Advertisment

କାର ପଛରେ ବସିଲେ ବି ବାନ୍ଧିବାକୁ ହେବ ସିଟ୍ ବେଲ୍ଟ: ନହେଲେ ଗଣିବେ ହଜାରେ ଟଙ୍କା ଫାଇନ୍

ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ।

ଅଦ୍ୟତନ ହୋଇଛି
undefined

Seat Belt

Advertisment

କାର ପଛ ସିଟ୍ ଯାତ୍ରୀଙ୍କ ଲାଗିି ବି ବାଧ୍ୟତାମୂଳକ ସିଟ୍ ବେଲଟ। ସିଟ୍ ବେଲ୍ଟ ପିନ୍ଧି ନ ଥିଲେ ଗଣିବେ ହଜାରେ ଟଙ୍କାର ତଣ୍ଡ। ନିୟମ କଡାକଡି ଲାଗୁ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ। ପୂର୍ବରୁ ଗାଡ଼ି ଚାଳକ ଓ ଆଗ ସିଟ୍ ଯାତ୍ରୀଙ୍କ ଲାଗି ବାଧ୍ୟତାମୂଳକ ଥିଲା ସିଟ୍ ବେଲଟ। ମାତ୍ର ଏବେ ପଛ ସିଟ୍ ଯାତ୍ରୀଙ୍କୁ ବି ବାନ୍ଧିବାକୁ ପଡିବ ସିଟ୍ ବେଲଟ। ନିୟମ କଡ଼ାକଡ଼ି ଲାଗୁ ପାଇଁ ପରିବହନ କମିଶନରଙ୍କୁ ଚିଠି ଲେଖିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ। କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁସାରେ, ମୋଟର ସାଇକେଲ ଓ ୩ ଚକିଆକୁ ଛାଡ଼ିଦେଲେ ଅନ୍ୟ ସବୁ ଗାଡ଼ିର ଚାଳକ ଓ ଆଗ ସିଟ୍‌ରେ ବସିଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ।

Advertisment

 ଏମିତିକି ୮ ଜଣ ଯାଏଁ  ଯାତ୍ରୀ ଯାଇପାରୁଥିବା ଓ ଆଗକୁ ମୁହଁ କରି ବସିଥିବା ଅନ୍ୟ ସବୁ ଯାତ୍ରୀଙ୍କ ପାଇଁ ବି ସିଟ୍ ବେଲ୍ଟ ବାଧ୍ୟତାମୂଳକ ଥିଲା ମାତ୍ର ଏହାକୁ କଡ଼ାକଡି ପାଳନ କରାଯାଉନଥିଲା ମାତ୍ର ଏବେଠାରୁ କାରଗୁଡ଼ିକରେ ସବୁ ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିବାକୁ ବାଧ୍ୟ ହେବେ। ସିଟରେ ପଡ଼ୁଥିବା ସିଟ୍ କଭର ସିଟ୍ ବେଲ୍ଟର ଲକିଂ ଓ ଅନଲକିଂରେ ଯେମିତି ପ୍ରତିବନ୍ଧକ ନସାଜିବ ଫିଟନେସ୍ ଯାଞ୍ଚ ବେଳେ ତାହା ସୁନିଶ୍ଚିତ କରିବାକୁ ଚିଠିରେ କୁହାଯାଇଛି। ପଛ ସିଟ୍‌ରେ ବସିଥିଲେ ମଧ୍ୟ ସିଟ୍ ବେଲ୍ଟ ନପିନ୍ଧି ନଥିବାରୁ କିଛି ଦିନ ତଳେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପଛ ସିଟ୍ ବେଲ୍ଟ ନିୟମ କଡ଼ାକଡ଼ି କରିବାକୁ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ।  

ଆହୁରି ପଢ଼ନ୍ତୁ: କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ, ନ ହେଲେ ଗଣିବେ ଫାଇନ୍‌

Advertisment

ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ସ୍ୱାଗତ କରିଛି ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମାନୁଫାକ୍ଚର୍ସ- ସିଆମ୍। ଯାତ୍ରୀ ସିଟ୍ ବେଲ୍ଟ ପିନ୍ଧିଥିଲେ ମୃତ୍ୟୁ ମୁଖରୁ ବର୍ତ୍ତିବାର ଅନେକ ସମ୍ଭାବନା ରହିଛି ବୋଲି କହିଛି ସିଆମ। ତେବେ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ମତ, କେବଳ ଫାଇନ୍ ଆଦାୟ ପାଇଁ ବାଟ ଖୋଜୁଛନ୍ତି ରାଜ୍ୟ ସରକାର। ପଛ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରିବା ପୂର୍ବରୁ ସରକାର ପ୍ରଥମେ ଏହାର ଫାଇଦା ନେଇ ଲୋକଙ୍କୁ ସଚେତନ କରାନ୍ତୁ, ପରେ ନିୟମ ଲାଗୁ କରିବେ।  

ତେଣେ ପ୍ରତି କାରରେ ସର୍ବନିମ୍ନ ୬ଟି ଏୟାର ବ୍ୟାଗ୍ ନିୟମକୁ ବର୍ଷେ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଆସନ୍ତା ମାସ ପହିଲା ପରିବର୍ତ୍ତେ ୨୦୨୩ ଅକ୍ଟୋବର ୧ ତାରିଖରୁ ଏହି ନିୟମ ବାଧ୍ୟତାମୂଳକ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ୍ ଗଡକରି ଟୁଇଟ୍ କରିଛନ୍ତି।

Advertisment

(ରିପୋର୍ଟ: ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ) 

Seatbelt In Rear Seat Rear Seat Belt Rule
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ