• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଇକ୍‌ ! ଏହା କାହାକୁ ବା ପସନ୍ଦ ନୁହେଁ । ଷ୍ଟାଇଲିସ୍‌ ବାଇକ୍‌ ଧରିବା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ପ୍ରକାର ସୌକ ପାଲଟିଛି । ଆଉ ଆମେ ସମସ୍ତେ ଜାଣିଛନ୍ତି, ସାରା ବିଶ୍ୱରେ ସବୁଠାରୁ ଅଧିକ ବାଇକ୍‌ ଭାରତର ହିଁ ବ୍ୟବହାର ହୋଇଥାଏ । ଆଉ ବାଇକ୍‌ କଥା ଉଠିବା ମାତ୍ରେ ଆମ ମନରେ ମାତ୍ର ଦୁଇ ତିନୋଟି କମ୍ପାନୀର ନାଁ ଆପେ ଚାଲିଆସେ । ଆଉ ସେଥିମଧ୍ୟରୁ ଭାରତରେ ହିରୋ ମୋଟୋକର୍ପ କଥା ନିଶ୍ଚୟ ଆସେ । କାରଣ ହିରୋ କମ୍ପାନୀର ଗାଡ଼ି ପ୍ରାୟ ସମସ୍ତେ ବ୍ୟବହାର କରିଥାନ୍ତି । 

ଆଉ ହିରୋ ମୋଟୋକର୍ପ କଥା ଉଠିଲେ ଏହାର ଚେୟାରମ୍ୟାନ୍‌ ତଥା ସିଇଓ ପୱନ ମୁଞ୍ଜଲଙ୍କ କଥା ନିଶ୍ଚୟ ଉଠେ । କାରଣ ପୱନ ମୁଞ୍ଜଲଙ୍କ ହିରୋ ମୋଟୋକର୍ପ ହେଉଛି ବିଶ୍ୱର ସବୁଠାରୁ ବଡ଼ ବା ସର୍ବାଧିକ ବାଇକ୍ ଏବଂ ସ୍କୁଟର ମାନୁଫ୍ୟାକ୍‌ଚରିଂ କମ୍ପାନୀ । ପୱନ ମୁଞ୍ଜଲଙ୍କ ବାପା ବ୍ରିଜ୍‌ମୋହନ ଲାଲ୍ ମୁଞ୍ଜଲ ହେଉଛନ୍ତି ଏହି କମ୍ପାନୀର ପ୍ରତିଷ୍ଠାତା । ଫୋବର୍ସ ରିପୋର୍ଟ ଅନୁଯାୟୀ ଗତ ଡିସେମ୍ବର ୨୨ ସୁଦ୍ଧା ତାଙ୍କ ପରିବାରର ମୋଟ ସମ୍ପତ୍ତି ହେଲା ୩.୫୫ ବିଲିୟନ୍‌ ଡଲାର । ଅନ୍ୟପଟେ ମିଣ୍ଟର ରିପୋର୍ଟ ଅନୁଯାୟୀ, ୨୦୨୦ରେ ପୱନ ମୁଞ୍ଜଲଙ୍କ ବାର୍ଷିକ ଦରମା ଥିଲା ୮୪.୫୯ କୋଟି ଟଙ୍କା ।

୨୦୧୧ରେ ହିରୋ ଏବଂ ହୋଣ୍ଡା ଅଲଗା ହେବା ପରେ ପୱନ ହିରୋ କମ୍ପାନୀର ସମ୍ପୂର୍ଣ୍ଣ ମାଲିକାନା ନିଜ ହାତକୁ ନେଲେ । ଏମିତିକି ଏହାକୁ ସାରା ବିଶ୍ୱରେ ବିସ୍ତାର କରିବାକୁ ଲାଗିଲେ । ଏବେ ହିରୋ ମୋଟୋକର୍ପ ପ୍ରାୟ ୪୦ଟି ଦେଶରେ ନିଜର ବାଇକ୍ ବିକ୍ରି କରୁଛି । ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକା ଏବଂ ମଧ୍ୟ ପୂର୍ବ ଦେଶଗୁଡ଼ିକରେ ହିରୋ ମୋଟୋକର୍ପ ବେଶ ପରିଚିତ । 

 

ଏହାର ୮ଟି ମାନୁଫ୍ୟାକ୍‌ଚରିଂ ୟୁନିଟ୍ ରହିଛି । ସେଥିମଧ୍ୟରୁ ୬ଟି ଭାରତରେ ରହିଛି । ଫୋବର୍ସର ରିପୋର୍ଟ ଅନୁଯାୟୀ ଭାରତରେ ହିରୋର ଦୁଇଟି ରିସର୍ଚ୍ଚ ୟୁନିଟ୍ ମଧ୍ୟ ରହିଛି ।