Advertisment

‘ପୁଷ୍ପରାଜ’ ନଇଁଲେ, ଗିରଫ ବି ହେଲେ...

ପୁଷ୍ପରାଜ କେବେ ନଇଁବେନି, ପୋଲିସ୍ ହାତରେ କେବେ ଧରାପଡ଼ିବେନି। ଏହି କଥା କେବଳ ଫିଲ୍ମରେ ହିଁ ସମ୍ଭବ। କାରଣ, ଏଠି ପୁଷ୍ପରାଜ ନଇଁଛନ୍ତି, ଗିରଫ ବି ହୋଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Man Tries To Smuggle Red Sandalwood Arrested

Man Tries To Smuggle Red Sandalwood Arrested

ଏବେ ଚାରିଆଡ଼େ ଫିଲ୍ମ ‘ପୁଷ୍ପା’ର କ୍ରେଜ୍‌। ଫିଲ୍ମର ଡାଇଲଗ୍‌ ଓ ଗୀତକୁ ନେଇ ଏବେ ଚର୍ଚ୍ଚା। ଫିଲ୍ମ ଷ୍ଟାରଙ୍କଠୁ ଆରମ୍ଭ କରି କ୍ରିକେଟର, ସୋସିଆଲ ମିଡିଆ ୟୁଜର୍ସ ଓ ପ୍ରଶଂସକମାନେ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା’ ଫିଲ୍ମର ଡାଇଲଗ୍‌ ଓ ଗୀତକୁ ନେଇ ଭିଡିଓ ଶୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏ ‘ପୁଷ୍ପା’ ଫିଲ୍ମ ଦେଖି ଏପରି କାଣ୍ଡ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। 

Advertisment

‘ପୁଷ୍ପା’ ଫିଲ୍ମରେ ଅଭିନେତା ଅଲ୍ଲୁ ଅର୍ଜୁନ କ୍ଷୀର ଗାଡ଼ିରେ ରକ୍ତ ଚନ୍ଦନ କାଠ ଲୁଚାଇ ଏହାକୁ ସ୍ମଗଲିଂ କରୁଥିବା ଦେଖିବାକୁ ମିଳିଛି। ଏହି ଦୃଶ୍ୟରୁ ଅନୁପ୍ରାଣିତ ହୋଇ ବେଙ୍ଗାଲୁରୁର ଜଣେ ଡ୍ରାଇଭର ତାଙ୍କ ରିୟଲ ଲାଇଫ୍‌ରେ ଏଭଳି କିଛି କାଣ୍ଡ କରିଛନ୍ତି। ଡ୍ରାଇଭର ୟାସିନ୍‌ ପ୍ରଥମେ ଟ୍ରକ୍‌ରେ ରକ୍ତ ଚନ୍ଦନ କାଠ ଭର୍ତ୍ତି କରିଥିଲେ ଓ ଏହାପରେ ଫଳ ଓ ପନିପରିବା ବକ୍ସ ଟ୍ରକ୍‌ରେ ଲୋଡ୍‌ କରିଥିଲେ। କେହି ଯେପରି ସନ୍ଦେହ ନକରିବେ ସେ ‘ପୁଷ୍ପା’ର ଏହି ଟ୍ରକ୍‌ ଆପ୍ଲାଏ କରିଥିଲେ। ହେଲେ ସେ ଜାଣିନଥିଲେ ତାଙ୍କର ଏହି ଟ୍ରିକ୍‌ ମହଙ୍ଗା ସାବ୍ୟସ୍ତ ହେବ ଓ ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିବ। 

ପୁଷ୍ପରାଜ କେବେ ନଇଁବେନି, ପୋଲିସ୍ ହାତରେ କେବେ ଧରାପଡ଼ିବେନି। ଏହି କଥା କେବଳ ଫିଲ୍ମରେ ହିଁ ସମ୍ଭବ। କାରଣ, ଏଠି ପୁଷ୍ପରାଜ ନଇଁଛନ୍ତି, ଗିରଫ ବି ହୋଇଛନ୍ତି। ଅଲୁ ଅର୍ଜୁନଙ୍କ ସୁପରହିଟ୍ ଫିଲ୍ମ ‘ପୁଷ୍ପା’କୁ ଦେଖି ଏତେ ପ୍ରଭାବିତ ହୋଇଯାଇଥିଲେ ଯେ, ଅପରାଧ କରିବାକୁ ମଧ୍ୟ ପଛାଇଲେ ନାହିଁ ଜଣେ ଡ୍ରାଇଭର।ଶେଷରେ ତାଙ୍କର ଏହି ଅପରାଧ ପାଇଁ ପୋଲିସ ତାଙ୍କୁ ଗିରଫ କରିଛି। ବେଆଇନ୍‌ ଭାବେ ରକ୍ତ ଚନ୍ଦନ କାଠ ଚାଲାଣ ବେଳେ ବେଙ୍ଗାଲୁରୁର ଏହି ପୁଷ୍କରାଜ ଡ୍ରାଇଭର୍ ୟାସିନ୍ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି।

Advertisment

ବେଆଇନ୍‌ ଭାବେ ଟ୍ରକ୍‌ରେ କର୍ଣ୍ଣାଟକ-ଆନ୍ଧ୍ର ସୀମାରୁ ମହାରାଷ୍ଟ୍ର ଅଭିମୁଖେ ରକ୍ତ ଚନ୍ଦନ କାଠ ନେଇ ଯାଉଥିବାବେଳେ ୟାସିନ୍‌ଙ୍କୁ ମହାରାଷ୍ଟ୍ର ପୋଲିସ୍‌ ମୀରାଜନଗର ନିକଟରେ ଧରିଥିଲା। ଚେକିଂ ବେଳେ ୨ କୋଟି ୪୫ ଲକ୍ଷ ଟଙ୍କାର ଚନ୍ଦନ କାଠ ଜବତ ହୋଇଛି। 

ଫିଲ୍ମ ‘ପୁଷ୍ପା’ରେ ରକ୍ତ ଚନ୍ଦନ କାଠକୁ କ୍ଷୀର ଗାଡ଼ିରେ ଲୁଚାଇ ନିଆଯାଉଥିଲା। ଏହି ଦୃଶ୍ୟକୁ ଦେଖି ୟାସିନ୍ ଏତେ ମାତ୍ରାରେ ପ୍ରଭାବିତ ହୋଇଯାଇଥିଲେ ଯେ, ରିଅଲ୍‌ ଲାଇଫ୍‌ରେ ଏସବୁ ଅପରାଧ ଘଟାଇବାକୁ ପଛାଇଲେ ନାହିଁ। ମୀରାଜନଗର ନିକଟରେ ଧରାପଡ଼ିଥିବା ପରିବା ଟ୍ରକ୍‌ ଭିତରେ ଚନ୍ଦନ କାଠ ରଖାଯିବା ସହ ଟ୍ରକ୍ ସମ୍ମୁଖରେ କୋଭିଡ୍-୧୯ର ଜରୁରୀ ସେବା ଷ୍ଟିକର ଲଗାଇ ଚାଲାଣ ହେଉଥିଲା।

ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା, ୟାସିନ୍ ଗିରଫ ହେବା ପରେ ଫିଲ୍ମର ଚର୍ଚ୍ଚିତ ଡାଇଲଗ ‘ମେଁ ଝୁକେଗା ନେହିଁ’ ବୋଲି ମଧ୍ୟ କହିଥିଲେ।  ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। 

Red Sandalwood Smuggling Pushpa Red Sandalwood
Advertisment
Advertisment