Advertisment

୧୦ ମିନିଟ୍‌ରେ ଫେରୁଛି କହି ଯବାନ ନିଖୋଜ...କାନ୍ଦି କାନ୍ଦି ମାଆ କହୁଛି- ‘ଦୟାକରି ମୋ ପୁଅକୁ ଛାଡ଼ିଦିଅ, ସେ ନିରୀହ ପିଲା...’

‘ଦୟାକରି ତାକୁ ଛାଡ଼ିଦିଅ। ସେ ନିରୀହ ପିଲା। ଯଦି ସେ କିଛି ଭୁଲ୍‌ କରିଛି, ତା’ପାଇଁ ମୁଁ କ୍ଷମା ମାଗି ନେଉଛି। ହେଲେ ମୋ ପୁଅକୁ ଛାଡ଼ିଦିଅ’...ଏଭଳି କିଛି ଭାବପ୍ରବଣ ହୋଇ ଆତଙ୍କାବାଦୀକୁ ନିବେଦନ କରିଛନ୍ତି ଜଣେ ଯବାନଙ୍କ ମା’।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Missing jawan mother emotional message to terrorists

Missing jawan mother emotional message to terrorists

‘ଦୟାକରି ତାକୁ ଛାଡ଼ିଦିଅ। ସେ ନିରୀହ ପିଲା। ଯଦି ସେ କିଛି ଭୁଲ୍‌ କରିଛି, ତା’ପାଇଁ ମୁଁ କ୍ଷମା ମାଗି ନେଉଛି। ହେଲେ ମୋ ପୁଅକୁ ଛାଡ଼ିଦିଅ’...ଏଭଳି କିଛି ଭାବପ୍ରବଣ ହୋଇ ଆତଙ୍କାବାଦୀକୁ ନିବେଦନ କରିଛନ୍ତି ଜଣେ ଯବାନଙ୍କ ମା’। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯବାନଙ୍କ ପରିବାର ଲୋକଙ୍କ ସନ୍ଦେହ ଯେ, ଆତଙ୍କବାଦୀମାନେ ତାଙ୍କ ପୁଅକୁ ଅପହରଣ କରି ନେଇଛନ୍ତି। ହେଲେ ଏବେ ସୁଦ୍ଧା ଯବାନଙ୍କର କୌଣସି ପତ୍ତା ମିଳିପାରିନି। ନିଖୋଜ ଯବାନଙ୍କ ନାଁ ଜାଭେଦ ଅହମ୍ମଦ ୱାନି।

Advertisment

ସୂଚନା ଅନୁସାରେ, ରବିବାର ରାତି ପ୍ରାୟ ୮ଟା ସମୟରେ ଜାଭେଦ ଫୋନ୍‌ କରି କିଛି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମା’ଙ୍କୁ କହିଥିଲେ। ଏହାକୁ ସେ ଲଦାଖ ବେସ୍‌ କ୍ୟାମ୍ପକୁ ନେଇକି ଯାଇଥାନ୍ତେ। ୫ ମିନିଟ୍‌ କିମ୍ବା ୧୦ ମିନିଟ୍‌ ଭିତରେ ସେ ଘରେ ପହଞ୍ଚିବେ ବୋଲି ମଧ୍ୟ କହିଥିଲେ। ଗ୍ରୋସରୀ କିଣିବା ପାଇଁ କାର୍‌ରେ ଜାଭେଦ ଚାୱାଲଗାମ୍‌ ଗାଁକୁ ଯାଇଥିଲେ। ହେଲେ ସନ୍ଧ୍ୟା ସାଢ଼େ ୮ଟା ସୁଦ୍ଧା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିଲେ।

ପାରାନହଲ୍‌ ଗାଁ ନିକଟରେ ତାଙ୍କ କାର୍‌ ମିଳିଥିବା ବେଳେ ଗାଡ଼ି ଲକ୍‌ ପଡ଼ିଥିବା କିଛି ପଡ଼ୋଶୀ ଦେଖି ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ କାର୍‌ ଭିତରୁ ମଟନ୍‌, କଦଳୀ ଓ ହଳେ ଚପଲ ଠାବ କରାଯାଇଥିଲା। ଏପରିକି କାର୍‌ ଭିତରେ କିଛି ରକ୍ତ ଛିଟା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତି ଦେଖି ପରିବାର ଲୋକ ସନ୍ଦେହ ଯେ, ତାଙ୍କ ପୁଅ ଜାଭେଦଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇଛନ୍ତି। ତେଣୁ ପୁଅକୁ ସୁରକ୍ଷିତ ଭାବେ ଛାଡ଼ି ଦେବା ଲାଗି ଆକୁଳ ନିବେଦନ କରିଛନ୍ତି ମାଆ। 

Advertisment

ଭାବପ୍ରବଣ ହୋଇ ଜାଭେଦଙ୍କ ମା’ ଆତଙ୍କାବଦୀକୁ ନିବେଦନ କରିଛନ୍ତି ଯେ, ‘‘ଦୟାକରି ତାକୁ ଛାଡ଼ିଦିଅ। ସେ ନିରୀହ ପିଲା। ଯଦି ସେ କିଛି ଭୁଲ୍‌ କରିଛି, ତା’ପାଇଁ ମୁଁ କ୍ଷମା ମାଗି ନେଉଛି। ହେଲେ ମୋ ପୁଅକୁ ଛାଡ଼ିଦିଅ’। ଏହି ଭିଡିଓ ବାର୍ତ୍ତା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଶେଷଥର ପାଇଁ ପରିବାର ଲୋକ, ସମ୍ପର୍କୀୟ ଓ ପଡ଼ୋଶୀ ଜାଭେଦଙ୍କୁ ରବିବାର ଦିନ ହିଁ ତାଙ୍କ ଘରେ ଦେଖିବାକୁ ପାଇଥିଲେ। ସେପଟେ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି।

ସୂଚନାଥାଉ କି, ଯବାନଙ୍କୁ ଆତଙ୍କବାଦୀମାନେ ଅପହରଣ କରିବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଛି। ୨୦୨୨ରେ ଲସ୍କର-ଇ-ତୋଇବା ଆତଙ୍କବାଦୀମାନେ ଜମ୍ମୁ ଓ କାଶ୍ମୀରରୁ ଯବାନ ସମୀର ଅହମ୍ମଦଙ୍କୁ ଅପହରଣ କରି ହତ୍ୟା କରିଥିଲେ। ବୁଡ୍‌ଗାମ୍‌ରୁ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। 

Jawan Missing
Advertisment
Advertisment