Advertisment

କର୍ମଚାରୀଙ୍କୁ ପୂଜା ଭେଟି: ମିଳିବ ୧୧ ଦିନର ଛୁଟି

କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୧ ଦିନ ପାଇଁ ‘ରିସେଟ୍‌ ଓ ରିଚାର୍ଜ ବ୍ରେକ୍‌(Reset and Recharge break)’ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
11-Day Break For Employees

Company Announces 11-Day Break For Employees

କର୍ମଚାରୀଙ୍କୁ ମିଳିବ ୧୧ ଦିନର ଛୁଟି। ଇ-କମର୍ସ କମ୍ପାନୀ Meesho ଏହାର କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୧ ଦିନର ବ୍ରେକ୍‌ ଦେବା ଲାଗି ଘୋଷଣା କରିଛି। କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୧ ଦିନ ପାଇଁ ‘ରିସେଟ୍‌ ଓ ରିଚାର୍ଜ ବ୍ରେକ୍‌(Reset and Recharge break)’ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ଏହାସହ କମ୍ପାନୀ ପକ୍ଷରୁ ନିଆଯାଇଥିବା ଏଭଳି ପଦେକ୍ଷେପର ଉଦ୍ଦେଶ୍ୟ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି।

Advertisment

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରୁ ଛୁଟି ଦେବା ନୁହେଁ। ବରଂ ପାର୍ବଣ ସମୟର ବ୍ୟସ୍ତବହୁଳ ଜୀବନ ପରେ କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖିବା ମଧ୍ୟ ଜରୁରୀ। ଏନେଇ କମ୍ପାନୀର ଫାଉଣ୍ଡର୍‌ ତଥା CTO ସଞ୍ଜୀବ ବରନୱାଲ୍‌ ଟ୍ୱିଟ୍‌ରରେ ଘୋଷଣା କରିଛନ୍ତି। ତାଙ୍କ କହିବା ଅନୁସାରେ, କର୍ମମୟ ଜୀବନରେ ସନ୍ତୁଳନ ମାଧ୍ୟମରେ ହିଁ ଉତ୍ତମ ମାନସିକ ସ୍ୱାସ୍ଥ୍ୟ ନିର୍ମାଣ ହୋଇପାରିବ।   

Advertisment

ରିସେଟ୍‌ ଓ ରିଚାର୍ଜ ପାଇଁ ସମୟ...

କମ୍ପାନୀର ଫାଉଣ୍ଡର୍‌ ତଥା CTO ସଞ୍ଜୀବ ବରନୱାଲ୍‌ କହିଛନ୍ତି ଯେ, ‘କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀ ଏହାର କର୍ମଚାରୀଙ୍କ ପାଇଁ ୧୧ ଦିନର ବ୍ରେକ୍‌ ଘୋଷଣା କରିଛି। ଆଗାମୀ ପାର୍ବଣ ଏବଂ ଜୀବନରେ ସନ୍ତୁଳନର ଗୁରୁତ୍ୱକୁ ଦୃଷ୍ଟିରେ ରଖି Meesho ଅକ୍ଟୋବର ୨୨ରୁ  ନଭେମ୍ବର ୧ ପର୍ଯ୍ୟନ୍ତ ରିସେଟ୍‌ ଓ ରିଚାର୍ଜ ପାଇଁ ଏହାର କର୍ମଚାରୀଙ୍କ ପାଇଁ କିଛି ସମୟ ବାହାର କରିବ। ଆଉ ଏହି ୧୧ ଦିନ କର୍ମଚାରୀଙ୍କୁ କାର୍ଯ୍ୟକ୍ଷେତ୍ରରୁ ବ୍ରେକ୍‌ ଦିଆଯିବ।

Employee Holidays Meesho
Advertisment
Advertisment