Advertisment

Massive Earthquake Threat Looms: ଭାରତକୁ ବି ରହିଛି କି ବଡ଼ ଭୂମିକଂପ ଭୟ ?

କେବେ ଆସିବ, କେଉଁଠି ଆସିବ, କେତେ ଜୋରରେ ଆସିବ, କେହି କହିପାରିବେନି। କିଛି ଦିନ ତଳେ ମିଆଁମାରରେ ଭୂକଂପ ଭୀଷଣ ବିପର୍ଯ୍ୟୟ ଘଟାଇଥିବା ବେଳେ, ଆକଳନ କରାଯାଉଛି ଯେ ଭାରତକୁ ବି ରହିଛି ଭୂମିକଂପ ଭୟ।

ଅଦ୍ୟତନ ହୋଇଛି
 Massive Earthquake Threat Looms

Massive Earthquake Threat Looms

Advertisment

ଭୂମିକଂପ । ଏଭଳି ଏକ ପ୍ରାକୃତିକ ବିପର୍ଯ୍ୟୟ, ଯାହାକୁ ନେଇ ଆକଳନ କରିବା ଏକପ୍ରକାର ଅସମ୍ଭବ କହିଲେ ଚଳେ। କେବେ ଆସିବ, କେଉଁଠି ଆସିବ, କେତେ ଜୋରରେ ଆସିବ, କେହି କହିପାରିବେନି। କିଛି ଦିନ ତଳେ ମିଆଁମାରରେ ଭୂକଂପ ଭୀଷଣ ବିପର୍ଯ୍ୟୟ ଘଟାଇଥିବା ବେଳେ, ଆକଳନ କରାଯାଉଛି ଯେ ଭାରତକୁ ବି ରହିଛି ଭୂମିକଂପ ଭୟ। ଛୋଟମୋଟ ନୁହେଁ, ବଡ଼ ଭୂମିକଂପ ଆଶଙ୍କା ଆସିପାରେ । ଗବେଷକମାନେ ଏହାକୁ କହୁଛନ୍ତି, ଗ୍ରେଟ୍ ହିମାଲୟାନ୍ ଆର୍ଥକ୍ବେକ୍। ଯାହାକି ଆଗାମୀ କିଛି ବର୍ଷ କିମ୍ବା କିଛି ଦଶନ୍ଧି ଭିତରେ କେବେ ବି ଆସିପାରେ। 

Advertisment

ହିମାଳୟ ଫଲ୍ଟ ଲାଇନ୍ ଯୋଗୁଁ ନେପାଳ ଓ ତିବ୍ବତ ସହ ଭାରତ ମଧ୍ୟ ଭୀଷଣ ଭାବେ ପ୍ରଭାବିତ ହୋଇପାରେ। ଉତ୍ତର ଭାରତର ବହୁ ରାଜ୍ୟ, ଏପରିକି କିଛି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଧ୍ୟ ଏଥିରେ ବ୍ୟାପକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ବିଶେଷ କରି, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର ଓ ଆସାମ ଆଦି ରାଜ୍ୟକୁ ଅଧିକ ଭୟ ରହିଛି। ଏଥିରେ ସିଧାସଳଖ ଭାବେ ୩୦ କୋଟି ଲୋକ ପ୍ରଭାବିତ ହେବାର ଆଶଙ୍କା ଥିବା ଆକଳନ କରାଯାଉଛି।

ଅଧିକ ପଢ଼ନ୍ତୁ: ନନଷ୍ଟପ୍ ଏନକାଉଣ୍ଟରରେ ଥରହର ମାଓବାଦୀ; ଘୋଷଣା ହେବ ଯୁଦ୍ଧବିରତି !

ଗ୍ରେଟ୍ ହିମାଲୟାନ୍ ଆର୍ଥକ୍ବେକ୍ କଣ ? 

କାହାକୁ କୁହାଯାଉଛି ହିମାଲୟାନ୍ ଫଲ୍ଟ ଲାଇନ୍ ? କାହିଁକି ଏସବୁକୁ ନେଇ ଏତେ ଚର୍ଚ୍ଚା ? ଗବେଷକଙ୍କ ମତରେ- ପ୍ରାୟ ୫ କୋଟି ବର୍ଷ ପୂର୍ବରୁ ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ବା ଭୂଖଣ୍ଡ ଧକ୍କା ହେବା ଫଳରେ ସୃଷ୍ଟି ହୋଇଥିଲା ହିମାଳୟ ପର୍ବତମାଳା। ସେହି ଦୁଇଟି ଟେକ୍ଟୋନିକ୍ ପ୍ଲେଟ୍ ହେଲା- ଭାରତୀୟ ଭୂଖଣ୍ଡ ଏବଂ ୟୁରେସୀୟ ଭୂଖଣ୍ଡ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବର୍ତ୍ତମାନ ମଧ୍ୟ ଏହି ଦୁଇଟି ଭୂଖଣ୍ଡ ପରସ୍ପରକୁ ବିପରୀତ ଦିଗରେ ଠେଲିବା ଜାରି ରଖିଛନ୍ତି । ଇଣ୍ଡିଆନ୍ ପ୍ଲେଟ୍ ବର୍ଷକୁ ୫ ସେଣ୍ଟିମିଟର ଉତ୍ତର-ପୂର୍ବ ଦିଗରେ ଘୁଞ୍ଚୁଛି ଏବଂ ୟୁରେସିଆନ୍ ପ୍ଲେଟ୍ ଉତ୍ତର ଦିଗରେ ବର୍ଷକୁ ୨ ସେଣ୍ଟିମିଟର ଘୁଞ୍ଚୁଛି। ଏହାଦ୍ବାରା ୟୁରେସୀୟ ଭୂଖଣ୍ଡ ବର୍ଷକୁ ୪ ମିଲିମିଟର ଚେପା ହୋଇଯାଉଥିବା କୁହାଯାଉଛି। ଏଥିସହ ଦୁଇଟି ଭୂଖଣ୍ଡ ଘର୍ଷଣ ଫଳରେ ପୃଥିବୀର ବାହ୍ୟସ୍ତରରେ ସେହି ଅଞ୍ଚଳରେ ଚାପ ମଧ୍ୟ ବୃଦ୍ଧି ପାଉଛି । ଏହା କେବେବି ବିସ୍ଫୋରକ ରୂପ ନେଇପାରେ ଏବଂ ରିକ୍ଟର ସ୍କେଲରେ ୮ ତୀବ୍ରତାର ବଡ଼ ଭୂକଂପ ଆସିପାରେ ବୋଲି ଆକଳନ କରୁଛନ୍ତି ଗବେଷକ । 

Advertisment

ଦୁଇଟି ଭୂଖଣ୍ଡ ମଧ୍ୟରେ ଫାଟକୁ କୁହାଯାଏ ଫଲ୍ଟ ଲାଇନ୍ । ତେବେ ହିମାଳୟ ଫଲ୍ଟ ଯୋଗୁଁ ପୂର୍ବରୁ ମଧ୍ୟ ଭାରତ ଓ ପଡ଼ୋଶୀ ଦେଶରେ ଅନେକ ଥର ଭୟଙ୍କର ଭୂକଂପ ଆସିବାର ନଜିର ରହିଛି। ୧୯୦୫ରେ କାଙ୍ଗ୍ରା, ୧୯୩୪ରେ ବିହାର ଓ ନେପାଳରେ ଏବଂ ୧୯୫୦ରେ ଆସାମ ଓ ତିବ୍ବତରେ ଏବଂ  ୨୦୧୫ରେ ନେପାଳରେ ଏହି ଫଲ୍ଟ ଲାଇନ୍ ଯୋଗୁଁ ପ୍ରଳୟ ରଚିଥିଲା ଭୂମିକଂପ। ହେଲେ ଦୀର୍ଘ ବର୍ଷ ଧରି ହିମାଳୟ ପର୍ବତମାଳା ଓ ଆଖପାଖ ଅଞ୍ଚଳରେ ବଡ଼ ଭୂମିକଂପ ଆସିନଥିବାରୁ ଫଲ୍ଟ ଲାଇନରେ ଚାପ ମାତ୍ରାଧିକ ବୃଦ୍ଧି ପାଇ ଥାଇପାରେ ଏବଂ ଏହା ଯେକୌଣସି ସମୟରେ ଭୟଙ୍କର ଭୂମିକଂପ ଆଣିପାରେ ବୋଲି ଆଶଙ୍କା କରାଯାଉଛି। ଯଦି ସେଭଳି ଭୂକଂପ ଆସେ ତେବେ ଏହି ସେସମିକ୍ ବେଲ୍ଟରେ ଥିବା ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର ଓ ଆସାମ ଆଦି ରାଜ୍ୟକୁ ଅଧିକ ଭୟ ରହିଛି। ଏହି ରାଜ୍ୟ ଗୁଡ଼ିକ ଭୀଷଣ ମାତ୍ରାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ଅଧିକ ପଢ଼ନ୍ତୁ: କ୍ରାସ୍‌ ହେଲା IAF ଫାଇଟର ଜେଟ୍, ଦୁର୍ଘଟଣା ପରେ ଜଳିଗଲା ଯୁଦ୍ଧ ବିମାନ

Advertisment
Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ