/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670860136.jpg)
Priyanka Gandhi
ରାଜନୈତିକ ପୃୃଷ୍ଠଭୂମିରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ଗାନ୍ଧୀ ପରିବାରର ପରବର୍ତ୍ତୀ ଦାୟାଦ । କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ବେଳେ ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଝିଅ ମିରାୟା ଭଦ୍ରା । ଏହା ପୂର୍ବରୁ ପ୍ରିୟଙ୍କା ତନୟା ମିରାୟାଙ୍କୁ ଆଗରୁ ସର୍ବସାଧାରଣ କିମ୍ବା ରାଜନୈତିକ ସଭା ସମିତିରେ କେଉଁଠି ବି ଦେଖିବାକୁ ମିଳିନଥିଲା ।
ବିଶେଷକରି ମାଆ, ମାମୁଁ ଓ ବାପାଙ୍କ ସହ ଏକାଠି ଦେଖାଦେବାରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ରାହୁଲ ଗାନ୍ଧୀ ଆଜି ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଅଟିକିଥିବା ଭାରତ ଯୋଡ଼ୋ ଯାତ୍ରାକୁ ପୁଣି ଆରମ୍ଭ କରିଛନ୍ତି । ଏହି ଅବସରରେ ରାହୁଲଙ୍କ ସହ ଯାତ୍ରାରେ ସାମିଲ ହୋଇଥିଲେ ଭଉଣୀ ପ୍ରିୟଙ୍କା, ଭିଣୋଇ ରବର୍ଟଙ୍କ ସହ ଭାଣିଜୀ ମିରାୟା । ରାଜସ୍ଥାନର ବୁନ୍ଦିରେ ଆଜିର ଏହି ଭାରତ ଯୋଡ଼ ଯାତ୍ରାକୁ ନାରୀ ଶକ୍ତି ପଦ ଯାତ୍ରା ଭାବେ ଅଭିହିତ କରାଯାଇଛି । ନାରୀ ଶସକ୍ତିକରଣର ସନ୍ଦେଶ ନେଇ ଆୟୋଜିତ ଆଜିର ଯାତ୍ରାରେ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ । ରାଜସ୍ଥାନରେ ଭାରତ ଯୋଡ଼ୋ ଯାତ୍ରାକୁ ସ୍ଥାନୀୟ ଲୋକେ ବହୁଳ ମାତ୍ରାରେ ସମର୍ଥନ ଦେଇଥିବାରୁ ରାହୁଲ ଏଥିପାଇଁ ରାଜସ୍ଥାନବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
आज #BharatJodoYatra को महिलाशक्ति की शक्ति मिली..
महिलाशक्ति ने अग्रणी होकर महिला सशक्तिकरण की आवाज़ को बुलंद कर कदम बढ़ाए। pic.twitter.com/RuDAEcKU9W
— Congress (@INCIndia) December 12, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)