• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦୁର୍ଘଟଣା, ମୃତ୍ୟୁ, ବୀଭତ୍ସ ଓ ଭୟଙ୍କର ଦୃଶ୍ୟ ପରିବେଷଣକୁ ନେଇ ଗତକାଲି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟିଭି ଚ୍ୟାନେଲ ଗୁଡ଼ିକ ଉପରେ ପ୍ରବଳ ବର୍ଷିଛି । ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ମନ୍ତ୍ରାଳୟ ପକ୍ଷରୁ ଟିଭି ଚ୍ୟାନେଲଗୁଡିକ ପାଇଁ ଏକ ଆଡଭାଇଜାରି ଜରି କରାଯାଇଛି । ମହିଳା, ଶିଶୁ ଏବଂ ବୃଦ୍ଧଙ୍କ ପ୍ରତି ହିଂସା, ମୃତ୍ୟୁ, ରକ୍ତାକ୍ତ ,ଭୟଙ୍କର ତଥା ବିବ୍ରତ ଚିତ୍ର ଏବଂ ଭିଡିଓ ପ୍ରସାରଣ ନକରିବାକୁ ଚେତାବନୀ ଦିଆଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଟିଭିରେ ବିଭତ୍ସ ଚିତ୍ର ଏବଂ ଭିଡିଓ ଗୁଡିକୁ ଏଡିଟିଂ ତଥା ବ୍ଲର୍‌ ନକରି ପରିବେଷଣ କରିବା ଦ୍ୱାରା ପିଲାଙ୍କ ଉପରେ ମାନସିକ ସ୍ତରରେ ପ୍ରଭାବ ପକାଉଛି । ଏହା ସହିତ ପୀଡିତଙ୍କ ଗୋପନୀୟତା ମଧ୍ୟ ଉଲ୍ଲଂଘନ ହେଉଛି । ନିକଟରେ କ୍ରିକେଟର ଋଷଭ ପନ୍ତଙ୍କ ଦୁର୍ଘଟଣା ଖବରକୁ ଯେଭଳି ପ୍ରସାରଣ କରାଯାଇଥିଲା, ତାହା ପ୍ରୋଗ୍ରାମ୍‌ କୋଡ୍‌ର ଉଲ୍ଲଂଘନ କରିଥିବା ଦର୍ଶାଯାଇଛି ।

ଏଥିପାଇଁ ଟିଭି ଚ୍ୟାନେଲ୍‌ ଗୁଡ଼ିକ ପାଇଁ ଦିଶାନିର୍ଦ୍ଦେଶ ଜାରି କରି ଦୁର୍ଘଟଣା, ହତ୍ୟା ପରି ଘଟଣାର ରିପୋର୍ଟିଂ କରିବା ସମୟରେ ସତର୍କ ରହିବାକୁ କୁହାଯାଇଛି । ଆଡଭାଇଜରି ଏଭଳି ସମୟରେ ଜାରି କରାଯାଇଛି, ଯେତେବେଳେ ଟିଭି ଚ୍ୟାନେଲ ଗୁଡ଼ିକ ବାରମ୍ବାର ନିୟମ ଉଲ୍ଲଂଘନ କରି ଫଟୋ ଏବଂ ଭିଡିଓ ଗୁଡ଼ିକୁ ଏଡିଟ୍ ନକରି ରିପୋର୍ଟ କରୁଛନ୍ତି । କ୍ରମାଗତ ଭାବରେ ମୃତ ଦେହ ଏବଂ ଆହତଙ୍କ ଚିତ୍ର ଏବଂ ଭିଡିଓ ଟିଭିରେ ସ୍ପଷ୍ଟ ରୂପରେ ଦେଖିବାକୁ ମିଳୁଛି । ଏପରିକି ସୋସିଆଲ ମିଡିଆରୁ ଆଣି ରକ୍ତ ଜୁଡୁବୁଡୁ ଶିଶୁ, ମହିଳା ଏବଂ ବୃଦ୍ଧ ବ୍ୟକ୍ତିଙ୍କ କ୍ଲୋଜ ଅପ୍ ଫଟୋ ମଧ୍ୟ ଦେଖାଯାଉଛି ।

ଫଳରେ ଏହା ଅନେକ କ୍ଷେତ୍ରରେ ପ୍ରୋଗ୍ରାମ କୋଡ୍‌ ଉଲ୍ଲଂଘନ କରୁଛି । ଅଧିକାଂଶ କ୍ଷେତ୍ରରେ ପ୍ରସାରିତ ବିଷୟବସ୍ତୁ ଶିଶୁଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଉଛି, ତେଣୁ ଏଥିପ୍ରତି ଧ୍ୟାନ ଦେବା ଜରୁରୀ ।

ଦେଖନ୍ତୁ ଭିଡିଓ | ଏଣିକି ସିସିଟିଭି ନୁହେଁ ବରଂ ବଲବରେ ରେକର୍ଡ ହେବ ସବୁ ଭିଡ଼ିଓ, ଦାମ ମାତ୍ର...