• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ? ଏହି ଲୋକକଥାଟି ଜଣେ ବ୍ୟକ୍ତିଙ୍କ ନିକଟରେ ସତ ହୋଇଛି । ମୃତ୍ୟୁର କୋଳରେ ଦୀର୍ଘ ଦୁଇ ବର୍ଷ ରହିବା ପରେ ପୁଣି ଥରେ ଜୀବନ ଫେରି ଫାଇଛନ୍ତି । କାରଣ ସେ ଦୀର୍ଘ ଦୁଇ ବର୍ଷ ଧରି କୋମାରେ ଥିଲେ । ହେଲେ ଏବେ ସେ ସୁସ୍ଥ ହୋଇ ଅମରନାଥଙ୍କ ଦର୍ଶନ କରିଛନ୍ତି ।

ସୂଚନା ମୁତାବକ ଦୁଇ ବର୍ଷ ତଳେ ଘର କାମ ଚାଲିଥିବା ସମୟରେ ତାଙ୍କ ଉପରେ ଏକ କଂକ୍ରିଟ ସ୍ଲାବ ପଡ଼ି ଯାଇଥିଲା । ଫଳରେ ତାଙ୍କ ଦେହରୁ ଅନେକ ରକ୍ତ ଚାଲିଯିବା ସହ ସେ ଚେତା ହରାଇ ବସିଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଚିକିତ୍ସା କରାଯାଇଥିଲା । ହେଲେ ସେ ସେଠାରେ କୋମାକୁ ଚାଲି ଯାଇଥିଲେ । ଦୀର୍ଘ ୨ ବର୍ଷ କୋମାରେ ରହିବା ପରେ ତାଙ୍କର ଚେତା ଫେରିବା ସହ ସେ ଅମରନାଥଙ୍କ ଦର୍ଶନ କରିଛନ୍ତି ।

ଏପରି ଏକ ଅଲୌକିକ ଘଟଣା ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ ଜୀବନରେ ଘଟିଛି । ଆଶ୍ଚର୍ଯ୍ୟଜନକ ଭାବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି । ମଇ ୭, ୨୦୨୧ରେ ନିଜ ଘରକାମ କରୁଥିଲେ ରଗିବାଗଡା ଶ୍ରୀନିବାସ ରେଡ୍ଡୀ । ସେତେବେଳେ ତାଙ୍କ ବୟସ ୫୩ ବର୍ଷ ହୋଇଥିଲା । ସେ ଘର କାମ କରିବା ସମୟରେ ଏକ କଂକ୍ରିଟ ସ୍ଲାବ୍ ତାଙ୍କ ଉପରେ ଖସି ପଡ଼ିଥିଲା । ତେଣୁ ସେ ଗୁରୁତର ହୋଇଥିଲେ।

ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ତାଙ୍କର ବଞ୍ଚିବାର ଆଶା ଖୁବ୍‌ କମ୍‌ ଥିବା ଡାକ୍ତରମାନେ କହିଥିଲେ । ହେଲେ ମାତ୍ର କିଛି ଦିନ ଯିବା ପରେ କୋମାରୁ ସେ ସାମାନ୍ୟ ସୁସ୍ଥ ହୋଇଥିଲେ । ହେଲେ ସମ୍ପୂର୍ଣ୍ଣ ଭାବେ ସେ କୋମାରୁ ବାହାରିପାରିନଥିଲେ । ପରେ ଫିଜିଓଥେରାପିଷ୍ଟମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସଠିକ୍ ଯତ୍ନ ତାଙ୍କୁ ଜୀବନଦାନ ଦେଇଥିବା କହିଛନ୍ତି UCCHVAS ମେଡିକାଲର ପ୍ରତିଷ୍ଠାତା ଡ଼. ଅମାବାତି ରାମପା ରାଓ ।

ଦିନକୁ ୮ ଘଣ୍ଟା ଡାକ୍ତରମାନେ ତାଙ୍କର ଯତ୍ନ ନେଉଥିଲେ । ଶେଷରେ ସେମାନଙ୍କ ପରିଶ୍ରମ ସଫଳ ହୋଇଛି । ରଗିବାଗଡା ଶ୍ରୀନିବାସ ରେଡ୍ଡୀ କୋମାରୁ ଫେରିବା ସହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ବାବା ଅମରନାଥଙ୍କ ଦର୍ଶନ କରିଛନ୍ତି ।