Advertisment

ଏଇ ମାର୍କେଟ୍‌ରେ ବଡ଼ ଅଫର: ୧ ଟଙ୍କାରେ ଟି-ସାର୍ଟ, ୧୦ ଟଙ୍କାରେ ପ୍ୟାଣ୍ଟ

ଯଦି ଆପଣଙ୍କ ପାଖରେ ଡ୍ରେସ୍‌ କିଣିବାକୁ ଅଧିକ ଟଙ୍କା ନାହିଁ, ତାହାହେଲେ ଚିନ୍ତା କରନ୍ତୁନି।

author-image
Chandan Shishu
ଅଦ୍ୟତନ ହୋଇଛି
market in Delhi where T-shirts are available for Re 1 and pants for Re 10

market in Delhi where T-shirts are available for Re 1 and pants for Re 10

ଫ୍ୟାଶନକୁ କିଏ ବା ପସନ୍ଦ ନକରେ ! ହେଲେ ଆଜିକାଲି ମହଙ୍ଗା ଯୁଗରେ ସମସ୍ତଙ୍କୁ ଦରକାର ଅଫର୍‌। ଆଉ ବମ୍ଫର୍‌ ଅଫର୍‌ ପାଇଗଲେ, ଗ୍ରାହକଙ୍କ ଖୁସି କହିଲେ ନସରେ। ହଁ ଆଜ୍ଞା ଗ୍ରାହକଙ୍କ ପାଇଁ ଆସୁଛି ସେମିତି ଏକ ବଡ଼ ଅଫର୍‌। ୧ ଟଙ୍କାରେ ଟି ସାର୍ଟ, ୧୦ ଟଙ୍କାରେ ପ୍ୟାଣ୍ଟ। 

Advertisment

ଶସ୍ତା ପୋଷାକ ପାଇଁ ଦେଶର ରାଜଧାନୀ ଦିଲ୍ଲୀ ବେଶ୍ ପରିଚିତ। ଭଲ କ୍ୱାଲିଟିର ଶସ୍ତାରେ କିଣିବାକୁ ହେଲେ ଏଠାରେ ସହଜରେ ମିଳିଯାଏ। ଏହା କେବଳ ଦିଲ୍ଲୀବାସୀ ନୁହଁନ୍ତି ବରଂ ବାହାର ରାଜ୍ୟର ଲୋକମାନେ ଏଠାକୁ ଆସି କିଣନ୍ତି। ଦିଲ୍ଲୀର ଲାଜପତ୍ ନଗର ମାର୍କେଟ୍, ସରୋଜିନୀ ନଗର ମାର୍କେଟ୍, ଜନପଥ ଏବଂ କମଳା ମାର୍କେଟ୍ ପରି ବଡ଼ ବଡ଼ ମାର୍କେଟ୍‌ ଶସ୍ତା ତଥା କମ୍‌ ଦାମ୍‌ରେ ଭଲ ପୋଷାକ ମିଳିଥାଏ। 

କିନ୍ତୁ ଏବେ କହିବାକୁ ଯାଉଛୁ ଦିଲ୍ଲୀର ଏଭଳି ଏକ ମାର୍କେଟ୍ ରହିଛି ଯେଉଁଠି ଟି-ସାର୍ଟ ମାତ୍ର ୧ ଟଙ୍କାରେ ମିଳୁଛି। ଆଉ ୧୦ ଟଙ୍କାରେ ବିକ୍ରି ହେଉଛି ପ୍ୟାଣ୍ଟ। ଏକଥା ଆପଣଙ୍କୁ ବିଶ୍ୱାସ ହେଉନଥିବ। କିନ୍ତୁ ଏହା ସତ। ଏହି ମାର୍କେଟ ପଶ୍ଚିମ ଦିଲ୍ଲୀର ରଘୁବୀର ନଗର, ଯାହା ଘୋଡ଼ାମଣ୍ଡି ନାମରେ ପରିଚିତ। ଦିଲ୍ଲୀରେ ରହୁଥିବା ଅନେକ ଲୋକ ବୋଧହୁଏ ଏଭଳି ମାର୍କେଟ୍‌ ଥିବା ଜାଣିନଥିବେ। 

Advertisment

ଯଦି ଆପଣଙ୍କ ପାଖରେ ଡ୍ରେସ୍‌ କିଣିବାକୁ ଅଧିକ ଟଙ୍କା ନାହିଁ, ତାହାହେଲେ ଚିନ୍ତା କରନ୍ତୁନି। ଏହି ମାର୍କେଟ୍‌କୁ ଆସନ୍ତୁ ଯେଉଁଠି ସ୍ୱେଟର୍‌ ୨୦ ଟଙ୍କା, ଲେହେଙ୍ଗା ୬୦ ଟଙ୍କା, କୋଟ୍‌ ୧୨୦ ଟଙ୍କା। କେବଳ ସେତିକି ନୁହେଁ ୧ ଟଙ୍କାରେ ଟି-ସାର୍ଟ ଓ ୧୦ ଟଙ୍କାରେ ପ୍ୟାଣ୍ଟ୍‌ ଓ ୨୦ ଟଙ୍କାରେ ଶାଢୀ କିଣିପାରିବେ। 

  • ଏଠି ରେଟ୍‌ କାହିଁକି କମ୍‌?

ରିସାଇକେଲିଂ ହବ୍‌ର କେନ୍ଦ୍ର ହେଉଛି ଏଇ ମାର୍କେଟ୍‌। ପୁରୁଣା ପୋଷାକକୁ ନୂଆ କରି ବିକ୍ରି କରାଯାଇଥାଏ। ଯାହାଦ୍ୱାରା ଗରିବମାନେ ନୂଆ ତଥା ଭଲ ପୋଷାକ କିଣିପାରିବେ। କମ୍‌ ଦାମ୍‌ ଯୋଗୁଁ ଖୁବ୍‌ ଶୀଘ୍ର ସବୁ ବିକ୍ରି ହୋଇଯାଏ। କାରଣ ଏଠାକାର ବ୍ୟବସାୟୀମାନେ ଦିଲ୍ଲୀର ବିଭିନ୍ନ କଲୋନୀ ବୁଲି ଘରକୁ ଘର ପୁରୁଣା ପୋଷାକ ସଂଗ୍ରହ କରନ୍ତି। ସେହି ପୋଷାକଗୁଡିକ ରିସାଇକେଲିଂ କରାଯାଏ। ଡ୍ରେସ୍‌କୁ ଧୁଆଯିବା ସହ ଆଇରନ୍‌ ଦିଆଯାଇ ସେସବୁ ବିକ୍ରି ଉପଯୋଗୀ ହୋଇଥାଏ। 

କେବଳ ଯେ କିଣିବା ପାଇଁ ଲୋକ ଯାଆନ୍ତି ସେକଥା ନୁହେଁ, ଯେଉଁମାନେ ପୁରୁଣା ପୋଷାକ ବିକି ଦେବାକୁ ଚାହାନ୍ତି, ସେମାନେ ମଧ୍ୟ ଏଇ ମାର୍କେଟ୍‌କୁ ବିକ୍ରି କରିବା ପାଇଁ ଆସନ୍ତି।

ଏପରିକି ଦିଲ୍ଲୀର ମଙ୍ଗଲ ବଜାର ଓ ତିଲକ୍ ନଗର ପରି ଶସ୍ତା ସ୍ଥାନରୁ କିଣି ବାହାର ରାଜ୍ୟରେ ବିକ୍ରି କରି ବେଶ୍‌ ଦୁଇ ପଇସା ରୋଜଗାର କରନ୍ତି ଦୋକାନୀମାନେ। ଜଣେ ଭେଣ୍ଡର୍‌ଙ୍କ କହିବାନୁସାରେ ୫୦ ଟଙ୍କାରେ କିଣିଥିବା ପ୍ୟାଣ୍ଟକୁ ସେ ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରନ୍ତି।   

Advertisment
Advertisment