/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702109309.jpg)
Old Man Misbehave
ଦିନକୁ ଦିନ ନୃଶଂସ ପାଲଟିଯାଉଛନ୍ତି ଯୁବପିଢ଼ି । ଜେଜେବାପା ବୟସର ଲୋକଙ୍କୁ ସ୍ନେହ ଆଦର ଦେବା ବଦଳରେ ବେକରେ ଜୋତାମାଳ ପିନ୍ଧାଇ ବୁଲାଉଛନ୍ତି । ଏମିତିକି ଛେପକୁ ଚାଟିବାକୁ ବାଧ୍ୟ କଲେ । ଘଟଣାଟି ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରେ ଦେଖିବାକୁ ମିଳିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ପୋଲିସର କହିବାନୁଯାୟୀ ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ସତ ସାମ୍ନାକୁ ଆସିଲା । ୭୫ ବର୍ଷୀୟ ମହୋବତ୍ ଅଲିଙ୍କ ସହ ଏଭଳି କାଣ୍ତ ଘଟିଛି । ଏମିତିକି ଦୁର୍ବୃତ୍ତମାନେ ତାଙ୍କ ମୁହଁରେ କାଳୀ ବି ବୋଳି ଦେଇଥିବା ପୋଲିସ କହିଛି । ଅଲି ଏନେଇ ପୋଲିସରେ ମାମଲା ରୁଜୁ କରିଥିଲେ । ସେ କହିଥିଲେ ପ୍ରଥମେ ଦୁର୍ବୃତ୍ତ ତାଙ୍କ ଝିଅକୁ ଅସଦାଚରଣ କରିଥିଲେ । ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କ ସହ ଏଭଳି ବ୍ୟବହାର କଲେ ।
ପୋଲିସ ଘଟଣାର ଚାରି ଜଣ ଅଭିଯୁକ୍ତ ଜାଫର୍, ଅମନ୍ ପାଣ୍ତେ, ଅଖିଲେଶ ସାହନି ଓ ଘନଶ୍ୟାମ ତିୱାରୀଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଅପମାନ ଏବଂ ଅପରାଧିକ କାର୍ଯ୍ୟ ଆଧାରରେ ମାମଲା ରୁଜୁ କରିଛି ।
କେବଳ ଉତ୍ତରପ୍ରଦେଶ କାହିଁକି ଦେଶର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସୁଛି । ଯେଉଁଠି ଯୁବପିଢ଼ି ନିଜ ପିତାମାତା ଏମିତିକି ମହିଳାଙ୍କୁ ଅସଦାଚରଣ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)