Advertisment

Maoist Encounter: ଏନ୍‌କାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ, ମନୀଷ ସଫା

ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ମାଓବାଦୀ ନିହତ ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ଗିରଫ ହୋଇଛି ।

ଅଦ୍ୟତନ ହୋଇଛି
Maoist killed

Maoist killed

Advertisment

ଏନକାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ । ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ନିପାତ ହୋଇଛି ମାଓ କମାଣ୍ଡର ମନୀଷ ଯାଦବ । ରବିବାର ବିଳମ୍ବିତ ରାତିରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲୁଥିବା ବେଳେ ମନୀଷ ଯାଦବ ନିପାତ ହୋଇଛି । ନିହତ ମନୀଷ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି  । ସେହିପରି ଆଉ ଜଣେ ମାଓବାଦୀ କୁନ୍ଦର ଖେରୱାରକୁ ଗିରଫ କରାଯାଇଛି । କୁରନ୍ଦ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । 

Advertisment

ମିଳିଥିବା ସୂଚନା ମୁତାବକ, ଲାତେହାରର ମହୁଆନ୍ଦାର ଥାନା ଅନ୍ତର୍ଗତ କରମଖାଡ ଏବଂ ଦାଉନା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଜଙ୍ଗଲ ମଧ୍ୟରେ କିଛି ମାଓବାଦୀ ଲୁଚି ରହିଥିବାର ଜଣା ପଡିବା ପରେ ସୁରକ୍ଷାବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲା । ରବିବାର ରାତିରୁ ଆରମ୍ଭ ହୋଇଥିବା ଏହି ଅପରେସନ ସୋମବାର ସକାଳ ପର୍ଯ୍ୟନ୍ତ ଚାଲିଥିଲା । ସୋମବାର ସକାଳେ ଜଣେ ମାଓବାଦୀର ମୃତଦେହ ମିଳିଥିଲା । ପରେ ତାହା ମନୀଷ ଯାଦବର ବୋଲି ଜଣା ପଡିଥିଲା । 

ଅଧିକ ପଢ଼ନ୍ତୁ: ସୁରକ୍ଷାବାହିନୀ ଗୁଳିରେ ୩ ହାର୍ଡକୋର୍ ମାଓବାଦୀ ନିହତ

ପାଲାମୁ ଡିଆଇଜି ୱାଇ.ଏସ ରମେଶ କହିଛନ୍ତି ଯେ, ହାର୍ଡକୋର ମାଓବାଦୀ ମନୀଷ ଯାଦବ ତା’ର ସ୍ୱାଡର୍ ସହ ଜଙ୍ଗଲରେ ଲୁଚିଥିବାର ଖବର ମିଳିବା ପରେ ଏକ ପୋଲିସ ଟିମ୍ ଗଠନ ହୋଇ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ସୁରକ୍ଷାବାହିନୀ ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ପ୍ରତି ଜବାବରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲା ମନୀଷ ଯାଦବ । ଘଟଣାସ୍ଥଳରୁ ଦୁଇଟି ରାଇଫଲ ସହ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । 

Advertisment

ଅଧିକ ପଢ଼ନ୍ତୁ:   ଛତିଶଗଡରେ ସଫା ହେଲେ ୨୭ ମାଓବାଦୀ, ଖୁସିରେ ହୋଲି ଖେଳିଲେ ଯବାନ

Maoist Killed Gunfight With Naxals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ