Advertisment

ଡେଲିଭରି ବୟଙ୍କ ଇମୋସନାଲ୍‌ ଚିଠି- ‘କ୍ଷମା କରିବେ ବାବୁ...ଭାରି ଭୋକ ଲାଗିଲା, ସବୁ ଖାଇଦେଲି’

ଗ୍ରାହକ ଜଣକ ଅନ୍‌ଲାଇନ୍‌ରେ ଚିକେନ୍‌ ୱିଙ୍ଗସ୍‌ ଅର୍ଡର କରିଥିଲେ। ହେଲେ ଯେତେବେଳେ ସେ ପାର୍ସଲ ଖୋଲିଥିଲେ, ସେତେବେଳେ ବକ୍ସ ଭିତରୁ ତାଙ୍କୁ ଏକ ଦୁଃଖଭରା ଚିଠି ଓ ଚିକେନର ଖାଲି ହାଡ଼ ମିଳିଥିଲା।

author-image
Rajalaxmi Sahoo
Man Orders Chicken Wings Online, Receives Bones In Box

Man Orders Chicken Wings Online, Receives Bones In Box

‘କ୍ଷମା କରିବେ ବାବୁ... ଭାରି ଭୋକ ଲାଗିଲା, ତେଣୁ ସବୁ ଖାଇଦେଲି’। ଖାଦ୍ୟ ପାର୍ସଲ ବକ୍ସ ଭିତରେ ଏଭଳି କିଛି ଦୁଃଖଭରା ଚିଠି ଲେଖି ଜଣେ ଡେଲଭରି ବୟ ଜଣେ ଗ୍ରାହକଙ୍କୁ ଖାଦ୍ୟ ଡେଲିଭରି କରିଛନ୍ତି। ଗ୍ରାହକ ଜଣକ ଅନ୍‌ଲାଇନ୍‌ରେ ଚିକେନ୍‌ ୱିଙ୍ଗସ୍‌ ଅର୍ଡର କରିଥିଲେ। ହେଲେ ଯେତେବେଳେ ସେ ପାର୍ସଲ ଖୋଲିଥିଲେ, ସେତେବେଳେ ବକ୍ସ ଭିତରୁ ତାଙ୍କୁ ଏକ ଦୁଃଖଭରା ଚିଠି ଓ ଚିକେନର ଖାଲି ହାଡ଼ ମିଳିଥିଲା। ଯାହାର ଭିଡିଓ ଗ୍ରାହକ ଜଣକ ସୋସିଆଲ୍ ମିଡିଆରେ ଶେଆର କରିଛନ୍ତି।

Advertisment

ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ଆମ ଜୀବନଶୈଳୀକୁ ଆହୁରି ସହଜ କରି ଦେଇଛି। ଭୋକ ଲାଗିବା କ୍ଷଣି ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର କରୁଛୁ ଓ କିଛି ସମୟ ମଧ୍ୟରେ ଖାଇବା ଆସି ଆମ ପାଖରେ ପହଞ୍ଚି ଯାଉଛି। ହେଲେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯେଉଁଠି ଡେଲିଭରି ବୟଙ୍କ ଉପରେ କିଛି ଗ୍ରାହକ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଅନ୍‌ଲାଇନ୍‌ରେ ଫୁଡ୍‌ ଅର୍ଡର ବେଳେ ଯଦି ଖାଦ୍ୟ ଘରେ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତା’ହେଲେ ଅଧିକାଂଶ ଲୋକ ଡେଲିଭରି ବୟ ଉପରେ ବିରକ୍ତି ଭାବ ପ୍ରକାଶ କରିଥାନ୍ତି। ଏପରିକି କିଛି ଲୋକ ଗାଳିଗୁଲଜ କରିବାକୁ ମଧ୍ୟ ପଛାନ୍ତି ନାହିଁ। ହେଲେ ଗ୍ରାହକଙ୍କ ନିକଟରେ ଖାଦ୍ୟ ଯଥାଶୀଘ୍ର ପହଞ୍ଚାଇବା ପାଇଁ ଡେଲିଭରି ବୟ ରାସ୍ତାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ଫୁଡ୍‌ ଡେଲିଭର କରିଥାନ୍ତି। 

ଜଣେ ୟୁଜର ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଖାଦ୍ୟ ବଦଳରେ ଫୁଡ୍‌ ବକ୍ସ ଭିତରେ ତାଙ୍କୁ ଚିକେନର ହାଡ଼ ଓ ଏକ ଦୁଃଖଭରା ଚିଠି ମିଳିଛି। Damien Sanders ନାମକ ଜଣେ ବ୍ୟକ୍ତି ସୋସିଆଲ୍‌ ମିଡିଆରେ ଏହି ଭିଡିଓ ଶେଆର କରିଛନ୍ତି। ଘଟଣା ହେଲା, ଡାମିନ୍‌ ଅନ୍‌ଲାଇନ୍‌ରେ ଚିକେନ୍‌ ୱିଙ୍ଗସ୍‌ ଅର୍ଡର କରିଥିଲେ।ହେଲେ ଯେତେବେଳେ ସେ ପାର୍ସଲ ଖୋଲିଥିଲେ, ସେତେବେଳେ ବକ୍ସ ଭିତରୁ ତାଙ୍କୁ ଏକ ଦୁଃଖଭରା ଚିଠି ଓ ଚିକେନର ଖାଲି ହାଡ଼ ମିଳିଥିଲା। ଭିଡିଓ ପୋଷ୍ଟ କରି କ୍ୟାପସନ୍‌ରେ ସେ ଲେଖିଛନ୍ତି, "The "ORIGINAL" VIDEO. YEAH, ITS ME! Cmon Now DoorDash Nkka. Not My Chicken,"

Advertisment

ଡେଲିଭରି ବୟ ଜଣକ ଚିକେନ୍‌ ଖାଇ କେବଳ ଚିକେନର ହାଡ଼ ଫୁଡ୍‌ ବକ୍ସ ଭିତରେ ରଖି ଦେଇଥିଲେ। ଏହାସହ ସେ ଏକ ଦୁଃଖଭରା ଚିଠି ମଧ୍ୟ ରଖିଥିଲେ। ଯେଉଁଥିରେ ସେ ଲେଖିଥିଲେ, ‘କ୍ଷମା କରିବେ ବାବୁ... ଭାରି ଭୋକ ଲାଗିଲା, ତେଣୁ ସବୁ ଖାଇଦେଲି’। ଏସବୁ ପାଇଁ ଡେଲିଭରି ବୟଙ୍କୁ କ୍ଷମା କରିବାଦେବାକୁ କିଛି ୟୁଜର୍ସ କମେଣ୍ଟସ ଦେଇ କହିଛନ୍ତି। 

Online Food Delivery Food Delivery Boy Online Food Order
Advertisment
Advertisment