• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆ ଦିଲ୍ଲୀରେ ଆରମ୍ଭ ହୋଇଛି ‘ବୁଦ୍ଧମ ସରଣଂ ଗଚ୍ଛାମୀ’ ପ୍ରଦର୍ଶନୀ । ଏହାକୁ ଉଦ୍‌ଘାଟନ କରିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମିନାକ୍ଷୀ ଲେଖୀ । ଏହି ଉଦ୍‌ଘାଟନୀ ସମାରୋହରେ ଅନେକ ବରିଷ୍ଠ ବୌଦ୍ଧ ସନ୍ୟାସୀ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ ବଡ଼ ବଡ଼ ବ୍ୟୁରୋକ୍ରାଟ୍‌ ଏବଂ ଡିପ୍ଲୋମାଟ୍ ଏମିତିକି ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବୁଧବାର ମେ’ ୧୦ ତାରିଖ ଦିନ ନାସନାଲ ଗ୍ୟାଲେରୀ ଅଫ୍ ମର୍ଡନ ଆର୍ଟରେ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଛି ।

ଡ୍ରିପୁଙ୍ଗ ଗୋମାଙ୍ଗ ମୋନାଷ୍ଟ୍ରୀର କୁଣ୍ଡେଲିଂ ତତ୍‌ସକ୍ ରିନ୍‌ପୋଚେ ଏହି ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ଆନ୍ତର୍ଜାତୀୟ ବୁଦ୍ଧିଷ୍ଟ କନ୍‌ଫେଡରେସନ୍‌ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ରୂପେ ସକ୍ରିୟ ରହିଛି । ଏହି ପ୍ରଦର୍ଶନୀରେ ବୁଦ୍ଧଙ୍କର କଳା କୌଶଳ ଆଦିକୁ ପ୍ରଦର୍ଶିତ କରାଯିବା ସହ ଆଧୁନିକ ଭାରତର କଳାକୁ ମଧ୍ୟ ଏଥିରେ ସ୍ଥାନୀତ କରାଯାଇଛି । ବୁଦ୍ଧଙ୍କ ଜନ୍ମ ଦିନକୁ ବୁଦ୍ଧ ପୁର୍ଣ୍ଣିମା ଭାବେ ପାଳନ କରାଯାଉଥିବା ନେଇ ମଧ୍ୟ ଏହି ପ୍ରଦର୍ଶନୀରେ ତଥ୍ୟ ରଖାଯାଇଛି । ଖାଲି ସେତିକି ନୁହେଁ ବୁଦ୍ଧଙ୍କ ଜୀବନୀ ଉପରେ ସମସ୍ତ ତଥ୍ୟ ସହ କାହାଣୀ ମଧ୍ୟ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି କହିଛନ୍ତି ଯେ, ୨୫୦୦ ବର୍ଷ ପୂର୍ବେ ବୁଦ୍ଧ ଯାହା ଆମକୁ ଶିଖାଇ ଦେଇ ଯାଇଛନ୍ତି, ତାହା ଆଜିର ଆଧୁନିକ ଯୁଗରେ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ । ବୁଦ୍ଧ ତଥା ସିଦ୍ଧାର୍ଥ ଗୌତମ ଲୁମ୍ବିନିରେ ଜନ୍ମ ଗ୍ରହଣ କରିଥିଲେ ଏବଂ ବୋଧ ଗୟାରେ ବଢ଼ିଥିଲେ । ଏହି ଦୁଇଟି ଯାକ ସ୍ଥାନ ନେପାଳ ଓ ଭାରତରେ ରହିଛି । ଯାହାକି ଭାରତ ଓ ନେପାଳର ସମ୍ପର୍କକୁ ଅଧିକ ମଜଭୁତ କରିଛି ।

ଦେଖନ୍ତୁ ଭିଡିଓ | ପାହାଡ଼କୁ କାଟି ତିଆରି ହୋଇଛି ଭଗବାନ ବୁଦ୍ଧଙ୍କ ପ୍ରତିମା, ଯାହା ବିଶ୍ୱରେ ସବୁଠୁ ବଡ଼

ଶ୍ରୀମତି ଲେଖି ଆହୁରି କହିଛନ୍ତି ଯେ, ଭାରତ କେବଳ ବୁଦ୍ଧଙ୍କ ଆଦର୍ଶର ପେଣ୍ଠସ୍ଥଳି ନୁହେଁ ବରଂ କଳା ସଂସ୍କୃତି ଓ ପରମ୍ପରାର ମଧ୍ୟ ଏକ ବଡ଼ କେନ୍ଦ୍ରସ୍ଥଳ । ତେଣୁ ଭାରତର ଏହା ଏକ ବଡ଼ ଦାୟିତ୍ୱ ଯେ, ବୁଦ୍ଧଙ୍କ ଆଦର୍ଶକୁ ସାରା ବିଶ୍ୱରେ ପରିଚିତ କରିବା ।