Advertisment

Cobra Bitten To Death: ଖେଳନା ଭାବି ନାଗ ସାପକୁ କାମୁଡି ମାରିଦେଲା ୩ ବର୍ଷର ବାଳକ, ଡାକ୍ତର କହିଲେ ଏହା ଆଶ୍ଚର୍ଯ୍ୟ ଓ ବିରଳ ଘଟଣା

ସାପଟି ଗୋବିନ୍ଦ ପାଖକୁ ଆସି ତା ହାତରେ ଗୁଡେଇ ହୋଇଯାଇଥିଲା। ବାଳକଟି ସାପକୁ ଖେଳନା ଭାବି ତାକୁ ଦାନ୍ତରେ କାମୁଡି ଦେଇଥିଲା। ଏହି କାମୁଡାରେ ସାପଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା।

author-image
Tapan Kumar Swain
cobra

cobra

ଜଣେ ୩ ବର୍ଷର ବାଳକ ଗୋଟିଏ ବିଷାକ୍ତ ନାଗ ସାପକୁ କାମୁଡି ମାରିଦେଇଛି । ଏହି ବାଳକ ସାପ ବିଷାକ୍ତ କି କଣ ଜାଣିନାହିଁ । କିନ୍ତୁ ସାପ ତା ହାତରେ ଗୁଡେଇ ହୋଇଗଲା ବୋଲି କାମୁଡି ତାକୁ ମାରିଦେଲା । ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବିହାରରେ । ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ମଝୌଲିଆ ବ୍ଲକ ଅନ୍ତର୍ଗତ ବନକଟୱା ଗାଁର ଏଇ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Advertisment

ଗୋବିନ୍ଦ ନାମକ ଏହି ବାଳକ ଘର ପାଖରେ ଖେଳୁଥିବା ସମୟରେ ଏକ ବିଷାକ୍ତ ନାଗ ସାପ ସେହି ବାଟରେ ଯାଉଥିଲା । ସେ ଗୋଟିଏ ଛୋଟ ପଥର ତା ଉପରକୁ ଫିଙ୍ଗି ଦେଇଥିଲା । ସାପଟି ଗୋବିନ୍ଦ ପାଖକୁ ଆସି ତା ହାତରେ ଗୁଡେଇ ହୋଇଯାଇଥିଲା। ବାଳକଟି ସାପକୁ ଖେଳନା ଭାବି ତାକୁ ଦାନ୍ତରେ କାମୁଡି ଦେଇଥିଲା। ଏହି କାମୁଡାରେ ସାପଟି ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା।

ସାପକୁ କାମୁଡିବାର କିଛି ସମୟ ପରେ ଗୋବିନ୍ଦ ଅଚେତ ହୋଇ ପଡ଼ିଥିଲା । ତାକୁ ତୁରନ୍ତ ମଝୌଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାର ଚିକିତ୍ସା ଚାଲିଛି । ଡାକ୍ତରମାନେ କହିଛନ୍ତି ଯେ ବାଳକଟି ବିଷର ପ୍ରଭାବରୁ ଅଚେତ ହୋଇଯାଇଥିଲା । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛି।

Advertisment

ଗୋବିନ୍ଦକୁ ଆଣ୍ଟି-ଭେନମ ଓ ଅନ୍ୟାନ୍ୟ ଚିକିତ୍ସା ଦିଆଯାଇଛି । ଡାକ୍ତରମାନେ ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ଓ ବିରଳ ବୋଲି ବର୍ଣ୍ଣନା କରିଛନ୍ତି । କାରଣ ଗୋଟିଏ ଛୋଟ ଶିଶୁ ଏଭଳି ବିଷାକ୍ତ ସାପକୁ କାମୁଡି ମାରିବା ଏବଂ ନିଜେ ବଞ୍ଚିଯିବା ଅତ୍ୟନ୍ତ ବିରଳ ।

ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଏହି ଖବର ଭାଇରାଲ ହୋଇଛି। ଏକ୍ସ (X) ପ୍ଲାଟଫର୍ମରେ ଅନେକ ପୋଷ୍ଟରେ ଏହି ଘଟଣାକୁ ଅଲୌକିକ ଘଟଣା ବୋଲି ବର୍ଣ୍ଣନା କରାଯାଇଛି।

ଡାକ୍ତରଙ୍କ କହିବା ଅନୁସାରେ, ସାପଟି ବାଳକକୁ କାମୁଡି ନ ଥିବାରୁ ବିଷର ପ୍ରଭାବ ସୀମିତ ଥିଲା । କିନ୍ତୁ ସାପକୁ କାମୁଡିବା ସମୟରେ ବାଳକଟିର ଶରୀରରେ ବିଷ ପ୍ରବେଶ କରିଥାଇପାରେ, ଯାହା ତାଙ୍କୁ ଅଚେତ କରି ଦେଇଥିଲା।

ତୁରନ୍ତ ଚିକିତ୍ସା ମିଳିବା ହେତୁ ବାଳକଟି ବଞ୍ଚିଯାଇଛି । ସାପଟି ଗୁଡେଇ ହେବାବେଳେ ଗୋବିନ୍ଦଙ୍କୁ କାମୁଡି ନଥିଲା । କାରଣ ଗୁଡେଇ ହେବା ବେଳେ ଅଜାଣତରେ ଗୋବିନ୍ଦ ସାପର ମୁଣ୍ଡ ପାଖ ବେକକୁ ଧରି ପକାଇଥିଲା । ସାପର ମୁଣ୍ଡ ପାଖକୁ ଜୋରରେ କାମୁଡି ଦେବାରୁ ସାପଟି ମରିଯାଇଥିଲା । ନଚେତ୍ ସାପଟି ଗୋବିନ୍ଦକୁ କାମୁଡି ଦେଇଥାଆନ୍ତା । ଗୋବିନ୍ଦ ଏକ ନୂଆ ଜନ୍ମ ପାଇଲା ବୋଲି ତା ପରିବାର ଲୋକ କହୁଛନ୍ତି । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

ବି.ଦ୍ର. – କେହି ସାପକୁ ମାରନ୍ତୁ ନାହିଁ । ସ୍ନେକ ହେଲ୍ପଲାଇନକୁ ଡାକନ୍ତୁ । ଧରିବା ପରେ ଜଙ୍ଗଲରେ ଛାଡିଦିଅନ୍ତୁ ।

ଅଧିକ ପଢ଼ନ୍ତୁ: କେମିତି ରାତି ଅଧରେ ବଞ୍ଚିଲେ ବାଘ କବଳରୁ, କେବଳ ବାଇକର…

Cobra Cobra Snake Toddler
Advertisment
Advertisment