Advertisment

ଲଖିମପୁର ଖେରି ହତ୍ୟାକାଣ୍ତ ମାମଲା: ଜେଲରୁ ବାହାରିଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲଖିମପୁର ଖେରି ହିଂସାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ଜାମିନ୍ ମଞ୍ଜୁର ହେବା ପରେ ଆଜି ସେ ଜେଲରୁ ବାହାରିଛନ୍ତି ।

author-image
Otv Khabar Bureau
Lakhimpur Kheri Murder Case

Lakhimpur Kheri Murder Case

ଲଖିମପୁର ଖେରି ହିଂସାକାଣ୍ତ ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଶ୍ୱସ୍ତି ମିଳିଛି । ଜାମିନ୍ ମଞ୍ଜୁର ହେବା ପରେ ଆଜି ସେ ଜେଲରୁ ବାହାରିଛନ୍ତି । ୫ ଦିନ ପୂର୍ବରୁ ଆହ୍ଲାବାଦ କୋର୍ଟରେ ତାଙ୍କ ଜାମିନ୍ ମଞ୍ଜୁର ହୋଇଥିଲା । ତାଙ୍କ ନାଁରେ ଚାଷୀଙ୍କ ହତ୍ୟା ଅଭିଯୋଗ ରହିଥିଲା ।

Advertisment

ଗତ ୧୦ ତାରିଖରେ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ଆହ୍ଲାବାଦ କୋର୍ଟ। ତେବେ ଜାମିନ ମଞ୍ଜୁର କରିବା ସହ ହାଇକୋର୍ଟ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେପଟେ ଆଶିଷ ମିଶ୍ରାଙ୍କ ଜାମିନ ମିଳିବା ନେଇ ରାଜନୈତିକ ଦଳଗୁଡିକ ମଧ୍ୟ ବିରୋଧ କରିଥିଲେ। ୟୁପି ସରକାର ଏବଂ ପୁଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି ଦଳ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ, ‘ହତ୍ୟା ଅଭିଯୁକ୍ତଙ୍କୁ ଜାମିନ ମିଳିବା ଅର୍ଥ ସରକାର ଏବଂ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିବା ଭଳି।’

ସୂଚନା ମୁତାବକ, ନିକଟରେ ଲଖିମପୁର ଖେରି ହିଂସା ମାମଲାରେ ଉତ୍ତରପ୍ରଦେଶ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରିଥିଲା। ୫ ହଜାର ପୃଷ୍ଟା ସମ୍ବଳିତ ଏହି ଚାର୍ଜସିଟ୍‌ରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ ରୂପେ ଏସ୍‌ଆଇଟି ଦର୍ଶାଇଥିଲା। କେବଳ ସେତିକି ନୁହେଁ ଏସ୍‌ଆଇଟି ମୁତାବକ, କୃଷକଙ୍କ ଉପରେ ଗାଡି ଚଢ଼ାଇବା ଏବଂ ହିଂସା କାଣ୍ଡ ବେଳେ ଆଶିଷ ମିଶ୍ରା ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଥିଲେ।

Advertisment

ଏସ୍‌ଆଇଟି ନିଜ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଲଖିମପୁର ହିଂସାରେ ଆଶିଷ ମିଶ୍ରା ନିଜ ସହଯୋଗିଙ୍କ ବନ୍ଧୁକରୁ ହିଁ ଗୁଳି ଚଳାଇଥିବା ନେଇ ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ ମନ୍ତ୍ରୀଙ୍କ ପୁଅଙ୍କ ରିଭଲଭର ଏବଂ ରାଇଫଲରୁ ମଧ୍ୟ ଗୁଳି ବିନିମୟ ହୋଇଥିଲା। ଚାର୍ଜସିଟରେ ଆଶିଷ ମିଶ୍ରା ଏବଂ ଅଙ୍କିତ ଦାସଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଫୁଟାଯାଇଥିବା ବିଷୟରେ ଏସଆଇଟି କହିଥିଲା।

ସୂଚନା ମୁତାବକ, ୨୦୨୧ ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀମାନେ ଆନ୍ଦୋଳନ କରୁଥିଲେ। ଏହି ସମୟରେ ସେମାନଙ୍କ ଉପରେ ଗାଡ଼ି ଚଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା। ଘଟଣା ପରେ ସୃଷ୍ଟି ହୋଇଥିବା ହିଂସାରେ ଆଉ ୩ ଜଣ ପ୍ରାଣ ହରାଇଥିଲେ।

ଗାଡ଼ି ଚଡ଼ାଇ ଚାଷୀଙ୍କୁ ହତ୍ୟା କରାଯିବା ପଛରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ପୁଲିସ୍‌ ଆଶିଷଙ୍କ ସମେତ ଏକାଧିକ ଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ କରିଥିଲା।

Lakhimpur Kheri Murder Case Accused Released
Advertisment
Advertisment