/odishatv-khabar/media/post_attachments/uploadimage/library/16_9/16_9_0/____1660294155.jpg)
Migrant Labourer Shot Dead In Jammu And Kashmir
ଜମ୍ମୁ ଓ କାଶ୍ମୀରର ବାନ୍ଦିପୋରାରେ ଜଣେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଶ୍ରମିକ ହେଲେ ବିହାର ମଧେପୁରା ଅଞ୍ଚଳର ମହମ୍ମଦ ଅମରେଜ୍। ଅଜଣା ବନ୍ଧୁକଧାରୀମାନେ ବାନ୍ଦିପୋରା ଜିଲ୍ଲାର ଅଜାସ ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ମଧ୍ୟରାତ୍ରରେ ଆତଙ୍କବାଦୀମାନେ ବାନ୍ଦିପୋରାରେ ବିହାରର ପ୍ରବାସୀ ଶ୍ରମିକ ମହମ୍ମଦ ଅମରେଜ୍ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅମରେଜ୍ଙ୍କ ଭାଇଙ୍କ କହିବା ଅନୁସାରେ, ରାତି ପାଖାପାଖି ସାଢ଼େ ୧୨ଟା ବେଳେ ଅମରେଜ୍ ତାଙ୍କୁ ଉଠାଇ ଥିଲେ ଓ ଫାୟାରିଙ୍ଗ୍ ହେଉଛି ବୋଲି କହିଥିଲେ। ଏହାପରେ ସେ ଆଉ ସେଠାରେ ନଥିଲେ। ଆମେ ଭାବିଲୁ ସେ ଟଏଲେଟ୍ ଯାଇଛନ୍ତି। ହେଲେ ଯେତେବେଳେ ଆମେ ଖୋଜାଖୋଜି କରିବା ଆରମ୍ଭ କଲୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ତଳେ ପଡ଼ିଥିବା ଦେଖିବାକୁ ପାଇଲୁ। ଏହାପରେ ସୁରକ୍ଷାକର୍ମୀଙ୍କ ସହ ଯୋଗାଯୋଗ କରିଥିଲୁ। ଭାଇଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ ସପ୍ତାହକ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗତ ସପ୍ତାହରେ ବିହାରର ଅନ୍ୟ ଜଣେ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା। ଆତଙ୍କବାଦୀମାନେ ପୁଲୱାମା ଜିଲ୍ଲାର ଗାଡୁରା ଗାଁରେ ଶ୍ରମିକଙ୍କ ଉପରେ ଗ୍ରେନେଡ ଫିଙ୍ଗିଥିଲେ। ଏଥିରେ ସମ୍ପୃକ୍ତ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)