• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ଅଗଷ୍ଟ ୧୫ରେ ଦେଶ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଅଗଷ୍ଟ ୧୩ରୁ ୧୫ ତାରିଖ ଯାଏ ନିଜ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମନ୍ କି ବାତରେ ସେ କହିଛନ୍ତି, ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ । କେବଳ ଏତିକି ନୁହେଁ ସମସ୍ତେ ନିଜର ସୋସିଆଲ ମିଡିଆର ପ୍ରୋଫାଇଲ୍ ପିକ୍ଚର ମଧ୍ୟ ତ୍ରିରଙ୍ଗା ରଖିବାକୁ ଆହ୍ୱାନ ଦେଇଛନ୍ତି ମୋଦି ।

ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ଆରମ୍ଭରେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଯୋଦ୍ଧାମାନଙ୍କ ସ୍ମୃତିଚାରଣ କରିବା ସହ 'ଅମୃତ ମହୋତ୍ସବ' ଅଭିଯାନ ଅଧୀନରେ ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । 'ଆଜାଦି କା ଅମୃତ ମହୋତ୍ସବ' ଏକ ଜନ ଆନ୍ଦୋଳନର ରୂପ ନେଉଥିବା ଦେଖି ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି । ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି ।

ଆଜାଦି କା ଅମୃତ ମହୋତ୍ସବ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି । ହର୍ ଘର ତ୍ରିରଙ୍ଗା ଅଭିଯାନ ପାଇଁ ପତାକାର ଗାଇଡଲାଇନରେ ମଧ୍ୟ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି । ପଲିଷ୍ଟର, କାର୍ପାସ, ଉଲ୍, ସିଲ୍କ, ଖଦି କପଡ଼ାରେ ତିଆରି ହୋଇପାରିବ ପତାକା । ତା ସହିତ ସମୟ କିମ୍ବା ଆକାରରେ ମଧ୍ୟ କୌଣସି କଟକଣା ନାହିଁ । ପୂର୍ବ ନିୟମ ଅନୁସାରେ କେବଳ ସୂର୍ଯୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ତ୍ରିରଙ୍ଗା ଉଡ଼ାଯାଇ ପାରୁଥିଲା ।