୋଗ ଦେଖିବାକୁ ମିଳେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୮ ,୨୬ ଏବଂ ୧୭ ସଂଖ୍ୟା ଗୁଡ଼ିକର ସମଷ୍ଟି ହେଉଛି ୮ । ଏହି ଯୋଗକୁ ଜ୍ୟୋତିଷ ଶାସ୍ତ୍ରରେ ମୂଳ ଅଙ୍କ କୁହାଯାଏ ।

୮ ନମ୍ବର ସହିତ ପିଏମ ମୋଦିଙ୍କ ସଂଯୋଗ କିପରି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ରେ ଜନ୍ମଗ୍ରହଣ କରିଥିଲେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାର ମୂଳ ଅଙ୍କ ହେଉଛି ୮ । ସେଥିପାଇଁ ୮, ୨୬ ଏବଂ ୧୭ରେ ହିଁ ସେ ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି । ଏଥିପାଇଁ ବେଳେବେଳେ ଆଠ ନମ୍ବରକୁ ତାଙ୍କର ଶୁଭ ସଂଖ୍ୟା ଭାବରେ ବିବେଚନା କରାଯାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରାୟତଃ ବଡ଼ ନିଷ୍ପତ୍ତି ସହ ଆଠ ସଂଖ୍ୟାର ସମ୍ପର୍କ ରହିଛି । ସେ ୨୦୧୪ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ତାରିଖ ରଖିଥିଲେ ମାର୍ଚ୍ଚ ୨୬ । ଆଉ ଏହି ସଂଖ୍ୟାର ମୂଳ ଅଙ୍କ ୮ ସହ ସାମଞ୍ଜସ୍ୟ ରହିଛି । ସେହପରି ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମାଙ୍କନ ତାରିଖ ୨୬ ଏପ୍ରିଲ ଥିଲା । ଆହୁରି ଅନେକ ବଡ଼ ବଡ଼ ନିଷ୍ପତ୍ତି ସହ ୮ ନମ୍ବରର ସମ୍ପର୍କ ଥିବା ଦେଖିବାକୁ ମିଳିଛି ।

ଚତୁର୍ଥ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ଯେବେ ଶପଥ ଗ୍ରହଣ କରିଥିଲେ, ତାରିଖ ଥିଲା ୨୬ ଡିସେମ୍ବର । ସେ ମେ ୨୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେହିପରି ବିମୁଦ୍ରାକରଣ ଭଳି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରିବାର ତାରିଖ ଥିଲା ନଭେମ୍ବର ୮ ।

ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିବାକୁ ନିଷ୍ପତ୍ତି ନେଇଥିଲେ ମୋଦି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ନାମିବିୟାରରୁ ୮ ଟି ଚିତା ଭାରତକୁ ଅଣାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ମୋଦିଙ୍କର ୮ ଅଙ୍କ ସହ ବିଶେଷ ସମ୍ପର୍କ ରହିଛି ।