/odishatv-khabar/media/post_attachments/uploadimage/library/16_9/16_9_0/Miracle_1696481835.jpg)
Miracle
ଜୀବନ ବଞ୍ଚେଇ ଦେଲେ ଶ୍ରୀ ଗଣେଶ । ପୁଅ ମରିଗଲା ଭାବି ପରିବାରରେ କାନ୍ଦ ବୋବାଳି ଲାଗି ରହିଥିଲା, ହେଲେ ସେହି ପୁଅ ଜୀବିତ ଅବସ୍ଥାରେ ଫେରିଲେ। ୩୬ ଘଣ୍ଟା ଧରି ସମୁଦ୍ର ସହ ଲଢ଼ିଲେ ଏବଂ ଜିତିଲେ ବି। ଏଭଳି କିଛି ଘଟଣା ଘଟିଛି ଗୁଜରାଟ ସୁରତରେ ।
୧୩ ବର୍ଷର ‘ଲଖନ’ ଗଣେଶ ମୂର୍ତ୍ତି ବିସର୍ଜନ ଦେଖିବାକୁ ପରିବାର ସହ ବେଳାଭୂମିକୁ ଯାଇଥିଲେ । ସେଠାରେ ବିସର୍ଜନ ଦେଖୁ ଦେଖୁ ତା ଭାଇ ଗଭୀର ପାଣିରେ ବୁଡିଯାଉଥିବା ଭାବି ବଂଚାଇବାକୁ ଉଦ୍ୟମ କରିଥିଲା । ହେଲେ ସମୁଦ୍ର ଲହଡ଼ି ତାଙ୍କୁ ଭିତରକୁ ଟାଣି ନେଇ ଚାଲି ଯାଇଥିଲା । ଭାଇ ସିନା ବଞ୍ଚିଗଲେ କିନ୍ତୁ ଲଖନ ସମୁଦ୍ର ଭିତରକୁ ଚାଲିଗଲା। ହେଲେ ସମୁଦ୍ର ଭିତରେ ହାର ମାନିନଥିଲା ଲଖନ। ଲଢ଼ିଥିଲା ଆଉ ବଞ୍ଚି ରହିବାକୁ ସଂଘର୍ଷ କରିଥିଲା ।
ସମୁଦ୍ରର ଅକାତ ପାଣି ଭିତରେ ଗଣେଶ ମୂର୍ତ୍ତି ଭାସୁଥିବା ଦେଖିବାକୁ ପାଇଥିଲା । ଏହାପରେ ସେ ମୂର୍ତ୍ତିକୁ ଜାବୁଡ଼ି ଧରି ୩୬ ଘଣ୍ଟା କାଳ ସମୁଦ୍ରରେ ସେମିତି ଭାସିଥିଲା । ନା ଖାଇବାକୁ କିଛି ଥିଲା ନା ପିଇବାକୁ । ବାସ୍, ଥିଲା କେବଳ ଅଦମ୍ୟ ସାହସ ଓ ବଞ୍ଚି ରହିବାର ଅଦମ୍ୟ ବିଶ୍ୱାସ ।
ପରେ ମତ୍ସ୍ୟଜୀବୀମାନେ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି କୂଳକୁ ଆଣି ପୋଲିସକୁ ଖବର ଦେଇଥିଲେ । ଚିକିତ୍ସା ପାଇଁ ତାକୁ ନଭସାରିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଘରକୁ ଫେରିବା ପରେ ସ୍ୱାଗତ କରିଥିଲେ ସମସ୍ତେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)