• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୂତ ଧରାଇଦେଲା ଅଭିଯୁକ୍ତ । ପ୍ରେମିକାର ଭୂତ ଦେଖି ଥାନାରେ ହାଜର ଯୁବକ । ଛତିଶଗଡର କୋରବା ( Korba Crime ) ରେ ୮ ମାସ ଧରି ନିଖୋଜ ଥିବା ୨୫ ବର୍ଷୀୟ ଅଞ୍ଜୁଙ୍କ ମୃତଦେହ ଆଜି କଙ୍କାଳ ଆକାରରେ ମିଳିଛି । ଅଞ୍ଜୁଙ୍କ ପ୍ରେମିକ ତାଙ୍କୁ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ପୋତି ଦେଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ହତ୍ୟାର ୮ ମାସ ପରେ ପ୍ରେମିକ ନିଜେ ପୋଲିସ ଆଗରେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ଭୂତ ଭୟରେ ହିଁ ସେ ପୋଲିସ୍‌ ଆଗରେ ଗୋଟି ଗୋଟି ସବୁ କଥା ସତ କହିଛି।

ଯୁବକ ଜଣକ ନିଜେ ଦୋଷ ସ୍ୱୀକାର କରିବା ପରେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବି ସହାୟତାରେ ମାଟି ଖୋଳି କଙ୍କାଳ ବାହାର କରାଯାଇଛି , ଯେଉଁଠାରେ ପୋତିଥିଲା ଅଭିଯୁକ୍ତ । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବି‍ଷୟ ପାଲଟିଛି । ଯୁବକ ନିଜେ ଅପରାଧ ସ୍ୱୀକାର କରିବା ପରେ ରାମପୁର ଆଉଟପୋଷ୍ଟ ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କ’ଣ ଥିଲା ପୂରା ମାମଲା ?

ଢେଲବାଡିହ ନିବାସୀ ଗୋପାଳ ଖଡ଼ିଆ ନାମକ ଜଣେ ଯୁବକଙ୍କ ସହ ରିସଡି ନିବାସୀ ଅଞ୍ଜୁଙ୍କ ପ୍ରେମ ସମ୍ପର୍କ ଥିଲା । ଟ୍ରାକ୍ଟର ଡ୍ରାଇଭର ଗୋପାଳ କାମ କରୁଥିବା ବେଳେ ଦିନେ ତାଙ୍କୁ ଧରି ଘରୁ ପଳାଇ ଯାଇଥିଲେ। ଅଞ୍ଜୁ ଘରୁ ପଳାଇବା ପରେ ଝିଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ସମ୍ପର୍କୀୟ । ସେପଟେ ଅଭିଯୁକ୍ତ ଗୋପାଳ ପ୍ରେମିକାକୁ ନିଜ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିଲା । ହେଲେ ସେ ବିବାହ ପାଇଁ ଚାପ ପକାଇବାରୁ ତା’ର ତଣ୍ଟି ଚିପି ହତ୍ୟା କରିଥିଲା । ଆଉ ତା’ପରେ ମୃତଦେହକୁ ରିସଡି ନିକଟ ଜଙ୍ଗଲରେ ପୋତି ଦେଇ ଫେରାର ହୋଇଯାଇଥିଲା ।

ଭୂତ ଭୟରେ ପୋଲିସକୁ କହିଲା ସବୁ କଥା . .

ହେଲେ ପ୍ରେମିକାକୁ ହତ୍ୟା କରିବାର ୮ ମାସ ପରେ ଅଭିଯୁକ୍ତର ବ୍ୟବହାରରେ ପରିବର୍ତ୍ତନ ହୋଇଥିଲା । ସେ ଶୋଇଥିବା ବେଳେ ଭୟଭୀତ ହୋଇ ଉଠି ପଡ଼ୁଥିଲା । ଏକୁଟିଆ ରହିବା ପାଇଁ ଭୟ କରୁଥିଲା । ପ୍ରେମିକା ତା’କୁ ରାତିରେ ଆସି ଡରାଉଥିବା କହି ପୋଲିସ ସମ୍ମୁଖରେ ସବୁ ସତ କହି ନିଜ ଅପରାଧ ସ୍ୱୀକାର କରିଥିଲେ ।

ଅଭିଯୁକ୍ତ ପୋଲିସକୁ କହିଛି , ଅଞ୍ଜୁ ତାଙ୍କୁ ବିବାହ ପାଇଁ ବାଧ୍ୟ କରୁଥିବାରୁ ତେଣୁ ତାଙ୍କୁ ହତ୍ୟା କରି ରିସଡି ନିକଟରେ ଶବକୁ ପୋତି ଦେଇଥିଲା ।