Advertisment

ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ, ମମତା ବାନାର୍ଜୀ କହିଲେ-‘ମୋ ପାଇଁ ଏହା ବଡ଼ ଝଟ୍‌କା’

କୋଲକାତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହାପରେ ଜାମିନରେ ସେ ଜେଲ୍‌ରୁ ମୁକୁଳି ଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ଅକ୍ଟୋବରରେ ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Rajalaxmi Sahoo
Minister Subrata Mukherjee Dies

Minister Subrata Mukherjee Dies

କୋଲକାତା: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ କୋଲାକାତାର ଏକ ହସ୍ପିଟାଲରେ ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ପଞ୍ଚିମବଙ୍ଗର ପଞ୍ଚାୟତି ରାଜ ମନ୍ତ୍ରୀ ଥିଲେ। ଏହାସହ ସେ ଅନ୍ୟ ୩ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ। 

Advertisment

କିଛିଦିନ ପୂର୍ବେ ସୁବ୍ରତଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହୃଦ୍‌ଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାଳିଘାଟ ସ୍ଥିତ ଘରେ କାଳୀ ପୂଜା କରୁଥିଲେ। ଏହି ସମୟରେ ଖବର ପାଇ ସୁବ୍ରତ ମୁଖାର୍ଜୀ ଚିକିତ୍ସିତ ହେଉଥିବା ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ପହଞ୍ଚି ତାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲେ।

ସୁବତ୍ରଙ୍କ ଦେହାନ୍ତ ନେଇ ମମତା ବାନାର୍ଜୀ କହିଛନ୍ତି, ‘ସେ ଆମ ଗହଣରେ ଆଉ ନାହାନ୍ତି ବୋଲି ବିଶ୍ୱାସ ହେଉ ନାହିଁ। ସେ ଦଳର ଜଣେ ସମର୍ପିତ ନେତା ଥିଲେ। ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି। ସୁବତ୍ରଙ୍କ ମରଶରୀର ଆଜି ରବୀନ୍ଦ୍ର ସଦନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ। ଏହାପରେ ମୃତଦେହକୁ ବାଲିଗଞ୍ଜ ସ୍ଥିତ ତାଙ୍କ ବାସଭବନକୁ ନିଆଯିବ ଓ ସେଠାରୁ ତାଙ୍କ ପୈତୃକ ଗାଁକୁ ନିଆଯିବ।’

Advertisment

ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ମୋ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛି । ହେଲେ ଏହା ମୋ ଜୀବନର ସବୁଠୁ ବଡ଼ ଝଟ୍‌କା। ସୁବତ୍ର ଦା’ଙ୍କ ପରି ବ୍ୟକ୍ତିତ୍ୱ ଆଉ କେହି ନାହାନ୍ତି। ସେ ଜଣେ ବହୁତ ଭଲ ମଣିଷ ଓ କଠିନ ପରିଶ୍ରମୀ ଥିଲେ। ମୁଁ ସୁବତ୍ର ଦା’ଙ୍କ ମୃତଦେହ ଦେଖିପାରିବି ନାହିଁ।’

ସୂଚନାଥାଉ କି, କୋଲକାତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଏହାପରେ ଜାମିନରେ ସେ ଜେଲ୍‌ରୁ ମୁକୁଳି ଥିଲେ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଗତ ଅକ୍ଟୋବରରେ ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ପୂର୍ବରୁ ସେ ମଧୁମେହ, ବାର୍ଦ୍ଧକ୍ୟ ଜନିତ ଗୋରଗରେ ମଧ୍ୟ ପୀଡ଼ିତ ଥିଲେ। ୨୦୧୦ରେ ସୁବ୍ରତ ମୁଖାର୍ଜୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ପାର୍ଟିରେ ଯୋଗ ଦେଇଥିଲେ। 

West Bengal TMC Leader Subrata Mukherjee Minister Subrata Mukherjee Dies
Advertisment
Advertisment