Advertisment

Mehul Choksi Extradition to India: ଭାରତ ପ୍ରତ୍ୟର୍ପଣ ହେବେ କି ମେହୁଲ ଚୋକସି ?

ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସୀ ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍।

ଅଦ୍ୟତନ ହୋଇଛି
undefined

Mehul Choksi Extradition to India

Advertisment

ଭାରତ ପ୍ରତ୍ୟର୍ପଣ ହେବେ କି ମେହୁଲ ଚୋକସି ? ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସୀ ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍। ଭାରତ ସରକାରଙ୍କ ନିବେଦନ ପରେ ତାଙ୍କୁ ଗିରଫ କରାଯାଇଛି। 

Advertisment

ଖୁବ୍‌ଶୀଘ୍ର ତାଙ୍କୁ ଭାରତ ଫେରାଇ ଆଣିବାକୁ ବେଲଜିୟମକୁ ନିବେଦନ କରାଯାଇପାରେ। ଯଦି, ଏପରି ହୁଏ ତା ହେଲେ ଚୋକସି ଭାରତ ଫେରିବା ସମ୍ଭାବନା ଅନେକ ରହିଛି। କାରଣ, ଭାରତ-ବେଲଜିୟମ୍ ଭିତରେ ପ୍ରତ୍ୟର୍ପଣ ଚୁକ୍ତି ରହିଛି। ମୁମ୍ବାଇ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ-ପିଏନବିରୁ ୧୩ ହଜାର ୫୦୦ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ରହିଛନ୍ତି ଚୋକସୀ। 

ଅଧିକ ପଢ଼ନ୍ତୁ: ଭାରତ ଫେରିଲା କୁଖ୍ୟାତ ତହବୁର ରାଣା, ଏହି ଜେଲରେ ରହିପାରେ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ

Advertisment

ସିବିଆଇ ମାମଲାର ତଦନ୍ତ କରିବା ପୂର୍ବରୁ ମାମୁ ମେହୁଲ ଓ ଭଣଜା ନୀରବ ମୋଦି ଦେଶ ଛାଡ଼ି ପଳାଇଥିଲେ। ଏହାପୂର୍ବରୁ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ମାଷ୍ଟରମାଇଣ୍ଡ୍ ତହବୁର ରାଣା । ତହବୁରକୁ ଆମେରିକାର ପ୍ରତ୍ୟର୍ପଣ ପରେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ପାଲମ ଏୟାରବେସରେ ଓହ୍ଲାଇବା ପରେ ତହବୁରକୁ ଗିରଫ କରିଥିଲା ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ।

NIA ଓ ର' ପକ୍ଷରୁ ମିଳିତ ଟିମ୍ ତହବୁରକୁ ଭାରତ ଅଣାଯାଇଛି । ଏହାପରେ ତାକୁ ବୁଲେଟପ୍ରୁଫ୍ ଗାଡ଼ିରେ NIA ହେଡକ୍ବାର୍ଟର୍ସକୁ ନେଇଛନ୍ତି ଏଲିଟ୍ କମାଣ୍ଡୋ । ସେଠାରେ ମେଡିକାଲ ଟେଷ୍ଟ୍ ପରେ ରାଣାକୁ NIA ସ୍ପେଶାଲ କୋର୍ଟରେ ହାଜର କରାଯାଇଛି । ଏବେ ଯଦି, ମେହୁଲ ଆସେ ତାହେଲେ ୟେ ହେବ ଭାରତୀୟ କୁଟନୀତିର ଆଉ ଏକ ବଡ଼ ବିଜୟ।

Advertisment

ଅଧିକ ପଢ଼ନ୍ତୁ: ଭାରତ ଆସିବ ୨୬/୧୧ ମାଷ୍ଟର ମାଇଣ୍ଡ; ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଡୋଭାଲ

PNB Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ