"୨୫ ବର୍ଷ, ବହୁତ ଲମ୍ବା ସମୟ, ମାତ୍ର ଏବେବି ମନରୁ ଲିଭିନି ସେହି ଲୋକର ଆଖି ଓ ଚେହେରା । ମୋ ପାଟି ଭିତରେ ଥିଲା ତାର AK-47 ବନ୍ଧୁକର ସାମ୍ନା ଭାଗ...। ମୁଁ ଖାଲି ଚାହିଁରହିଥିଲି, ଟ୍ରିଗର ଉପରେ ଥିବା ତାର ଆଙ୍ଗୁଠିକୁ, ସେ ଏହା ଟାଣିନେଉଛି ନା ନାହିଁ ।" ଏ ହେଉଛି ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଗ୍ରୁପ କ୍ୟାପଟେନ୍ କେ ନଚିକେତା ରାଓ କହିଥିବା କିଛି ଲୋମଟାଙ୍କୁରା କଥା ।
କାର୍ଗିଲ ଯୁଦ୍ଧ ସମୟରେ ଫାଇଟର ପାଇଲଟ୍ ନଚିକେତା ଚଳାଉଥିବା MIG-27ଯୁଦ୍ଧ ବିମାନର ଇଞ୍ଜିନ୍ ହଠାତ୍ ଫେଲ୍ ହୋଇଯାଇଥିଲା । ପରେ ପାହାଡ଼ରେ ପିଟିହେବା ପୂର୍ବରୁ ବିମାନରୁ ବାହାରିଯିବାକୁ ସେ ବାଧ୍ୟ ହୋଇଥିଲେ । ଏହାର କିଛି ସମୟ ପରେ ପାକିସ୍ତାନୀ ସୈନ୍ୟ ତାଙ୍କୁ ଧରିନେଇଥିଲେ । ନିଜ କବଜାରେ ରଖିବା ସହ ନିର୍ଯାତନା ଦେଇଥିଲେ । ପରେ ଭାରତୀୟ ଅଧିକାରୀଙ୍କ ପାଖରେ ସମର୍ପିଥିଲେ।
ଅଧିକ ପଢନ୍ତୁ : Kargil Vijay Diwas 2024: ଲୁହ ଆଣିଦେବ ଏହି ୫ କାର୍ଗିଲ ସହିଦଙ୍କ ବୀରତ୍ୱର କାହାଣୀ
Also Read
କାର୍ଗିଲ ଯୁଦ୍ଧ ସମୟରେ ଫାଇଟର ପାଇଲଟ୍ ଥିଲେ ଗ୍ରୁପ କ୍ୟାପଟେନ୍ କେ ନଚିକେତା । MIG-27 ଯୁଦ୍ଧବିମାନ ଚଳାଉଥିବା ନତିକେତାଙ୍କ ସହ ଏମିତି କିଛି ଘଟଣା ଘଟିଥିଲା, ଯାହା ଜାଣିଲେ ଆପଣଙ୍କ ଶରୀର କମ୍ପିଉଠିବ । ବାୟୁବୀର ନଚିକେତାଙ୍କ କହିବା ଅନୁସାରେ ଫାଇଟର ବିମାନ MIG-27କୁ ନେଇ ସେ ପ୍ରାୟ ୧୫ହଜାରରୁ- ୧୬ହଜାର ଉଚ୍ଚତାରେ ଥିବାବେଳେ ହଠାତ୍ ବିମାନର ଏକ ଇଞ୍ଜିନ୍ ଫେଲ୍ ହୋଇଗଲା । ଏହା ଜାଣିବା ପରେ ତୁରନ୍ତ ସେ ଏହି ସୂଚନା ପଠାଇ ଦେଇଥିଲେ । ଯେହେତୁ ବିମାନଟି ସିଙ୍ଗଲ ଇଞ୍ଜିନର ଥିଲା, ପାଖରେ ଆଉ କୌଣସି ଅନ୍ୟ ବିକଳ୍ପ ନଥିଲା । ଫଳରେ ବିମାନ ଛାଡ଼ିବାକୁ ସେ ବାଧ୍ୟହୋଇଥିଲେ । ଏହାର କିଛି ମୂହୂର୍ତ୍ତ ମଧ୍ୟରେ ତାଙ୍କର ଆଖିସାମ୍ନାରେ MIG-27ବିମାନ କ୍ରାସ୍ ହୋଇଯାଇଥିଲା ।
କାର୍ଗିଲ ବିଜୟ ଦିବସ ଅବସରରେ ଭାରତୀୟ ସେନାଙ୍କ ସାହସ, ଶୌର୍ଯ୍ୟ ଓ ପରାକ୍ରମର କଥା ସ୍ମରଣ କରୁଛନ୍ତି ସମସ୍ତ ଭାରତୀୟ । ନିଜ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ହସି ହସି ଛାତି ପତେଇ ଦେଇଥିବା ଭାରତୀୟ ସେନାର ବୀର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରା ଦେଶ । ତେବେ ମୃତ୍ୟୁର ଚେହେରାକୁ ଆଖିରେ ଦେଖିଥିବା ଭାରତୀୟ ବାୟୁସେନାର ଲଢ଼ୁଆ ବୀର ଗ୍ରୁପ କ୍ୟାପଟେନ୍ କେ ନଚିକେତା ଏବେ ବି ଭୁଲିନାହାନ୍ତି ସେ ଦିନର କଥା । ଏକ ସାକ୍ଷାତକାରରେ ସେ ବଖାଣିଛନ୍ତି ସାହସ, ସଂଘର୍ଷ ଓ ବଳିଦାନର ସେ ଛାତିଥରା ଦୃଶ୍ୟକୁ ।
ଅଧିକ ପଢନ୍ତୁ : କାର୍ଗିଲ ଯୁଦ୍ଧ କଣ ? କେବେ ହୋଇଥିଲା ଓ କେତେଦିନ ଧରି ଚାଲିଥିଲା, ଜାଣନ୍ତୁ...
କ’ଣ ଘଟିଥିଲା ସେଦିନ ?
ତତ୍କାଳୀନ ଫ୍ଲାଇଟ ଲେପ୍ଟନାଣ୍ଟ କେ ନଚିକେତା ରାଓ କହିଛନ୍ତି, "ଅନ୍ୟ ତିନିଜଣ ଫାଇଟର ପାଇଲଟଙ୍କ ସହିତ, ଶ୍ରୀନଗରରୁ ଘଟଣା ଦିନ ସକାଳେ ଯିବାକୁ ପଡ଼ିଥିଲା । ଶ୍ରୀନଗରରୁ ବାହାରିବାକୁ ପ୍ରସ୍ତୁତ ଥିଲୁ..ମୁନ୍ଥୁ ଧାଲୋ ନାମକ ଏକ ସ୍ଥାନ ଥିଲା ଟାର୍ଗେଟ । ସେଠାରେ ଥିଲେ ଶତ୍ରୁପକ୍ଷର ବହୁତ ସୈନ୍ୟ । ୪ଟି ବିମାନ ଏକାଠି ପ୍ରସ୍ତୁତ ହୋଇ ଉଡ଼ାଣ ଭରିବା ସହ, ମୁଁ ଓ ମୋର ଲିଡର ରକେଟ୍ ଫାୟର କରିଥିଲୁ । ରକେଟ୍ ଆକ୍ରମଣ ପରେ ମୋ ବିମାନର ଇଞ୍ଚିନ ଫେଲ୍ ହୋଇଗଲା । ଯେହେତୁ MIG 27 ହେଉଛି ସିଙ୍ଗଲ ଇଞ୍ଜିନ ବିଶିଷ୍ଟ ବିମାନ, ଇଞ୍ଜିନ ଫେଲ୍ ହେଲେ ରିଲାଇଟ୍ ପ୍ରୋସେସକୁ ଯିବା ଜରୁରୀ ଥିଲା । ମାତ୍ର ସେଠାରେ ସ୍ଥଳଭାଗର ଉଚ୍ଚତା ଅଧିକ ଥିବାରୁ ତଳକୁ ଯିବା କଷ୍ଟକର ଥିଲା । ଏହି ସମୟରେ ହଠାତ୍ ବିମାନ ସାମ୍ନାରେ ଏକ ବିରାଟ ପାହାଡ଼ ଆସି ସାରିଥିଲା । ଏହା ଦେଖିବା ପରେ ବିମାନରୁ ବାହାରିଯିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ସେହି ସମୟରେ ବିମାନର ଉଚ୍ଚତା ୧୫ ହଜାରୁ ଫୁଟରୁ ଅଧିକ ଥିଲା ।" ଏହା ସୌଭାଗ୍ୟ ଯେ, ନିଷ୍ପତ୍ତି ନେବାକୁ ସମୟ ମିଳିଲା, କାରଣ କିଛି ସେକେଣ୍ଡ ମଧ୍ୟରେ ବିମାନଟି ପାହାଡ଼ରେ ପିଟିହୋଇ ଚୁରମାର ହୋଇସାରିଥିଲା । ବିମାନରେ ଥିଲେ ମୋ ସହିତ ମଧ୍ୟ ସମାନ ଘଟିଥାନ୍ତା କହିଛନ୍ତି ଫ୍ଲାଇଟ ଲେପ୍ଟନାଣ୍ଟ କେ ନଚିକେତା ରାଓ ।
କେମିତି ଧରିନେଲେ ପାକ୍ ସୈନ୍ୟ ?
ସେତିକିରେ ସରିନଥିଲା ଯୁବ ଫାଇଟର ପାଇଲଟଙ୍କ ସମସ୍ୟା, ବରଂ ଆହୁରି ବଡ଼ ବିପଦ ଆସିବାକୁ ଯାଉଥିଲା । ସେ ଆହୁରି ମଧ୍ୟ କହିଛନ୍ତି, "ଫାଇଟର ଜେଟ୍ ଭିତରେ ଥିବାବେଳେ ଶରୀରରେ ଥିବା ସମସ୍ତ ସୁରକ୍ଷା ସାମଗ୍ରୀ ହଟିସାରିଥିଲା । ଚାରିଆଡ଼େ ବରଫ ଥିଲା, ଶରୀର ମଧ୍ୟ ସାଥ୍ ଦେଉନଥିଲା । ପାଖରେ ମାତ୍ର ଗୋଟିଏ ଛୋଟ ପିସ୍ତଲ ଓ ୧୬ ରାଉଣ୍ଡ ଗୁଳି ।"
ଫ୍ଲାଇଟ୍ ଲେପ୍ଟନାଣ୍ଟ ନଚିକେତା କହିଛନ୍ତି, ସେ କେଉଁଠି ଅଛନ୍ତି ଜାଣିପାରୁ ନଥିଲେ । ନିଜ ପାଖରେ ଥିବା ସମସ୍ତ ଗୋପନୀୟ ତଥ୍ୟ ଲୁଚାଇବାକୁ ଚେଷ୍ଟା ଚଳାଇଥିଲେ ଓ ପରିସ୍ଥିତିକୁ ବୁଝିବାକୁ ଟେଷ୍ଟା କରୁଥିଲେ । ପାଖରେ ଗୁଳିର ଶବ୍ଦ ଶୁଣାଯାଉଥିଲା, କେହି ଫାୟରିଂ କରୁଥିବା ଜାଣିପାରି କିଛି ବୋଲ୍ଡର ପଛରେ କଭର ନେଇଗଲେ । ପରେ ଦେଖିଲେ ୫ରୁ ୬ ଜଣ ସୈନ୍ୟ । ତାପରେ ବୁଝିସାରିଥିଲେ ଯେ ସେମାନେ ଆମର ସୈନ୍ୟ ନୁହଁନ୍ତି । ନିଜ ବନ୍ଧୁକରୁ ଫାୟରିଂ କରିବାକୁ ଚେଷ୍ଟା କଲେ, ମାତ୍ର ୮ ରାଉଣ୍ଡ ଶୀଘ୍ର ଶେଷ ହୋଇଗଲା, ଅନ୍ୟ ରାଉଣ୍ଡ ଲୋଡ୍ କରିବା ପୂର୍ବରୁ ସେମାନଙ୍କ ମଧ୍ୟରୁ ଜଣେ ପାଖରେ ପହଞ୍ଚି ଯାଇଥିଲା ।
ନଚିକେତା ଆହୁରି ମଧ୍ୟ କହିଛନ୍ତି, ଏହାର କିଛି ମୂହୂର୍ତ୍ତ ମଧ୍ୟରେ ସେମାନେ ଆସି ପାଟିରେ AK47 ଭର୍ତ୍ତି କରିଦେଲେ । "ମୁଁ ତାଙ୍କର ଟ୍ରିଗର ଫିଙ୍ଗରକୁ ଚାହିଁରହିଥିଲି, ସେ ଗୁଳି କରୁଛନ୍ତି ନା ନାହିଁ । କିନ୍ତୁ ଭାଗ୍ୟରେ ଅନ୍ୟ କିଛି ଲେଖା ଥିଲା । ସେହି ପ୍ଲାଟୁନର ଆର୍ମୀ କ୍ୟାପଟେନ୍ ସେମାନଙ୍କୁ ମନାକଲେ ।
ପାକିସ୍ତାନୀ ଆର୍ମୀ କ୍ୟାପଟେନ ଜଣଙ୍କ ତାଙ୍କର ସହକର୍ମୀ ମାନଙ୍କୁ ସେଦିନ ବୁଝାଇବାକୁ ସମର୍ଥ ହୋଇଥିଲେ ଯେ, ଜଣେ ସୈନିକ ଭାବେ ସେ କେବଳ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ପରେ ସେମାନେ ବନ୍ଦୀ କରି ସାଙ୍ଗରେ ନେଇଯାଇଥିଲେ ।
ଅଧିକ ପଢନ୍ତୁ : ଦେଶମାତୃକାର ସୁରକ୍ଷା ପାଇଁ ଶ୍ରେଷ୍ଠ ବଳିଦାନ; କାର୍ଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଅନେକ ଓଡ଼ିଆ ପୁଅ...
ପାକ୍ ସୈନ୍ୟଙ୍କ ନିର୍ଯାତନା
ପ୍ରଥମେ ଅଳ୍ପ ପଚରାଉଚରା କରିବା ପରେ ଗୋଟେ ହେଲିକପ୍ଟରରେ ସ୍କାର୍ଦୁ ନେଇଗଲେ । ଏହାର ୨୪ ଘଣ୍ଟା ପରେ ଏକ ଯୁଦ୍ଧ ବିମାନରେ (C130) ଇସଲାମାବାଦ ଓ ପରେ ରାୱଲପିଣ୍ଡି ନେଇଗଲେ । ତାଙ୍କୁ ସହଯୋଗ କରୁନଥିବା ଘୋଷଣା କରିବାକୁ ଗୋଟିଏ ଦିନ ସମୟ ନେଲେ ଓ ପରେ ISI ସ୍ପେସିଆଲିଷ୍ଟ ସେଲକୁ ଦେଇଦେଲେ । ସେଠାରେ ଜଣେ ସୈନିକ କହିଥିଲେ ଯାହା ଏବେ ହେବ ବହୁତ କଷ୍ଟକର । ବିନା ଖାଦ୍ୟ, ଗରମ, ଛିଡ଼ାହୋଇ ରହିବା ସହ ପଚରାଉଚରା ଜାରି ରଖିଲେ । ଏହା ଅତ୍ୟନ୍ତ କଷ୍ଟକର ଥିଲା । ଏହାପରେ ଥିଲା ଥାର୍ଡ ଡିଗ୍ରୀ । ମାତ୍ର ଏହାପୂର୍ବରୁ ଭାରତକୁ ଫେରାଇଦେବା ନିଷ୍ପତ୍ତି ଆସିଥିଲା ।
ଫ୍ଲାଇଟ ଲେପ୍ଟନାଣ୍ଟ କେ ନଚିକେତା ରାଓ କହିଛନ୍ତି, ସେତେବେଳେ ସଠିକ୍ ସ୍ଥାନ ନେଇ ଧାରଣା ନଥିଲା । ମାତ୍ର କିଛି ବର୍ଷ ପରେ ଆର୍ମୀ ହେଲିକପ୍ଟରରେ ସମାନ ସ୍ଥାନକୁ ଯାଇଥିଲେ । ସେଠାରେ ନଚିକେତା ଜାଣିବାକୁ ପାଇଥିଲେ ଯେ ଏହା ଭାରତର ସୀମାରେ ଥିଲା ଓ LOC ଠାରୁ ୬ କିଲୋମିଟର ଦୂରତା ଥିଲା ।