Advertisment

War Siren Simulation in India: ଆସନ୍ତାକାଲି ସୁରକ୍ଷା ମକଡ୍ରିଲ୍, ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍

‘କାଲି ବାଜିବ ଯୁଦ୍ଧ ସାଇରନ୍ ’। ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି ।

ଅଦ୍ୟତନ ହୋଇଛି
undefined

ଯୁଦ୍ଧ ସାଇରନ୍‌ ବାଜିଲେ ସୁରକ୍ଷିତ ସ୍ଥାନକୁ ଯିବେ

Advertisment

ପାକିସ୍ତାନ ବିରୋଧରେ ଯୁଦ୍ଧ ଆସନ୍ନ, ତା ପୂର୍ବରୁ ଆସନ୍ତାକାଲି ବାଜିବ ସାଇରନ୍ । ସମ୍ଭାବ୍ୟ ଶତ୍ରୁ ଆକ୍ରମଣ ବେଳେ କେମିତି ସାଧାରଣ ଲୋକେ କରିବେ ନିଜର ଆତ୍ମରକ୍ଷା, ଏ ପ୍ରଶିକ୍ଷଣ ଦେବାକୁ ଅପରାହ୍ନ ଠିକ୍ ୪ଟାରେ ଗର୍ଜିବ ଦେଶବ୍ୟାପୀ ସାଇରନ୍ । ଓଡ଼ିଶାର ୧୨ ସ୍ଥାନ ସହ ଦେଶର ୨୪୪ ଜିଲ୍ଲାକୁ ଏଥିପାଇଁ ଆସିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମକଡ୍ରିଲ୍ ନିର୍ଦ୍ଦେଶ । ଯାହାକି ଆସନ୍ତା ୧୦ ତାରିଖ ଯାଏଁ ଚାଲିବ । ୧୯୭୧ ପାକିସ୍ତାନ ବିପକ୍ଷ ଯୁଦ୍ଧ ପରେ କାଲି ବାଜିବାକୁ ଯାଉଛି ପୁଣି ଥରେ ବଡ଼ ସାଇରନ୍ ।

Advertisment

‘କାଲି ବାଜିବ ଯୁଦ୍ଧ ସାଇରନ୍ ’। ଆରମ୍ଭ ହେଲାଣି କାଉଣ୍ଟଡାଉନ୍ । ୭ ତାରିଖ, ବୁଧବାର ଅପରାହ୍ନ ଠିକ୍ ୪ଟା । ସେତିକିବେଳେ ଦେଶବ୍ୟାପୀ ଗର୍ଜିବ ସାଇରନ୍ । ପହଲଗାମ୍ ଆତଙ୍କୀ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଭଳି ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ଉପୁଜିଛି । ସେ ଦୃଷ୍ଟିରୁ ବେଶ୍ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ ଏ ସାଇରନ୍ । ଶତ୍ରୁ ଆକ୍ରମଣ ବେଳେ କେମିତି ସାଧାରଣ ଲୋକେ କରିବେ ନିଜ ଆତ୍ମରକ୍ଷା? ଯୁଦ୍ଧ ହେଲେ କେଉଁଠି ରହିବେ ? ଗୁଳିଗୋଳା ଓ ବୋମା ବର୍ଷଣ ସମୟରେ କୁଆଡ଼େ ଯାଇ ଲୁଚିବେ ? ଏସବୁ ଅଭ୍ୟାସ ସହ ମକଡ୍ରିଲ୍ ମାଧ୍ୟମରେ ଦେଶବାସୀଙ୍କୁ ୩୦ ମିନିଟ୍ ଧରି କରାଯିବ ସଚେତନ ।

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଦେବ କାହାକୁ ସମର୍ଥନ? ମୁସଲିମ ରାଷ୍ଟ୍ର କହିଲେ...

କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ୨୪୪ଟି ଜିଲ୍ଲାର ୩ ଶହରୁ ଅଧିକ ସ୍ଥାନରେ ୪ରୁ ୫ ମିନିଟ୍ ଧରି ସାଇରନ୍ ବାଜିବା ପରେ ଲୋକେ ଜାଣିବେ ପବ୍ଲିକ୍ ସେଫଟି ମେକାନିଜିମର ପ୍ରଣାଳୀ । ଏ ନେଇ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ବି ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ସାରିଛନ୍ତି ।

Advertisment

ତେବେ ଏଠି ପ୍ରଶ୍ନ କ'ଣ ଏ ଯୁଦ୍ଧ ସାଇରନ୍ ? କାହିଁକି କାଲି ବାଜିବ ? ବିଶ୍ଳେଷଣ କଲେ ଜଣାଯାଏ- ବାସ୍ତବରେ ଏହା ଏକ ଆଲାରାମ୍ ପ୍ରଣାଳୀ, ଯାହାକି ଯୁଦ୍ଧ ଭଳି ବିପଦ ସମୟରେ ଲୋକଙ୍କୁ ସଚେତନ କରିବାକୁ ବ୍ୟବହାର କରାଯାଇଥାଏ । ଏ ସାଇରନର ଶବ୍ଦ ଖୁବ୍ ତୀବ୍ର, ଯାହାକି ଅନେକ ଦୂର ଯାଏଁ ଶୁଣାଯାଏ । ସାଇରନର ତୀବ୍ରତା ୧୨୦ରୁ ୧୪୦ ଡେସିବଲ୍ ପର୍ଯ୍ୟନ୍ତ ହୋଇଥିବାରୁ ପ୍ରାୟ ୨ରୁ ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଏ । ଯୁଦ୍ଧ, ଏୟାର ଷ୍ଟ୍ରାଇକ୍ କିମ୍ବା କୌଣସି ବଡ଼ ବିପଦ ସମୟରେ ଲୋକଙ୍କୁ ସଚେତନ କରିବା ଲାଗି ଏହାକୁ ବଜା ଯାଏ । ତାହାଲେ ଏଭଳି ସାଇରନ୍ ଶୁଭିଲେ ଲୋକେ କରିବେ କ'ଣ ?

ଗୃହ ମନ୍ତ୍ରଣାଳୟର ପରାମର୍ଶ ଅନୁସାରେ- ୫ରୁ ୧୦ ମିନିଟ୍ ଭିତରେ ସମସ୍ତେ ସୁରକ୍ଷିତ ସ୍ଥାନକୁ ପଳାଇବେ। କେହି ଖୋଲା ପଡ଼ିଆରେ ନରହି ଛାତ ଘରେ ଲୁଚିଯିବେ । ଟିଭି, ରେଡିଓ ଏବଂ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ । କୌଣସି ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀଙ୍କ ସୂଚନା ଉପରେ ଭରସା ରଖିବେ । ପ୍ରଶାସନ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବେ ଓ ବିବ୍ରତ ନହୋଇ ଶାନ୍ତ ରହିବେ । ତେଣେ ଆସନ୍ତାକାଲି ସାଇରନ୍ ବାଜିବା ପୂର୍ବରୁ ଆଜି ଦିଲ୍ଲୀ, ଲକ୍ଷ୍ନୌ ଓ କାଶ୍ମୀରର କିଛି ଶିକ୍ଷାନୁଷ୍ଠାନ ସହ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଦେଖିବାକୁ ମିଳିଥିଲା ପ୍ରି-ମକଡ୍ରିଲ୍ ।

Advertisment

କେନ୍ଦ୍ର ଗୃହମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଓଡ଼ିଶା ବି ସାଇରନ୍ ପ୍ରସ୍ତୁତି । ଆସନ୍ତାକାଲି ରାଜ୍ୟର ୧୨ଟି ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକଡ୍ରିଲ ପାଇଁ ହୋଇଛି ପ୍ରସ୍ତୁତି । ବେଳାଭୂମି ଓ ବାତ୍ୟା ଆଶ୍ରୟ ସ୍ଥଳରେ ବି ବାଜିବ ଆଲାରାମ୍‌ । ୫ ମିନିଟ ଧରି ଲମ୍ବା ସାଇରନ ବାଜିଲା କ୍ଷଣି ଲୋକେ କିଭଳି ନିରାପଦ ସ୍ଥାନକୁ ଯିବେ, ପରବର୍ତ୍ତୀ ସାଇରନ ନବାଜିବା ଯାଏଁ କେମିତି ନବାହାରିବେ, ସେ ନେଇ ଆଜି ଅଗ୍ନିଶମ ଡିଜି, ଡିଆଇଜି ଏବଂ ଓସଡ଼ମା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ।

ଯେଉଁ ସବୁ ଜାଗାରେ ସାଇରନ୍ ବାଜିବ ସେଗୁଡ଼ିକ ଭିତରେ ରହିଛି ରାଜଧାନୀ ଭୁବନେଶ୍ବର, ପାରାଦୀପ ଓ ଗୋପାଳପୁର ବନ୍ଦର, ତାଳଚେର, ପୁରୀ, ଭଦ୍ରକ ଓ କେନ୍ଦ୍ରାପଡ଼ା। ଏହି ମକଡ୍ରିଲରେ ସାମିଲ ହେବେ ଏଲସିସି କ୍ୟାଡେଟ୍, ଏନଏସଏସ ଛାତ୍ରଛାତ୍ରୀଙ୍କ ସହ ସ୍ବେଛାସେବୀ। ଜଗତସିଂହପୁରରେ ଆସନ୍ତାକାଲିର ମକଡ୍ରିଲ୍ ପାଇଁ ଏସପି ଓ ଜିଲ୍ଲାପାଳ କରିଛନ୍ତି ପ୍ରସ୍ତୁତି। ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସଂସ୍ଥା ମାନଙ୍କରେ ସାଏରନ ବାଜିଲେ ବି ଲୋକେ ଭୟଭୀତ ନହେବାକୁ ଅପିଲ୍ କରିଛନ୍ତି ଜିଲ୍ଲାପାଳ ।

ଏଠି ପ୍ରଶ୍ନ- ଭାରତ ଇତିହାସରେ ଆଗରୁ କେବେ କେଉଁ ଯୁଦ୍ଧ ପୂର୍ବରୁ ବାଜିଥିଲା ଏଭଳି ସାଇରନ୍। ସେଗୁଡ଼ିକ ହେଲା- ୧୯୬୨ ଭାରତ-ଚୀନ ୱାର, ୧୯୬୫ ଓ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସହ ୧୯୯୯ କାରଗିଲ ଯୁଦ୍ଧ ବେଳେ ବି ଏଭଳି ସାଇରନ୍ ବାଜିଥିଲା । ତେବେ ଆସନ୍ତାକାଲିର ସାଇରନ୍ ପାକିସ୍ତାନ ବିରୋଧରେ ପୁଣି ଏକ ଯୁଦ୍ଧର ସ୍ପଷ୍ଟ ଆଭାସ ଦେବ ।

ଅଧିକ ପଢ଼ନ୍ତୁ: ଭାରତ ନା ପାକିସ୍ତାନ...ଏୟାରସ୍ପେସ ବନ୍ଦ ହେବାପରେ କିଏ ସହିବ ଅଧିକ କ୍ଷତି ?

India Pakistan Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ