• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମଣିପୁର ଭାଇରାଲ ଭିଡିଓ ମାମଲାରେ ସିବିଆଇ ପକ୍ଷରୁ ଏତଲା ହୋଇଛି । ଭିଡିଓ ଭାଇରାଲ୍ ଘଟଣାକୁ ନେଇ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏନେଇ ସିବିଆଇ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଛି ସିବିଆଇ । ବିଧିବଦ୍ଧ ତଦନ୍ତ ଆରମ୍ଭ କରିବା ସହ ଏହି ଘଟଣାରେ ଆହୁରି କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରଖିଛି ।

ପୂର୍ବରୁ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ତମ୍ବିତୋଫାନ ହୋଇଥିଲା । ମଣିପୁରରେ କେମିତି ଅରାଜକତା ଚାଲିଛି, ତାହା ଏହି ଭିଡିଓରୁ ସ୍ପଷ୍ଟ ହୋଇଥିଲା । ପରେ କେନ୍ଦ୍ର ସରକାର ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଦୁଇ ମହିଳାଙ୍କୁ ନିର୍ଯାତନା ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏପରିକି ଯିଏ ଭିଡିଓ ସୁଟିଂ କରିଥିଲା, ତାକୁ ମଧ୍ୟ ଗିରଫ କରାଯାଇଛି ।

ସେପଟେ ଏହି ଘଟଣାକୁ ନେଇ ସଂସଦରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା । ବିରୋଧୀମାନେ ଆଲୋଚନା ପାଇଁ ଦାବି କରିଥିଲେ । ଖାଲି ସେତିକି ନୁହେଁ, ଏହାକୁ ନେଇ ସାରା ଦେଶ ଜଳିଥିଲା । ସାଧାରଣ ଲୋକମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ଘର ଜାଳି ଦେଇଥିଲେ ଉତ୍ତ୍ୟକ୍ତ ମହିଳା ।

ମଣିପୁର ପେଚୀ ଅଂଚଳରେ ସୀମା ଡେଇଁଛି ଲୋକଙ୍କ ପୁଂଜିଭୁତ ଅସନ୍ତୋଷ । ଚରମ ରାଗରେ ଥିବା ଉତ୍ତ୍ୟକ୍ତ ଲୋକେ ଭାଙ୍ଗି ଦେଇଛନ୍ତି ମୁଖ୍ୟ ଅଭିଯୁକ୍ତର ଘର । ଦଳ ଦଳ ହୋଇ ଶତାଧିକ ପୁରୁଷ ଓ ମହିଳା ହାତରେ ଲାଠି-ବାଉଁଶ ଧରି ଘରେ ପଶିଥିଲେ। ପ୍ରଥମେ ଘର ଭାଙ୍ଗି ଚୁରମାର କରିଥିଲେ, ପରେ ନିଆଁ ଲଗାଇଦେଇଥିଲେ ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ବିରେନ୍ ସିଂ ମାମଲାରେ ଯେଉଁମାନେ ସମ୍ପୃକ୍ତ କାହାକୁ ଛଡାଯିବନି ବୋଲି କହିସାରିଛନ୍ତି ।