/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643442542.jpg)
Marital Rape
ମାରିଟାଲ୍ ରେପ୍ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧ । ମାରିଟାଲ ରେପ୍କୁ ଅପରାଧ ଶ୍ରେଣୀଭୁକ୍ତ ହେଲେ ଏହାର ଦୁରୁପଯୋଗ ହେବ ବୋଲି ଯୁକ୍ତି ରଖିଛନ୍ତି କେନ୍ଦ୍ର ସରକାର । ଯେଉଁଭଳି ଭାବେ କିଛି କ୍ଷେତ୍ରରେ ଯୌତୁକ ନିରୋଧୀ ଆଇନର ଧାରା ୪୯୮ର ଦୁରୁପଯୋଗ କରାଯାଉଛି ସେଭଳି ଏହାକୁ ମଧ୍ୟ ଦୁରୁପଯୋଗ କରାଯିବା ଆଶଙ୍କା ରହିଛି ବୋଲି କେନ୍ଦ୍ର ସରକାର ଉଦାହରଣ ଦେଇଛନ୍ତି ।
ମାରିଟାଲ ରେପ୍କୁ ଅପରାଧ ଶ୍ରେଣୀକୁ ଆଣିବା ପାଇଁ ହେଲେ ଭାରତରେ ଏହାକୁ ଅତି ଯତ୍ନର ସହ ବିଚାର ବିମର୍ଷ କରିବାକୁ ପଡ଼ିବ । ଅନେକ ଦେଶରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲେ ବି ଆମେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶଙ୍କୁ ଅନୁସରଣ କରିପାରିବା ନାହିଁ ବୋଲି କୋର୍ଟଙ୍କୁ ଜଣାଇଛି କେନ୍ଦ୍ର । ଆମ ଦେଶରେ ଅନେକ ସମସ୍ୟା ରହିଥିବା ବେଳେ ମାରିଟାଲ ରେପ୍କୁ ଅପରାଧ ଶ୍ରେଣୀଭୁକ୍ତ କରିବା ପୂର୍ବରୁ ଦେଶରେ ଶିକ୍ଷା, ଅଧିକାଂଶ ମହିଳାଙ୍କ ଆର୍ଥିକ ସ୍ୱଚ୍ଛଳତା, ସାମାଜିକ ଚିନ୍ତାଧାରା, ବିଭିନ୍ନତା, ଦାରିଦ୍ର୍ୟ ଆଦିକୁ ବିଚାରକୁ ନେବାକୁ ପଡ଼ିବ ।
ଅପରାଧ ଶ୍ରେଣୀକୁ ଆଣିବା ପୂର୍ବରୁ କେଉଁଟା ମାରିଟାଲ ରେପ୍ କାଟାଗୋରିରେ ଆସୁଛି ଓ କେଉଁଟା ନୁହେଁ, ତାହା ଉପରେ ବିଷଦ ତର୍ଜମାର ଆବଶ୍ୟକତା ରହିଛି । ଏବେ ଦୁଷ୍କର୍ମ ନେଇ ପ୍ରମାଣ ଥିଲେ ବର୍ତ୍ତମାନ ଥିବା ଆଇନର ଧାରା ୩୭୬ ଅନୁଯାୟୀ ଦଣ୍ଡ ବିଧାନ କରାଯାଇପାରିବ । ତେବେ ଦିଲ୍ଲୀ ହାଇକୋର୍ଟରେ ମାରିଟାଲ ରେପ୍ ନେଇ ଚାଲିଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ, ଏଭଳି ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ ପାରିବାରିକ ହିଂସା, ଯୌନ ଅପରାଧ ଭଳି ଆଇନ ରହିଛି, ଏପରିକି ଅପ୍ରାକୃତିକ ଯୌନ ସଂପର୍କ ନେଇ ମଧ୍ୟ IPCର ଧାରା ୩୭୭ ଅନୁଯାୟୀ ଦଣ୍ଡିତ କରାଯାଇପାରିବ ବୋଲି କେନ୍ଦ୍ର ଯୁକ୍ତି ବାଢ଼ିଛି ।
ଅନ୍ୟପଟେ ମାରିଟାଲ୍ ରେପ୍କୁ ଅପରାଧ ଶ୍ରେଣୀକୁ ଆଣିଲେ ଏହାର ଦୁରପଯୋଗ ଆଶଙ୍କା ଥିବାରୁ ଏହାକୁ ସଂସଦରେ ଆଲୋଚନା କରାଯିବା ଦରକାର ଓ ସମ୍ବିଧାନ ଅନୁଯାୟୀ ଏଥିପାଇଁ ସଂସଦ ପ୍ରକୃତ ସ୍ଥାନ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)