Advertisment

କେରଳ ଟ୍ରାଜେଡି: ବିପନ୍ନଙ୍କ ପାଇଁ ଛୁଟୁଛି ସହାୟତାର ସୁଅ; ଏହି ସୁପରଷ୍ଟାର ଦାନ କଲେ ୩କୋଟି...

ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି।

ଅଦ୍ୟତନ ହୋଇଛି
Superstar Mohanlal Donate 3 Crore To Wayanad Landslides Victims

Mohanlal

Advertisment

କେରଳର ୱାୟନାଡ୍‌ରେ ପ୍ରକୃତିର କୋପ। କେଇ ମିନିଟ୍‌ରେ ମାଟିରେ ମିଶିଗଲା ସବୁକିଛି। ଛାର୍‌ଖାର୍‌ ହୋଇଗଲା ସ୍ୱପ୍ନ, ବାସହରା ହୋଇଗଲେ ଲୋକେ। ଏବେବି ମାଟି ତଳେ ପୋତି ହୋଇଛନ୍ତି ଅନେକ। ପଥର ତଳୁ ଜୀବନ ସାଉଁଟା ଚାଲିଛି। ନିଜର ପ୍ରିୟଜନକୁ ହରାଇ ଦୁଃଖରେ ମ୍ରିୟମାଣ ସମସ୍ତେ। ଯେଉଁଠି ଘର ଥିଲା ଆଜି ସେଠି ବିରାଟକାୟ ପଥର। ଆଉ ଏହାରି ତଳେ ଦବିଯାଇଛି ସବୁକିଛି। ସପ୍ତାହେ ପରେ ବି ସରୁନି ଉଦ୍ଧାରକାର୍ଯ୍ୟ।

Advertisment

ଅଧିକ ପଢନ୍ତୁ: ସର୍ବଗ୍ରାସୀ ଭୂସ୍ଖଳନରେ ଛାର୍‌ଖାର୍‌ ୱାୟନାଡ୍‌; ସପ୍ତାହେ ପରେବି ସରୁନି ଉଦ୍ଧାର କାର୍ଯ୍ୟ

ମହାବିପର୍ଯ୍ୟୟର ସାମନା କରିଛି କେରଳ। ଏହାରି ଭିତରେ ଛୁଟିଛି ସହାୟତାର ସୁଅ। ପୀଡିତାଙ୍କ ପରିବାର ତଥା ପୁନଃ ଥଇଥାନ ପାଇଁ ସହାୟତାର ହାତ ବଢାଇଛନ୍ତି ସେଲିବ୍ରିଟି। କରୋନା ମହାମାରୀ ବେଳେ ଦେବଦୂତ ସାଜିଥିବା ସୋନୁସୁଦଙ୍କ ପରେ କେରଳରେ ମଧ୍ୟ ଆଉଜଣେ ସୋନୁସୁଦ୍ ସହାୟତାର ହାତ ବଢାଇଛନ୍ତି। ସାଉଥ ସୁପରଷ୍ଟାର ମୋହନଲାଲ ୱାୟନାଡର ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ୩ କୋଟି ଟଙ୍କା ଦାନ କରିଛନ୍ତି।

Advertisment

ଶନିବାର ଦକ୍ଷିଣ ଭାରତର ସୁପରଷ୍ଟାର ମୋହନଲାଲ ୱାୟନାଡ ପରିଦର୍ଶନରେ ଯାଇଥିଲେ। ସେ କେରଳର ୧୨୨ ଟେରିଟେରାଲ୍ ଆର୍ମିର ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି। ୨୦୦୯ରେ ମୋହନଲାଲଙ୍କୁ ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପ୍ରଦାନ କରାଯାଇଥିଲା। ୱାୟାନାଡରେ ପହଞ୍ଚି ରିଲିଫ କାର୍ଯ୍ୟରେ ନିୟୋଜିତ ଭାରତୀୟ ସେନାକୁ ସାହାଯ୍ୟ କରିବା ସହ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ମୋହନଲାଲ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଅଧିକ ପଢନ୍ତୁ: ପାହାଡ଼ ବିଦାରି ପକାଇଛି ପ୍ରକୃତିର କରାଳ କାୟା; ୬ ଦିନ ପରେ ବି ସରୁନି ମହାବିପର୍ଯ୍ୟୟର ଉଦ୍ଧାର କାର୍ଯ୍ୟ

Advertisment

କ୍ୟାପସନରେ ଲେଖିଛନ୍ତି, 'ୱାୟନାଡରେ ହୋଇଥିବା ବିନାଶ ଏକ ଗଭୀର କ୍ଷତ, ଯାହା ଠିକ୍‌ ହେବା ପାଇଁ ସମୟ ଲାଗିବ।ମୁଣ୍ଡାକ୍କାଇରେ ଏକ ବିଦ୍ୟାଳୟର ପୁନଃନିର୍ମାଣ ମଧ୍ୟ କରିବେ ବୋଲି ଉଲ୍ଲେଖ କରିଛନ୍ତି। ଏଥିସହ ଉଦ୍ଧାରକାରୀ ଦଳର ସାହସିକ ଉଦ୍ୟମକୁ ପ୍ରଶଂସା କରିଛନ୍ତି। ମିଳିତ ଭାବେ ଆମେ ପୁନଃନିର୍ମାଣ କରି ସୁସ୍ଥ ଏବଂ ଶକ୍ତିଶାଳୀ ହେବା ବୋଲି କହିଛନ୍ତି।

କେବଳ ମୋହନଲାଲ ନୁହଁନ୍ତି ଦକ୍ଷିଣର ଅନ୍ୟ ଅନେକ ତାରକା ମଧ୍ୟ ଅଛନ୍ତି, ଯେଉଁମାନେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ପାଇଁ ସହାୟତାର ହାତ ବଢାଇଛନ୍ତି। ମାଲାୟାଲମ୍ ସୁପରଷ୍ଟାର ମମୁତି ଏବଂ ତାଙ୍କ ପୁଅ ଦୁଲକର୍ ସଲମାନ ଯଥାକ୍ରମେ ୨୫ ଲକ୍ଷ ଟଙ୍କା ଏବଂ ୧୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେଇଛନ୍ତି। ଅଲ୍ଲୁ ଅର୍ଜୁନ ୨୫ ଲକ୍ଷ, ବିକ୍ରମ ୨୦ ଲକ୍ଷ, ସୂରୟା, କାର୍ଥୀ ଓ ଜ୍ୟୋତିକା ୫୦ ଲକ୍ଷ ଏବଂ ରଶ୍ମିକା ମନ୍ଦାନା ମଧ୍ୟ କେରଳ ରିଲିଫ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଦାନ କରିଥିବା ଜଣାପଡିଛି । ବର୍ତ୍ତମାନ ଚିରଞ୍ଜୀବୀ ଏବଂ ତାଙ୍କ ପୁଅ ରାମ ଚରଣ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ସେମାନେ ୧କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଚିରଞ୍ଜୀବୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ୱାୟନାଡ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଗତ କିଛି ଦିନ ହେବ କେରଳରେ ପ୍ରକୃତିର ବିନାଶ ଏବଂ ଶହ ଶହ ମୂଲ୍ୟବାନ ଜୀବନ ହାନି ହେତୁ ମୁଁ ଅତ୍ୟନ୍ତ ଦୁଃଖିତ । ୱାୟନାଡ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ମୋର ସମବେଦନା ଜଣାଉଛି । ରାମ ଚରଣ ଏବଂ ମୁଁ ଏକାଠି କାମ କରୁଛୁ ପୀଡ଼ିତମାନଙ୍କୁ ସାହାଯ୍ୟ କରିବା ପାଇଁ। ମୁଁ କେରଳ ସିଏମ ରିଲିଫ ପାଣ୍ଠିରେ ୧ କୋଟି ଟଙ୍କା ଯୋଗଦାନ କରୁଛି । ମୁଁ ପ୍ରାର୍ଥନା କରୁଛି ଯେ ପୀଡ଼ିତ ଲୋକମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ ।

ଅଧିକ ପଢନ୍ତୁ: କେରଳ ଟ୍ରାଜେଡି: ଓଡ଼ିଶାରୁ ୱାୟନାଡ୍‌ ଗଲା ସନ୍ଧାନୀ କୁକୁର 'ଷ୍ଟର୍ମ'

Landslides
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ