Advertisment

ପୋଲିସକୁ ବଡ଼ ସଫଳତା; ଦାନ୍ତେୱାଡା ଏନକାଉଣ୍ଟରରେ ୩୬ ମାଓବାଦୀଙ୍କ ମୃତଦେହ ଉଦ୍ଧାର

ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।

author-image
Sujit kumar Swain
ଅଦ୍ୟତନ ହୋଇଛି
Maoist Death Toll Rises

Maoist Death Toll Rises

ନକ୍ସଲ ନିପାତ ଅଭିଯାନରେ ଛତିଶଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।

Advertisment

ଏନକାଉଣ୍ଟର ସ୍ଥଳରୁ ମିଳିଛି LMG ରାଇଫଲ୍, AK 47, SLR ଓ INSAS ରାଇଫଲ ସମେତ ଅନେକ ଅତ୍ୟାଧୁନିକ ବନ୍ଧୁକ। ଏନକାଉଣ୍ଟର ସ୍ଥଳକୁ CRPF ଓ DRGର ଅତିରିକ୍ତ ସୁରକ୍ଷାବାହିନୀକୁ ପଠାଯାଇଛି। ଗୁଳି ବିନିମୟରେ DRGର ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଏୟାରଲିଫ୍ଟ କରି ରାୟପୁର ପଠାଯାଇଛି। 

ଏବେ ବି ଏନକାଉଣ୍ଟର ସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଦନ୍ତେୱାଡା ଓ ନାରାୟଣପୁର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ଟପ୍ ନକ୍ସଲ ମେଳି ବାନ୍ଧିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ମାଓ ନିପାତ ଅଭିଯାନ। ଗତକାଲି ମଧ୍ୟାହ୍ନରୁ ବିଳମ୍ବିତ ରାତି ଯାଏ ଚାଲିଥିଲା ଏନକାଉଣ୍ଟର।

Advertisment

Police Maoist
Advertisment
Advertisment