Advertisment

Maoist Violence: କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ, କିଛି ଦିନ ତଳେ ଭାଇକୁ ମାରିଥିଲେ...

ମାଲକାନଗିରି ସୀମାନ୍ତ ଛାତିଶଗଡ଼ରେ ପୁଣି ମାଓ ହିଂସା । କଂଗ୍ରେସ ନେତାଙ୍କୁ ଜଙ୍ଗଲକୁ ଟେକି ନେଇ ହତ୍ୟା କଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିର ଏ ଘଟଣା ।

ଅଦ୍ୟତନ ହୋଇଛି
Maoist Violence

Maoist Violence

Advertisment

କଂଗ୍ରେସ ନେତାଙ୍କୁ ହତ୍ୟା କଲେ ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଗତ ବିଳମ୍ବିତ ରାତିରେ ମାଓବାଦୀମାନେ ବିଜାପୁର ଜିଲ୍ଲା ଉସୁର ଥାନା ଲିଙ୍ଗାପୁର ଗ୍ରାମରେ ଜଣଙ୍କୁ ହତ୍ୟା କରିଛନ୍ତି । ମୃତକ କଂଗ୍ରେସ ନେତା ନାଗା ଭଣ୍ଡାରୀ । ତାଙ୍କୁ ଜୋର ଜବରଦସ୍ତ ଜଙ୍ଗଲକୁ ଉଠାଇ ନେଇ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି । 

Advertisment

କାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀମାନେ ଉସୁର ଲିଙ୍ଗାପୁର ଗ୍ରାମରେ ପହଞ୍ଚିଥିଲେ । ଗ୍ରାମର ନାଗା ଭଣ୍ଡାରୀଙ୍କ ଘରେ ପଶି ତାଙ୍କୁ ଖୋଜାଖୋଜି କରିଥିଲେ । କିନ୍ତୁ ନାଗା କୌଣସି ଏକ ସାମାଜିକ କାର୍ଯ୍ୟକ୍ରମକୁ ଯାଇଥିଲେ । ମାଓବାଦୀମାନେ ସେଠାରୁ ତାଙ୍କୁ ଜଙ୍ଗଲକୁ ଟାଣି ନେଇଥିଲେ ଏବଂ ସେଠାରେ ହତ୍ୟା କରିଥିଲେ । 

ଅଧିକ ପଢ଼ନ୍ତୁ: ମଇଁଷି ଚରାଉଥିଲେ, ବଜ୍ରାଘାତରେ ଚାଲିଗଲା ଅଜା-ନାତିଙ୍କ ଜୀବନ

ବଡ଼ କଥା ହେଲା, ଗତ ଅକ୍ଟୋବରରେ ନାଗା ଭଣ୍ଡାରୀଙ୍କ ଭାଇ ତିରୁପତି ଭଣ୍ଡାରୀଙ୍କୁ  ମଧ୍ୟ ହତ୍ୟା କରିଥିଲେ ମାଓବାଦୀ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ କାହିଁକି ମାଓବାଦୀ ଏହି ହତ୍ୟାକାଣ୍ଡ ଘଟାଇଲେ ସ୍ପଷ୍ଟ ହୋଇନି ।

Advertisment
Maoist Chhattisgarh Naxal Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ