/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702726687.jpg)
Man kill his mother
୫ ହଜାର ଟଙ୍କା ଦେଲାନି ବୋଲି ମା’କୁ ହତ୍ୟା କଲା ପୁଅ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିଆଣାର ହାସିର ଜିଲ୍ଲାରେ। ସୂଚନା ଅନୁସାରେ ଅଭିଯୁକ୍ତ ତାଙ୍କ ମା’ଙ୍କୁ ୫ ହଜାର ଟଙ୍କା ମାଗିଥିଲେ। କିନ୍ତୁ ଏହି ଟଙ୍କା ଦେବାକୁ ମନା କରିଦେଇଥିଲେ ତାଙ୍କ ମା’। ଯାହାଫଳରେ ରାଗିଯାଇ ମା’କୁ ହତ୍ୟା କରିଛି ପୁଅ। କେବଳ ଏତିକି ନୁହେଁ ହତ୍ୟା କରିବା ପରେ ଅଭିଯୁକ୍ତ ତାଙ୍କ ମାଆଙ୍କ ମୃତଦେହକୁ ଏକ ସୁଟକେଶ୍ରେ ଭର୍ତ୍ତି କରି ଟ୍ରେନ୍ ମାଧ୍ୟମରେ ପ୍ରୟାଗରାଜ ଆସିଥିଲେ। କିନ୍ତୁ ପ୍ରୟାଗରାଜରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ମିଡିଆ ରିପୋର୍ଟ ଅନୁସାରେ ଅଭିଯୁକ୍ତ ଜଣକ ହେଉଛନ୍ତି ହିମାଂଶୁ। ସେ ବିହାର ଗୋପାଳଗଞ୍ଜର ବାସିନ୍ଦା ଅଟନ୍ତି। କିନ୍ତୁ ସେ ତାଙ୍କ ମା’ ପ୍ରତିଭା ଦେବୀଙ୍କ ସହ ହରିୟାଣାର ହିସାର ଜିଲ୍ଲାରେ ରହୁଥିଲେ। ୪୫ ବର୍ଷୀୟ ପ୍ରତିଭା ହିସାର ଅଞ୍ଚଳରେ ଥିବା ଏକ କଟନ୍ ମିଲ୍ ରେ କାର୍ଯ୍ୟ କରୁଥିଲେ।
ଅଭିଯୁକ୍ତ ହିମାଂଶୁ ୧୩ ଡିସେମ୍ବରରେ ତା’ର ମାଙ୍କୁ ଖର୍ଚ୍ଚ ପାଇଁ କିଛି ଟଙ୍କା ମାଗିଥିଲା। କିନ୍ତୁ ଟଙ୍କା ଦେବାକୁ ପ୍ରତିଭା ଦେବୀ ମନା କରିଦେଇଥିଲେ। ଏହା ପରେ ଦୁଇ ଜଣଙ୍କ ମଧ୍ୟରେ ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା। ତେବେ ଏହାରି ମଧ୍ୟରେ ହିମାଂଶୁ ତାଙ୍କ ମା’ଙ୍କୁ ହତ୍ୟା କରିଥିଲା। ଏହାପରେ ତାଙ୍କ ମୃତଦେହକୁ ଏକ ଶୁଟକେସ୍ରେ ରଖି ଟ୍ରେନ୍ ଯୋଗେ ପ୍ରୟାଗରାଜ ଆସିଥିଲେ। ତେବେ ପ୍ରୟାଗରାଜରେ ହିମାଂଶୁକୁ ପୋଲିସ୍ ଗିରଫ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)